ବାଲେଶ୍ୱର ଲୋକସଭା ଆସନରେ କିଏ ମାରିବ ବାଜି ଖୋଲି କହିଦେଲେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ।

ବନ୍ଧୁଗଣ ବର୍ତ୍ତମାନ ସମୟରେ ନିର୍ବାଚନ ପାଇଁ ସାରା ଦେଶ ରାଜନୀତିମୟ ହୋଇ ଉଠିଛି । ଏହା ମଧ୍ୟରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଜୁନ ୧ରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବ । ଏହାପରେ ୪ରେ ରେଜଲ୍ଟ ପ୍ରକାଶ ପାଇବ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଟିକେଟ କଟିବା ପରେ ଅନ୍ୟ ଦଳରେ ସାମିଲ ହୋଇଥିବା ନେତା ଓ ସ୍ୱାଧୀନ ଭାବେ ଲଢ଼ୁଥିବା ନେତାମାନେ ପ୍ରମୁଖ ଦଳମାନଙ୍କର ଚିନ୍ତା ବଢ଼ାଇଛନ୍ତି ।

ତେବେ ଏଥର ରାଜ୍ୟର ବାଲେଶ୍ୱର ଲୋକସଭା ଆସନରେ ରୋଚକ ଲଢ଼େଇ ଦେଖିବାକୁ ମିଳିବ । ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର, ବିଜେପିରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ କଂଗ୍ରେସରୁ ଶ୍ରୀକାନ୍ତ ଜେନା ମୈଦାନକୁ ଓହ୍ଲାଇଛନ୍ତି । ବିଜେପି ଏହି ଆସନରେ ପ୍ରତାପଙ୍କୁ ରିପିଟ୍ କରିଥିବା ବେଳେ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତଙ୍କ ପରି ଜଣେ ହେଭିୱେଟଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେଡି ଏହି ଆସନରେ ମହିଳା କାର୍ଡ ଖେଳିଛି । ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀଙ୍କ ଉପରେ ଏଥର ବିଜେଡି ଭରସା କରିଛି ।

ଦକ୍ଷତା ଆଧାରରେ ତିନି ନେତା କେହି କାହାଠାରୁ କମ୍ ନୁହନ୍ତି । ତେଣୁ ଏଥର ଜନତା କାହାକୁ ଚୟନ କରିବେ ତାହା ଏବେ ବଡ଼ ପ୍ରଶ୍ନ । ପ୍ରତିଥର ବାଲେଶ୍ୱର ଭୋଟର ନୂଆ ନୂଆ ନେତାଙ୍କୁ ବାଛୁଥିବାରୁ ଏଥର କ’ଣ ଘଟୁଛି ତା’ ଉପରେ ସଭିଙ୍କ ନଜର ରହିଛି । ତେବେ ବାଲେଶ୍ୱର ଲୋକସଭା ଆସନରେ କିଏ ଏଥର ବାଜି ମାରିବ ସେ ସମ୍ପର୍କରେ ଏକ ସାକ୍ଷାତକାରରେ ଖୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି । ସେ କହିଛନ୍ତି ଯେ ଉତ୍କଣ୍ଠା ଜନକ ପରିସ୍ଥିତରେ ଯାଇକି ପହଞ୍ଚିଛି ଶେଷ ପର୍ଯ୍ୟାୟ ନିର୍ବାଚନ ।

ଆଉ ବିଜେଡ଼ି ଓ ବିଜେପି ନିଜର ଶତ ଚେଷ୍ଠା କରୁଛନ୍ତି ସର୍ବାଧିକ ଆସନକୁ ନିଜ ସପକ୍ଷରେ ନେବା ପାଇଁ । ଏଥର ରାଜନୈତିକ ବତ୍ୟା ଟିକେ ଭିନ୍ନ ପ୍ରକାରର ଜଣା ପଡ଼ୁଛି । ଉପକୂଳରେ ପରିବର୍ତ୍ତନ ସପକ୍ଷ ହାୱା ଟିକେ ଅଧିକ ପ୍ରଭାବ ପକାଇଥିବାର ଲକ୍ଷ୍ୟ କରାଯାଉଛି ପଶ୍ଚିମ ଓଡ଼ିଶା ଅପେକ୍ଷା । ପଶ୍ଚିମ ଓଡ଼ିଶା ଅପେକ୍ଷା ଉପକୂଳ ଓଡ଼ିଶାରେ ବିଧାନସଭା କ୍ଷେତ୍ର ଗୁଡ଼ିକରେ ଏଇ ପ୍ରଭାବ ଟା ବେଶୀ ଅନୁଭୂତ ହେଉଛି ତେଣୁ ବର୍ତ୍ତମାନ୍ ଯେହେତୁ ଫାଇଟ୍ ପୂରା ଟପ୍ କଣ୍ଟେସ୍ଟ ଚାଲିଛି ଏବେ ଏହି ଷ୍ଟେଜରେ କହି ପାରିବା ନାହିଁ ରେଜଲ୍ଟ କେଉଁ ଆଡ଼କୁ ଯାଉଛି । କିନ୍ତୁ ଗୋଟେ କମ୍ଫର୍ଟେବଲ୍ ସ୍ଥିତିରେ ଉଭୟ ଦଳ ଅଛନ୍ତି ବୋଲି ଆମେ କହି ପାରିବ ନାହିଁ । ତେଣୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉଭୟ ଦଳର ସର୍ବଶେଷ ସ୍ଥିତିକୁ ନିର୍ଦ୍ଧାରଣ କରିବ ଆଉ ତାକୁ ହିଁ ସମସ୍ତଙ୍କ ଅପେକ୍ଷା ।

Leave a Reply

Your email address will not be published. Required fields are marked *