ଅନୁଭବ ଯଦି ହଁ କରିବେ ତେବେ ମୁଁ ରେଡି ହନିମୁନ ପାଇଁ….

ସେ ସୁପର ଷ୍ଟାର,ସେ ସୁପର ହିରୋ,ସେ ସାଂସଦ ସେ ଅନୁଭବ ମହାନ୍ତି । ଅନୁଭବ ମହାନ୍ତି ପ୍ରତ୍ୟକଟି ହୃଦୟରେ ରାଜ କରନ୍ତି। ଅନୁଭବ ମହାନ୍ତି ଯଦି ରାଜି ହୁଅନ୍ତି ତେବେ ତାଙ୍କୁ ବିବାହ କରିବାକୁ ମୁଁ ରେଡି ହେଇଯିବି ଆଉ କଣ । ଅଭିନେତ୍ରୀ ରାଣୀ ପଣ୍ଡା ଆଉ ରାତିରେ ସୋଇ ପାରୁ ନାହାନ୍ତି କି ଦିନରେ ଖାଇ ପାରୁ ନାହାଁନ୍ତି।

ଯେଉଁଠି ଯେତେବେଳେ ଯୋଉଠି ବସିଲେ ତାଙ୍କ ଆଗରେ ଖାଲି ଅନୁଭବ ମହାନ୍ତିଙ୍କ ମୁହଁ ନାଚି ଯାଉଛି। ଅଭିନେତ୍ରୀ ରାଣୀ ପଣ୍ଡା ଏବେ ଅନୁଭବ ମହାନ୍ତିଙ୍କ ପ୍ରେମରେ ହେଉଛନ୍ତି ଉବୁଟୁବୁ ଖାଲି ଅନୁଭବଙ୍କ ଉପରେ ନିର୍ଭର କରୁଛି କଥା ଆଗକୁ ବଢିବ କି ନାହିଁ। ଯଦି କେନ୍ଦ୍ରାପଡା ସାଂସଦ ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ତାଙ୍କ ଆଡୁ ରାଣୀ ପଣ୍ଡାଙ୍କୁ ବିବାହ କରିବା ପାଇଁ ଗ୍ରୀନ ସିଗନାଲ ଦିଅନ୍ତି। ତେବେ ରାଣୀ ପଣ୍ଡାଙ୍କ ପାଦ କୁଆଡେ ଖୁସିରେ ମାଟିରେ ଲାଗିବ ନାହିଁ। ହଁ ବନ୍ଧୁଗଣ ଏ କଥା ଆମେ କହୁନୁ ଏ କଥା କହୁଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ।

ଅଭିନେତ୍ରୀ ରାଣୀ ପଣ୍ଡା ବର୍ତ୍ତମାନ ଅନୁଭବ ମହାନ୍ତିଙ୍କ ସ୍ୱପ୍ନ ରାଇଜରେ ଉଡି ବୁଲୁଛନ୍ତି। କେତେବେଳେ ନିଜ ଫଟୋ ସହ ଅନୁଭବ ମହାନ୍ତିଙ୍କ ବିବାହ ଫଟୋ ଏଡିଟ କରି ନିଜ ଇଂଷ୍ଟାଗ୍ରାମରେ ପୋଷ୍ଟ କରୁଛନ୍ତି ତ ଆଉ କେତେବେଳେ ଗଣମାଧ୍ୟମରେ କହି ବୁଲୁଛନ୍ତି ଅନୁଭବ ଜଣେ ସାଂସଦ ସେ ଯଦି ତାଙ୍କୁ ବିବାହ କରିବାକୁ ରାଜି ହେବେ ତେବେ ରାଣୀ ପଣ୍ଡା କଣ ମନା କରିବେ କି ।

ତେବେ ସେପଟେ କେବଳ ଏତିକି ନୁହେଁ ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ ନେଇ ଏପରି ସ୍ୱପ୍ନ ଦେଖୁଛନ୍ତି ଯେ ଯଦି ସେ ଅନୁଭବ ମହାନ୍ତିଙ୍କୁ ବିବାହ କରନ୍ତି କେମିତି ସଜ ହେବେ କେଉଁଠିକୁ ହନିମୁନ ପାଇଁ ଯିବେ ସବୁ ପ୍ରସ୍ତୁତି ଓ ସବୁ ଯୋଜନା ରାଣୀ ପଣ୍ଡା କରି ସାରିଛନ୍ତି ।ଆଉ ରାଣୀ ପଣ୍ଡା ଏ କଥା ମଧ୍ୟ କହିଛନ୍ତି କି ଅନୁଭବ ମହାନ୍ତିଙ୍କୁ ମୁଁ ଲାଇକ କରେ।

ତାଙ୍କ ପ୍ରତି ମୋର ଦୁର୍ବଳତା ସୃଷ୍ଟି ହେଲା ତେଣୁ କହିଦେଲି। ଯେହେତୁ ସେ ଆଗ ଧାଡ଼ିର ନାୟକ ଲୋକେ ତାଙ୍କୁ ପସନ୍ଦ କରନ୍ତି ତେଣୁ ମୋର ଟିକେ ତାଙ୍କ ପ୍ରତି ଭଲ ପାଇବା ଅଛି ବୋଲି ରାଣୀ ପଣ୍ଡା କହିଛନ୍ତି । ନିକଟରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଅନେକ ଚର୍ଚ୍ଚା ପରେ ଏବେ ପୁଣି ଥରେ ରାଣୀ ପଣ୍ଡା ଅଛନ୍ତି ଖୁବ ଚର୍ଚ୍ଚାରେ ।

କାରଣ ରାଣୀ ପଣ୍ଡା ଯେହେତୁ ଗରିବ ଅସହାୟ ଲୋକଙ୍କ ସେବା କରନ୍ତି। ସେ ଓଡ଼ିଶାର ଘରେ ଘରେ ସମସ୍ତଙ୍କର ଖୁବ ପ୍ରିୟ ତେଣୁ ରାଣୀ ପଣ୍ଡା ଯାହା କହୁଛନ୍ତି ଲୋକେ ତାଙ୍କ କଥାକୁ ଗ୍ରହଣ କରୁଛନ୍ତି। ଆଉ ଏବେ ଲୋକେ କହୁଛନ୍ତି କି ରାଣୀ ପଣ୍ଡା ଯଦି ଅନୁଭବ ମହାନ୍ତିଙ୍କୁ ବିବାହ କରନ୍ତି ତେବେ ଅନୁଭବ ମହାନ୍ତିଙ୍କୁ ନେଇ ଯେଉଁ ବିବାଦ ଦେଖା ଦେଇଛି ତାହା ଥମି ଯିବ।

ସେପଟେ କିଛି ଲୋକେ ଏହାକୁ ବିରୋଧ କରି ନା ନା କଥା କହୁଥିବା ଦେଖିବାକୁ ମିଳିଛି । କାରଣ ଯେହେତୁ ବର୍ଷା ଅନୁଭବ ମହାନ୍ତିଙ୍କ ବିବାଦ ଏବେ ବି ଧୀରେ ଧୀରେ ଘନାଉଛି ଆଉ ଏହାରି ଭିତରେ ଲୋକେ ଚାହୁଁଛନ୍ତି କି ବର୍ଷା ଅନୁଭବ ଆଉ ଥରେ ଏକାଠି ହୋଇ ଯାଆନ୍ତୁ।

ତେବେ ଏହି ସମୟରେ ରାଣୀ ପଣ୍ଡା ବର୍ଷା ଅନୁଭବଙ୍କ ମଝିରେ ଆସୁଥିବାରୁ ଲୋକେ ନା ନା କଥା କହୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି। ସତରେ କଣ ବର୍ଷା ଅନୁଭଵଙ୍କର ବିଚ୍ଛେଦ ହେଉଛି ଆଉ ରାଣୀ ପଣ୍ଡା ବାଜି ମାରି ନେଉଛନ୍ତି। ଏହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *