ଓଡ଼ିଶାରେ କିଏ ଗଢ଼ିବ ସରକାର ଖୋଲି କହିଦେଲେ ପୂର୍ବତନ ଆଇ-ଜି ବଟକୃଷ୍ଣ ତ୍ରିପାଠୀ ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ନିର୍ବାଚନ ପାଇଁ ସାରା ଦେଶ ରାଜନୀତିମୟ ହୋଇ ଉଠିଛି । ଏହା ମଧ୍ୟରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଜୁନ ୧ରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବ । ଏହାପରେ ୪ରେ ରେଜଲ୍ଟ ପ୍ରକାଶ ପାଇବ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ ।

ତେବେ ଏଥର ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ଜନତା କାହାକୁ ଚୟନ କରିବେ ତାହା ଏବେ ବଡ଼ ପ୍ରଶ୍ନ । ପୁଣି ରାଜ୍ୟରେ ସରକାର ବିଜେଡ଼ି ଗଠନ କରିବ ନା ଏଥର ମୋଦି ମ୍ୟାଜିକ୍ ଦେଖିବାକୁ ମିଳିବ, ସେନେଇ ଜାରି ରହିଛି କଳ୍ପନା ଜଳ୍ପନା । ଆଜ୍ଞା ହଁ ବନ୍ଧୁଗଣ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏଥର ମତଦାନରେ ନୂଆ ଭୋଟର ଏବଂ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଭୋଟ ପ୍ରତିଶତ ବଢ଼ିବା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବ କି ? ଏଥିରେ କାହାକୁ ମିଳିବ ଫାଇଦା ?

ଏହାକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଙ୍କକଷା । ଏହି ନାନାଦି କଳ୍ପନା ଜଳ୍ପନା ମଧ୍ୟରେ ରାଜନୈତିକ ସମୀକ୍ଷକମାନେ ମଧ୍ୟ ରାଜ୍ୟରେ ରୋଚକ ଚିତ୍ରର ଆକଳନ କରୁଛନ୍ତି । ନିକଟରେ ଏକ ସାକ୍ଷାତକାରରେ ପୂର୍ବତନ ଆଇ-ଜି ବଟକୃଷ୍ଣ ତ୍ରିପାଠୀ ଓଡ଼ିଶାରେ କିଏ ଗଢ଼ିବ ସରକାର ସେନେଇ ନିଜ ମତ ରଖି କହିଛନ୍ତି ଯେ ସେ ଯେତିକି ଆକଳନ କରିଛନ୍ତି ଏଇ ନିର୍ବାଚନରେ ବିଜେଡ଼ି ଆଗରୁ ଯେଉଁ ହିସାବରେ ଭାବିଥିଲା ଆସିଯିବ ବୋଲି ତାହା ସମ୍ଭବ ନୁହେଁ । କଂଗ୍ରେସର ଯଦିଓ ଦବଦବା ନାହିଁ ହେଲେ ଯେଉଁମାନେ ଡାଇହାର୍ଟ କଂଗ୍ରେସ୍ ଫ୍ୟାନ ସେମାନେ କେବେ ହେଲେ ବିଜେପିକୁ ଦେବେ ନାହିଁ ।

୨୦୨୪ ନିର୍ବାଚନ ଟା ଓଡ଼ିଶା ପାଇଁ ଗୋଟେ ଗୁରୁତ୍ଵପୂର୍ଣ୍ଣ ଘଟଣା ହେବ । ଆଗରୁ ୨୦୧୯ ହେଉ କିମ୍ବା ୨୦୧୪ ହେଉ ସେସବୁ ନିର୍ବାଚନରେ ବିଜେଡ଼ି ସରକାର ଧରି ନେଇଥିଲା ଯେ ସେ ନିଶ୍ଚୟ ଜିତିବେ କିନ୍ତୁ ଏହି ନିର୍ବାଚନରେ ବିଜେଡ଼ିକୁ ବିଜେପି ବହୁତ୍ ଜୋରରେ ଚ୍ୟାଲେଞ୍ଜ କରିଛି ଟକ୍କର ଦେଉଛି । ପ୍ରଚାର ପ୍ରସାର ପାଇଁ କେନ୍ଦ୍ରର ହେଭିୱେଟ୍ ନେତାମାନେ ଆସୁଛନ୍ତି । ସାଧାରଣ ନିର୍ବାଚନ ପାଇଁ ଗୋଟାଏ ରାଜ୍ୟକୁ ଜଣେ ପ୍ରଧାନମନ୍ତ୍ରୀ ଏତେ ଥର ଆସିବା ଗୋଟେ ନୂଆ କଥା । ଏଇ ପରିସ୍ଥିତିରେ ଯଦି ଆମେ ନିର୍ବାଚନକୁ ତଉଲିବା ତାହେଲେ କିଏ ଆସିବ ସରକାର ଗଢ଼ିବ ତାର ସ୍ପଷ୍ଟ ଚିତ୍ର ସୃଷ୍ଟି ହେଇନି ।

Leave a Reply

Your email address will not be published. Required fields are marked *