୨୬ , ୨୭ ରେ ହେବ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ପ୍ରବଳ ଢ଼ାଳିବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ ।

ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି । ବାଲେଶ୍ୱର ଭଦ୍ରକ ଏବଂ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ଏହା ଆପଣ ମାନେ ଜାଣିଥିବେ ଯେ ବାଲେଶ୍ୱରରେ ଗତ କିଛିଦିନ ତଳେ ପ୍ରବଳ ବର୍ଷା ହୋଇଥିଲା । କିନ୍ତୁ ରାଜଧାନୀ ଭୁବନେଶ୍ବରରେ ସେଦିନ ବର୍ଷା ହୋଇ ନଥିଲା କିନ୍ତ ଆଜି ବର୍ଷା ଛାଡ଼ି ନାହିଁ ।

ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କିଛି ସମୟ ବର୍ଷା ହୋଇଛି । କିନ୍ତୁ ଆଗକୁ ଆହୁରି ବର୍ଷା ବଢ଼ିବ ବୋଲି ସୂଚନା ମିଳିଛି । ରାଜ୍ୟରେ ଆସନ୍ତା ୨୫ ତାରିଖ ଯାଏଁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆଉ ସେପଟେ ୨୬ ଏବଂ ୨୭ ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ସମ୍ବଲପୁର , ହୀରାକୁଦ , ବରଗଡ଼ , ଖୋର୍ଦ୍ଧା , ତାଳଚେର , ପାରାଦ୍ୱୀପ , କଟକ , ପୁରୀ , ଅନୁଗୁଳ , ବାରିପଦା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଲି ପ୍ରବଳ ବର୍ଷା ହୋଇଛି ।

ପାଣିପାଗ ବିଭାଗର ଅନୁମାନ ଅନୁଯାୟୀ ୨୨ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୩ ରେ ଉତ୍ତର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼ , କେନ୍ଦୁଝର , ମୟୁରଭଞ୍ଜ , ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼ , କେନ୍ଦୁଝର , ଅନୁଗୁଳ , ଢେଙ୍କାନାଳ , କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସେହିପରି ୨୫ ରେ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଆଉ ସେପଟେ ୨୬ ଓ ୨୭ ରେ ସମସ୍ତେ ଆଭ୍ୟନ୍ତରୀଣ ଅଞ୍ଚଳରେ ରାତିର ତାପମାତ୍ରା ବଢ଼ିବା ସହିତ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

ଏହାସହିତ ଘନ କୁହୁଡ଼ି ରହିବ ଏବଂ ମୁଗ ବିରି ଚିନାବାଦାମରେ ଜଉ ପୋକ ଲାଗିବାର ସମ୍ଭାବନା ରହିଛି । ତେଣୁ ଚାଷ ପ୍ରତି ଦୃଷ୍ଟି ଦେବାକୁ ଚାଷୀ ମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି । କୁହୁଡ଼ି ସମୟରେ ଘରୁ ବାହାରିବାକୁ ମନା କରାଯିବା ସହିତ ଜରୁରୀ ସମୟରେ ଘରୁ ବାହାରିଲେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *