ଯେତେବେଳେ ପ୍ରେମ ଆମର ଆରମ୍ଭ ହୋଇଥିଲା ସେତେବେଳେ ସେ ମତେ ମିଠା ମିଠା କଥା କହିଲା। ମୋ ବିଶ୍ୱାସ ଜନ୍ମାଇ କେତେବେଳେ ମତେ ଓଏ ଡାକୁଥିଲା ତ ଆଉ କେତେବେଳେ ମତେ ସମୁଦ୍ର କୂଳକୁ ଡାକୁଥିଲା । ତା ଇଚ୍ଛାକୁ ମୁଁ ସମ୍ମାନ ଦେଉଥିଲି । ସେ ଯାହା ଚାହୁଁଥିଲା ତାହା ମୁଁ କରୁଥିଲି । ନୂଆ ନୂଆ ସେ ମତେ ଭାରି ଭଲ ପାଉଥିଲା । ମୋ ବିନା ସେ କୁଆଡେ ବଞ୍ଚି ପାରିବନି ବୋଲି ବି କହୁଥିଲା । ହେଲେ ତା ମନ କଥା ମୁ କଣ ଜାଣିଥିଲି ।
ସେ ମତେ ନୁହେଁ ମୋ ଶରୀରକୁ ଭଲ ପାଉଥିଲା ବୋଲି । ଦିନେ ମୋ ପ୍ରେମିକ ମତେ କହୁଥିଲା ବହିରେ,କାନ୍ଥରେ,ହୃଦୟରେ ସବୁଠି ଲେଖିଛି ମୋ ନାଁ ଆଉ ଆଜି କହୁଛି ମୋ ନାଁ ଶୁଣିଲେ ତାର କୁଆଡେ ମୁଣ୍ଡ ବୁଲେଇ ଦେଉଛି। ମୋ ନାଁ ଶୁଣିଲେ ତାକୁ କୁଆଡେ ପାଗଳ ଭଳି ଲାଗୁଛି। ଯିଏ ଦିନେ କହୁଥିଲା ମତେ ଗୋଟେ ଦିନ ନ ଦେଖିଲେ ତାକୁ ଭଲ ଲାଗେନି ଆଜି ସେ ମତେ କହୁଛି କି ମତେ ଦେଖିଲେ ତା ମୁଣ୍ଡ ଗରମ ହେଇ ଯାଉଛି ।
ମୁଁ ବୁଝି ପାରୁନି ଦିନେ ମୁଁ ତାକୁ ଯଦି ଏତେ ଭଲ ଲାଗୁଥିଲି ଆଜି କେମିତି ମୁଁ ତାକୁ ହଟାତ ଏତେ ଖରାପ ଲାଗିଲି । ଦିନେ ସେ ମତେ କେତେ ଭଲ ଭଲ କଥା କହୁଥିଲେ । ତାଙ୍କ ଜୀବନରେ ମୋର ଗୁରୁତ୍ଵ କୁଆଡେ ବହୁତ ଗୁରୁତ୍ୱ ପୂର୍ଣ୍ଣ ବୋଲି ବି ସେ ସବୁବେଳେ କହୁଥିଲେ । ଦିନେ ନୁହେଁ କି ବର୍ଷେ ନୁହେଁ ଚାରି ବର୍ଷ ହେଲାଣି ମୋତେ ଭଲ ପାଇଲେ । ମୋ ସହ ଶାରୀରିକ ସମ୍ପର୍କ ରଖିଲେ ।
ସବୁବେଳେ କହୁଥିଲେ ମୋ ମଥାରେ ସିନ୍ଦୁର ପିନ୍ଧାଇ ସେ ମତେ ସ୍ତ୍ରୀ କରିବେ । ହେଲେ ସବୁକିଛି ଏପଟ ସେପଟ ହୋଇଗଲା । ଏବେ କହୁଛି ସେ ମତେ ଜାଣିନି କି ଚିହ୍ନିନି ବୋଲି। ଏବେ ସିଧା ସିଧା କହୁଛି ସେ ମତେ ବିବାହ କରିବନି ବୋଲି । କଣ କରିବି ମୁଁ କିଛି ବୁଝି ପାରୁନି । ଯିଏ ଦିନେ ମତେ ମନ୍ଦିରରେ ସିନ୍ଦୁର ପିନ୍ଧାଇ ଥିଲା ସେ ଆଜି ମତେ ବାହା ହେବାକୁ ମନା କରୁଛି । ମୁଁ ତାକୁ ସତରେ ମନ ପ୍ରାଣ ଦେଇ ଭଲ ପାଉଥିଲି। ସେ ସିନା ଏବେ ମୋ ବିନା ବଞ୍ଚିବା ଶିଖିଯାଇଛି। ହେଲେ ମୁଁ ତା ବିନା ବଞ୍ଚି ପାରିବିନି ଆଉ
ବନ୍ଧୁଗଣ ଏବେ ପ୍ରେମର ମାନେ ଯୁବପୀଢ଼ିଙ୍କ ପାଇଁ କେବଳ ଶାରି-ରୀକ ସ-ମ୍ପର୍କ । ଏବେ ପ୍ରେମର ସଂଜ୍ଞା କିଛି ଯୁବ ପିଢିଙ୍କ ପାଇଁ କେବଳ ଶରୀର ସହ ଖେଳିବା ହୋଇ ଯାଇଛି। ପ୍ରେମିକା ଜଣଙ୍କ ଅଭିଯୋଗ ଆଣି ଶୀତୁଆ ରାତିରେ ପ୍ରେମିକର ଦୁଆରେ ଗ୍ରାମବାସୀଙ୍କ ସହ ଆସି ଧାରଣାରେ ବସିଛନ୍ତି।
ପ୍ରେମିକାଙ୍କ କହିବା ଅନୁଯାୟୀ ପ୍ରେମିକ ଜଣଙ୍କ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ମନ ଇଚ୍ଛା ଯାହା ଚାହିଁଲେ ତାଙ୍କ ସହ ସବୁକିଛି କଲେ ଆଉ ଯେତେବେଳେ ତାଙ୍କ ମନ ଭରି ଗଲା ସେତେବେଳେ ସେ ତାଙ୍କୁ ଛାଡି ଚାଲିଗଲେ । ଆଉ ଏବେ ଯେତେବେଳେ ସେ ତାଙ୍କୁ ବିବାହ କରିବେ ନାହିଁ ସିଧାସଳଖ ମନା କରିଦେଲେ ସେତେବେଳେ ପ୍ରେମିକାର ଘର ଆଗରେ ପରିବାର ଓ ଗ୍ରାମବାସୀଙ୍କ ସହ ଆସି ପ୍ରେମିକା ଧାରଣା ଦେଇଛି ।
ସେପଟେ ପ୍ରେମକ କିନ୍ତୁ ବର୍ତ୍ତମାନ ପ୍ରେମିକାଙ୍କୁ ଗ୍ରହଣ କରିବାକୁ ଆଉ ପ୍ରସ୍ତୁତ ନୁହଁନ୍ତି। ଏବେ ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଯେତେବେଳେ ନୂଆ ନୂଆ ପ୍ରେମ କରୁଥିଲେ ସେତେବେଳେ ପ୍ରେମିକଙ୍କୁ ପ୍ରେମିକା ମିଠା ଲାଗୁଥିଲେ। ଆଉ ଯେତେବେଳେ ପ୍ରେମିକା ପାଖରୁ ନିଜେ ଚାହୁଁଥିବା ସ୍ୱାର୍ଥ ହାସଲ କରିନେଲେ ସେତେବେଳେ ପ୍ରେମିକା ଆଉ ପ୍ରେମିକଙ୍କୁ ଭଲ ଲାଗିଲେ ନାହିଁ।
ହେଲେ ପ୍ରେମିକା କିନ୍ତୁ ନ୍ୟା-ୟ ନ ପାଇବା ପର୍ଯ୍ୟନ୍ତ ଏଠାରୁ ଉଠିବ ନାହିଁ। ଯେତେବେଳ ପର୍ଯ୍ୟନ୍ତ ପ୍ରେମିକ ପ୍ରେମିକା ଙ୍କୁ ସ୍ତ୍ରୀର ମାନ୍ୟତା ନ ଦେଇଛନ୍ତି ସେତେ ଦିନ ପର୍ଯ୍ୟନ୍ତ ପ୍ରେମିକା ପ୍ରେମିକଙ୍କ ଘର ଆଗରେ ବସି ରହିବ ବୋଲି ପରିବାର ଲୋକେ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ପ୍ରେମିକାଙ୍କୁ ଗ୍ରହଣ କରୁଛନ୍ତି ପ୍ରେମିକ।