ରାତି ସାରା ଲାଟିନ ମଳ ସଫା କଲୁ କିନ୍ତୁ କାଗଜ ଫାଗାଜ କିଛି ପାଇଲୁନି।

ରବିବାର ଦିନ ଝାରସୁଗୁଡା ବ୍ରଜରାଜନଗରରେ ଏଏସଆଇ ଗୋପାଳ କୃଷ୍ଣ ଦାସ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁ-ଳି କରିଦେଲେ। ର-କ୍ତତ ଅବସ୍ଥାରେ ତାଙ୍କୁ ଅପୋଲ ହସ୍ପିଟାଲ ନିଆଗଲା କିନ୍ତୁ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତୁ ଘୋଷଣା କଲେ। ତାପରେ ଝାରସୁଗୁଡ଼ା ପୋ-ଲିସ୍ ଗୋପାଳଙ୍କୁ ଗି-ରଫ କରି ଝାରସୁଗୁଡ଼ା ବିମାନ ବନ୍ଦରର କୁ ନେଲେ।

ଗୋପାଳଙ୍କୁ ଠିକ୍ ଭାବରେ ଥା-ନାକୁ ନେବା ଦାୟିତ୍ଵ ଥାନାର ବଳିଷ୍ଟ ଅଧିକାରୀଙ୍କର ଥିଲା। ଯେତେବେଳେ ଗୋପାଳ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ ସେ ୱାସ୍ ରୁମ୍ ଯିବେ ବୋଲି କହିଲେ। ପୋ-ଲିସ୍ ଗୋପାଳର ବନ୍ଧୁକ,ପର୍ଶ, ମୋବାଇଲ, ଏବଂ ମାଗାଜିନ୍ ଭିତରେ ଥିବା ୧୮ ଟି ଗୁ-ଳିକୁ କାଢ଼ିକି ନିଜ ପାଖରେ ରଖିଲେ କିନ୍ତୁ ସେ ଗୋପାଳ ପକେଟ୍ ରେ ଥିବା ୧୫ ପୃଷ୍ଟା କାଗଜ କୁ ଦେଖି ପାରିଲେନି।

ଗୋପାଳ ୱାସ୍ ରୁମରୁ ଆସିବା ପରେ ଝାରସୁଗୁଡା ମୁନିସପାଲଟି ଟିମ୍ ର ବିଶିକେଶନ ପଲ୍ଟି ଏବଂ ତାଙ୍କ ୪ ଜଣ ସହଯୋଗୀ ରାତିସାରା ଲାଟିନର ମଳ ସଫା କରି କାଗଜ ଖୋଜୁଥିଲେ କିନ୍ତୁ ସେ କିଛି କାଗଜ ଫାଗଜ ପାଇଲେନି ବୋଲି ବିଶିକେଶନ କହିଲେ। ସେ କହିଲେ ଆମେ ସନ୍ଧ୍ୟା ବେଳୁ ସକାଳ ପର୍ଯ୍ୟନ୍ତ ସବୁ ଟଙ୍କି ଭଲସେ ସଫା କଲୁ କିନ୍ତୁ କିଛି ପାଇଲୁନି। କାଗଜ ଫାଗଜ କିଛି ମିଳିଲାନି।

କିନ୍ତୁ ପୋ-ଲିସ୍ କହୁଛି ତାକୁ ୧୫ ପୃଷ୍ଠାର କାଗଜ ମିଳି ସାରିଛି। ସେଥିପାଇଁ ଏବେ ଜନ ସାଧାରଣଙ୍କ ମନରେ ଗୋଟେ ପ୍ରଶ୍ନ ଉଙ୍କି ମରୁଛି ଯଦି ପ୍ରଥମେ କିଛି କାଗଜ ନଥିଲା ତେବେ ପୁଣି କାଗଜ କୋଉଠୁ ମିଳିଲା। ମୁନିସପାଲଟି ଟିମ୍ ଯଦି କାଗଜ ଖୋଜିଲି ପାଇଲେନି ତେବେ କାଗଜ କିଏ ପାଇଲା। ଗୋପାଳ ୧୫ ପୃଷ୍ଠାର କାଗଜ ନିଜ ପକେଟ୍ ରେ ରଖି ୱାସ୍ ରୁମରୁ ଭିତରକୁ ନେଇ ଗଲା ଏ କଥା କେହି ଦେଖି ପାରିଲେନି କେମିତି। ସେଥିପାଇଁ ପୋଲିସ୍ ଏବେ ଗୁରୁତ୍ବର ସହିତ ପ୍ରମାଣ ଖୋଜିବାରେ ଲାଗି ପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *