ଜୀବନରେ କେତେବେଳେ କାହା ଜୀବନରେ ଦୁଃଖ ଆସିବ ସେ କଥା କିଏ ବା ଜାଣିଥାଏ । ଦୁନିଆଁର ଅନେକ ଲୋକ ଖୁସିରେ ଥିବା ବେଳେ ଏମିତି କିଛି ଲୋକ ରହିଥାନ୍ତି , ଯେଉଁ ମାନେ ସୁଖ କଣ ସେ କଥା ଜାଣି ନଥାନ୍ତି । ଏ କଥା ସତ ଯେ , ଦୁଃ-ଖ ପରେ ସୁଖ ଆସିଥାଏ। କିନ୍ତୁ ଏହି କଥା କେବେ କେବେ ସତ ଆଉ ପୂରଣ ହୋଇ ପାରେ ନାହିଁ । ଜୀବନରେ କେବେ ବି କିଛି ମଣିଷ ମାନଙ୍କର ଆସି ପାରେ ନାହିଁ ସୁଖ । ସେଇ ଦୁଃଖକୁ ନେଇ ଜୀବନ ସାରା ମଣିଷକୁ ଆଗକୁ ବଢ଼ିବାକୁ ପଡ଼ିଥାଏ । ଆଉ ଶେଷରେ ସେହି ଦୁଃ-ଖ ସହିତ ମଣିଷ ଆଖି ବୁଜି ଦେଇ ଏ ଦୁନିଆଁ ଛାଡି ଚାଲି ଯାଇଥାଏ ।
ତେବେ ଏପରି କିଛି ଦୁଃ-ଖମ-ୟ ଘ-ଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା କେନ୍ଦୁପଲ୍ଲୀ ଗ୍ରାମରେ । ଏହି ଗ୍ରାମର ରହୁଛନ୍ତି ଦୁଇ ଭାଇ ଭଉଣୀ । ଭାଇ ଜଣକ ଦିବ୍ୟାଙ୍ଗ । ଛୋଟ ବେଳେ କାନ ଔଷଧ ଆଖିରେ ପକାଇ ଦେଇଥିବାରୁ ତାଙ୍କ ଆଖି ନଷ୍ଟ ହୋଇ ଯାଇଛି । ଆଉ ସେ କିଛି ଦେଖି ପାରନ୍ତି ନାହିଁ । ପରିବାର କହିଲେ ଏଇ ଦୁଇ ପ୍ରାଣୀ । କେହି ତାଙ୍କୁ ଆଃ ପଦେ କହିବାକୁ ନାହିଁ କି ସାହାରା ଦେବାକୁ ନାହିଁ । କେହି ନାହିଁ ରୋଜଗାର କରି ଖାଇବା ଆଣିଦେବା ପାଇଁ କି କେହି ନାହିଁ ଦେହ ଖରାପ ହେଲେ ଔଷଧ ଆଣି ଦେବା ପାଇଁ । ଭାଇ ଭଉଣୀ ଦୁହେଁ ଦୁହିଁଙ୍କ ସାହାରା ହୋଇ ଛିଡା ହୋଇଥାନ୍ତି ।
ପେଟ ପୋଷିବା ପାଇଁ କିଛି ଉପାୟ ନ ଥିବାରୁ ଦୁହେଁ ଭିକ୍ଷା ବୃତ୍ତି କରି ପେଟ ପୋଷିବାକୁ ସବୁ କିଛି ମାନି ନେଇଥାନ୍ତି । ଆଉ ରାତି ପାହିଲେ ଘରୁ ବାହାରି ଯାଇଥାନ୍ତି ଭିକ ମାଗିବା ପାଇଁ । ଗାଆଁ ଗାଆଁ ବୁଲି ଭିକ ମାଗିଥାନ୍ତି । ତେବେ ଆଉ ଏକ କଥା ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ , ସେମାନେ ଖାଲି ଭିକ ମାଗନ୍ତି ନାହିଁ । ଦିବ୍ୟାଙ୍ଗ ଭାଇ ଜଣକ ଗୀତ ବୋଲି ଥାଆନ୍ତି ଆଉ ସମସ୍ତେ ତାଙ୍କ ଗୀତ ଶୁଣି ଯାହା ଖୁସିରେ ଦେଇ ଥାଆନ୍ତି , ତାହାକୁ ନେଇ ସେମାନେ ଘରକୁ ଫେରି ଯାଇଥାନ୍ତି । ଆଉ ଘରେ ଭଉଣୀ ରୋଷେଇ କରି ଭାଇଙ୍କୁ ଖାଇବାକୁ ଦେଇଥାନ୍ତି ।
ରାତି ପାହିଲେ ଭଉଣୀ ଜଣକ ନିଜ ଭାଇଙ୍କୁ ଧରି ଧରି ନେଇ ଯାଇଥାନ୍ତି । ଆଉ ସବୁ ଅସୁବିଧା ସମୟରେ ମଧ୍ୟ ନିଜ ଭାଇଙ୍କ ପାଖେ ପାଖେ ରହିଥାନ୍ତି । ସେମାନେ ଜାଣିଛନ୍ତି ଯେ , ମାଗଣାରେ ଏ ଦୁନିଆଁରେ କିଛି ମିଳେ ନାହିଁ । ତେଣୁ ସେମାନେ ଗୀତ ଗାଇ ଗାଇ ଭିକ ମାଗିଥାନ୍ତି । ଆଉ କଷ୍ଟେ ମଷ୍ଟେ ପେଟ ପୋଷି ଦେଇଥାନ୍ତି । ତେବେ ଏହି ଅସହାୟ ଭାଇ ଭଉଣୀଙ୍କୁ ଦେଖିବା ପରେ ସମସ୍ତଙ୍କ ମନ ବହୁତ ଦୁଃ-ଖ ହୋଇଥାଏ । ତେଣୁ ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସମସ୍ତେ ପ୍ରଶାସନ ଏବଂ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ।