ପ୍ରେମ ବିବାହ ପରେବି ସ୍ତ୍ରୀ କହୁଛି ‘ ମୋ ପାଖରେ ଏବେ ମୋ ସ୍ୱାମୀର ମନ ଲାଗୁନି , ସେଥିପାଇଁ ସେ ଆଉ କାହାକୁ ବିବାହ କରୁଛନ୍ତି । ‘

୨୦୧୭ ମସିହାରେ ଭଗବାନପୁର ଭୋଟ ଦେବାକୁ ଯାଇଥିଲେ । ସେଠାରେ କିଶୋର ସ୍ୱାଇଁଙ୍କ ପୁଅ ଦୀପ୍ତି ରଞ୍ଜନ ସ୍ୱାଇଁ କୌଣସି ପ୍ରକାରେ କାହାଠାରୁ ତାଙ୍କ ନମ୍ବର ନେଇ ତାଙ୍କୁ କଲ କରିଥିଲେ । ମହିଳା ଜଣକ କହିଛନ୍ତି ଯେ ଦୀପ୍ତି ରଞ୍ଜନ ତାଙ୍କ ସହିତ ବନ୍ଧୁ ହିସାବରେ କଲରେ କଥା ହେଉଥିଲେ ଏବଂ ପରେ ତାଙ୍କୁ ପ୍ରେମ ନିବେଦନ ମଧ୍ୟ କରିଥିଲେ । ଯାହାକୁ ମହିଳା ଜଣକ ଗ୍ରହଣ ମଧ୍ୟ କରିଥିଲେ । ଏମିତି ଦୁହେଁ ୨୦୧୭ ରେ ସାକ୍ଷାତ କରିବା ପରେ ଦୀପ୍ତି ତାଙ୍କୁ ଜଗତପୁରରେ ଏକ ଘରଭଡ଼ା ନେଇ ରଖିଥିଲେ । ସେଠାରେ ସେମାନେ ଭଲରେ ରହୁଥିଲେ । ମାତ୍ର ବର୍ତ୍ତମାନ ମହିଳା ଜଣକ କହୁଛନ୍ତି ଯେ ଦୀପ୍ତି ଆଉ ତାଙ୍କ କଥା ବୁଝୁ ନାହାଁନ୍ତି ଏବଂ ଅନ୍ୟତ୍ର ବିବାହ କରିଛନ୍ତି ।

ଯାହାକୁ ନେଇ ମହିଳା ଜଣକ ଜଗତପୁର ଥା-ନାରେ ଏକ ଲିଖିତ ଅଭି-ଯୋଗ ମଧ୍ୟ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା କହୁଛନ୍ତି ଯେ ଗତ ଜୁନ ମାସକୁ କେ-ଶ ଚାଲିଛି ଏବଂ ତାହା କୋର୍ଟକୁ ଯିବା ପରେ ଦୀପ୍ତି ବେଲରେ ମଧ୍ୟ ଘରକୁ ଆସିଛନ୍ତି । କିନ୍ତୁ ତାଙ୍କ ପରିବାର ଲୋକେ ଲୁ-ଚେଇ ଛପେଇ ତାଙ୍କର ବିବାହ ଡିସେମ୍ବର ୮ ରେ କରୁଛନ୍ତି ଏବଂ ଏହି ସମ୍ବନ୍ଧରେ ସେ ଅନ୍ୟତ୍ର ସୂଚନା ପାଇଥିବା କହିଛନ୍ତି ।

ମହିଳା ଜଣକ ଏ ସମ୍ବନ୍ଧରେ ପୋଲି-ସରେ ଖବର ଦେବା ପରେ ମଧ୍ୟ କୌଣସି ଲାଭ ହୋଇ ନଥିଲା । ତେଣୁ ସେ ବାଧ୍ୟ ହୋଇ ଗଣମାଧ୍ୟମର ସାହାରା ନେଇଥିବା କହିଛନ୍ତି । ତେବେ ବର୍ତ୍ତମାନ ମହିଳାଙ୍କ କହିବା କଥା ଯେ ମହିଳା ଯିଏକି ଦୀପ୍ତିଙ୍କର ପ୍ରଥମ ସ୍ତ୍ରୀ , ସେ ଥାଉ ଥାଉ ସେ କିପରି ଅନ୍ୟତ୍ର ବିବାହ କରି ପାରୁଛନ୍ତି ।

ପୁଣି ଦୀପ୍ତି ଏବଂ ମହିଳାଙ୍କର ଛା-ଡ଼ପ-ତ୍ର ସୁଦ୍ଧା ହୋଇନାହିଁ । ମହିଳା କହିଛନ୍ତି ଯେ ୨୦୨୧ ମସିହା ସେପ୍ଟେମ୍ବର ୪ ରେ ଉଭୟଙ୍କର କୋର୍ଟ ମ୍ୟାରେଜ ହୋଇଥିଲା । ଏହା ସତ୍ତ୍ୱେ ମନ୍ଦିରରେ ମଧ୍ୟ ସେମାନଙ୍କର ବିବାହ ହୋଇଥିଲା । ତାଙ୍କର ସବୁ କାଗଜପତ୍ରରେ ତାଙ୍କ ସ୍ୱାମୀଙ୍କ ନାମ ଥିବା ସତ୍ତ୍ୱେବି ତାଙ୍କ ସ୍ୱାମୀ ତାଙ୍କୁ ସ୍ତ୍ରୀ ଭାବରେ ମାନୁ ନାହାଁନ୍ତି । ଏହାବ୍ୟତୀତ ଦୀପ୍ତି ବମ୍ବେରେ କାମ କରୁଥିବା କହିଛନ୍ତି । ମହିଳା ଜଣକ ଗତବର୍ଷ ଦୀପ୍ତିଙ୍କର ଏକ ନି-ର୍ବନ୍ଧ ଭାଙ୍ଗି ଥିଲେ । ଆଉ ବର୍ତ୍ତମାନ ପୁଣି ଘର ଲୋକଙ୍କ କଥାରେ ସେ ଏଭଳି ଅନ୍ୟତ୍ର ବିବାହ କରିବାକୁ ବାଧ୍ୟ ହୋଇଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ଯେଉଁ ସ୍ୱାମୀ ତାଙ୍କୁ ଏତେ ଭଲ ପାଉଥିଲା ଏବଂ ଗତ ୬ ବର୍ଷ ଧରି ସେମାନେ ଖୁବ ଭଲରେ ଥିଲେ ସେ ପୁଣି ଏଭଳି କେମିତି ବଦଳି ଗଲା । ଯାହାକୁ ନେଇ ସେ ସାହାଯ୍ୟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *