ଓଡିଶାର ବଣ୍ଡା ଘାଟି ସୀତାକୁଣ୍ଡରୁ ଅଯୋଧ୍ୟା ଗଲା ପାଣି, ରାମ ମନ୍ଦିର ନିର୍ମାଣରେ ଲାଗିବ…

କାହିଁ କେତେ ବର୍ଷ ଧରି ସୁପ୍ରିମକୋର୍ଟରେ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟ ଲଢେଇ ଜାରି ରହିଥିଲା। ତେବେ ଏପଛରେ ମୁଖ୍ୟକାରଣ ହେଉଛି ଅଯୋଧ୍ୟା ରେ କେଉଁ ମନ୍ଦିର ନିର୍ମାଣ କରାଯିବ। ହିନ୍ଦୁମାନେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ମୁସଲମାନ ମାନେ ବାବରୀ ମସଜିଦ ନିର୍ମାଣ କରିବା ଲାଗି ଦାବି କରୁଥିଲେ। ତେବେ ମାନ୍ୟବର ସୁପ୍ରିମକୋର୍ଟ ଜୁଲାଇ ୨୮, ୨୦୨୦ ମସିହାରେ ରାମ ମନ୍ଦିର ନିର୍ମାଣ ଲାଗି ଅନୁମତି ଦେଇଥିଲେ। ରାମ ମନ୍ଦିର ନିର୍ମାଣ ବିଦ୍ଧିବଦ୍ଧ ଭାବେ ୫ ଅଗଷ୍ଟ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା।

ତେବେ ମହର୍ଷି ବାଲ୍ମୀକିଙ୍କ ଦ୍ଵାରା ରଚିତ ରାମାୟଣରେ ଦଶରଥଙ୍କ ପୁତ୍ର ରାମ ଅଯୋଧ୍ୟାରେ ଜନ୍ମ ଗ୍ରହଣ କରିଥିଲେ। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ପିତୃବଚନ ପାଳନ କରିବା ପାଇଁ ୧୪ ବର୍ଷ ଲାଗି ବନବାସକୁ ଚାଲି ଯାଇଥିଲେ ସେତେବେଳେ ଦଣ୍ଡକାରଣ୍ୟ ଜଙ୍ଗଲରେ ଦୀର୍ଘ ବର୍ଷ ଧରି ଚାରିଆଡେ ବୁଲିଥିଲେ। କିମ୍ବଦନ୍ତୀ ଅନୁସାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ମାଲକାନଗିରିର ବଣ୍ଡା ଘାଟିକୁ ଆସିଥିଲେ।

କିମ୍ବଦନ୍ତୀ ଅନୁସାରେ ବଣ୍ଡା ରମଣି ଏହି କୁଣ୍ଡରେ ଗାଧେଇବା ସମୟରେ ସୀତା ସେଠାରେ ପହଞ୍ଚିଥିଲେ, ଏବଂ ବଣ୍ଡା ରମଣି ସୀତାଙ୍କୁ ଦେଖି ଉପହାସ କରିଥିବାରୁ ସୀତା ବଣ୍ଡାଙ୍କୁ ଅଭିଶାପ ଦେଇଥିଲେ। କୁହାଯାଏ ଯେ ସେହିଦିନ ଠାରୁ ବଣ୍ଡାମାନେ ଆଜି ବି ଲଣ୍ଡା ଆଉ ସେଇ କୁଣ୍ଡର ନାଁ ସୀତା କୁଣ୍ଡ ଭାବେ ଆଜି ବି ରହିଛି। ତେବେ ଏହିଭଳି ଅନେକ କିମ୍ବଦନ୍ତୀ ଶୁଣିବାକୁ ମିଳିଛି।

ବିଶେଷ କଥା ହେଉଛି ବର୍ତ୍ତମାନ ଏହି ସୀତାକୁଣ୍ଡରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣି ଯାଇଛି। ରାମ ମନ୍ଦିର ନିର୍ମାଣ ଲାଗି ଦେଶ ତଥା ବିଦେଶରେ ଥିବା ପ୍ରଭୁ ରାମଚନ୍ଦ୍ରଙ୍କ ଐତିହ ସମ୍ପନ୍ନ ସ୍ଥାନରୁ ପବିତ୍ର ଜଳ ସଂଗ୍ରହ କରାଯାଉଛି। ତେବେ ମାଲକାନଗିରି ରେ ଥିବା ସୀତା କୁଣ୍ଡରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପବିତ୍ର ଜଳ ସଂଗ୍ରହ କରିଛନ୍ତି।

Leave a Reply

Your email address will not be published. Required fields are marked *