ଦେଢ଼ଶୁର ପାଲଟିଲା ରାକ୍ଷସ , ଘରେ କେହି ନଥିବା ସମୟରେ ଭାଇ ବୋହୂଙ୍କୁ ବଳା-ତ୍କାର କରିବା ପାଇଁ କଲା ଚେଷ୍ଟା

ଝିଅଟିଏ ଯେତେବେଳେ ତାର ଶାଶୁଘରକୁ ଆସିଥାଏ , ସେତେବେଳେ ତାର ଆଖିରେ ଆଖିଏ ସ୍ବପ୍ନ ନେଇ ଆସିଥାଏ । କାହା ସହିତ କିପରି ବ୍ୟବହାର କରିବ , ସେଥିପାଇଁ ସେ ପ୍ରସ୍ତୁତ ହୋଇ ଆସିଥାଏ । ସେ ସମସ୍ତଙ୍କ ମନ ନେଇ ଚଳିବାକୁ ଚେଷ୍ଟା କରିଥାଏ । ଆଉ ଭାବିଥାଏ କି , ତାର ପରିବାରକୁ ନେଇ ସୁଖ ଶାନ୍ତିରେ ରହିବ । କିନ୍ତୁ ଏହି ପରିବାର ଭିତରେ ତାକୁ ଏପରି କିଛି ଲୋକ ଦେଖିବାକୁ ମିଳି ଯାଆନ୍ତି , ଯେଉଁ ମାନେ ତାକୁ ଶାନ୍ତିରେ ବଞ୍ଚିବାକୁ ଦେଇ ନଥାନ୍ତି । ସେ ସ୍ଵାମୀ ହୁଅନ୍ତୁ କି ଶାଶୁ କି ନଣନ୍ଦ ହୁଅନ୍ତୁ କି ଦେଢ଼ଶୁର ।

ତେବେ ଏପରି କିଛି ଲଜ୍ଜାକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅନ୍ତର୍ଗତ ବିରଚାନ୍ଦପୂର୍ ଅଞ୍ଚଳରେ । ଏହି ଅଞ୍ଚଳର ମହେଶ୍ୱର ସ୍ୱାଇଁ ନିଜ ଭାଇ ବୋହୁ ସୁଭଦ୍ରା ସ୍ବାଇଁଙ୍କୁ ଏକୁଟିଆ ପାଇ ତାଙ୍କୁ ବଳାତ୍କାର କରିବା ପାଇଁ ଚେଷ୍ଟା କରିଥିଲେ ବୋଲି ବର୍ତ୍ତମାନ ସମୟରେ ସୁଭଦ୍ରା ଥାନାରେ ଅଭିଯୋଗ କରିଛନ୍ତି । ସୁଭଦ୍ରାଙ୍କ କହିବା ଅନୁଯାୟୀ , ତାଙ୍କ ସ୍ଵାମୀ ନ ରହିବା କାରଣରୁ ତାଙ୍କ ଦେଢ଼ଶୁରଙ୍କ ନଜର ସବୁବେଳେ ତାଙ୍କ ଉପରେ ରହୁଥିଲା । ସେ ତାଙ୍କ ଲୁଗାପଟା ଟାଣି ପକାଇ ଦେଉଥିଲେ ।

ସେ ଆହୁରି ମଧ୍ୟ ଧମକ ଦେଇଥିଲେ କି , ଘର କଥା ଘରେ ରହୁ । ଏ ବିଷୟରେ ଆଉ ଯେମିତି କେହି ନ ଜାଣି ପାରନ୍ତୁ । ଯଦି ଏ ବିଷୟରେ କେହି ଜାଣି ଗଲେ , ତେବେ ସେ ତାଙ୍କୁ ଆଉ ତାଙ୍କ ସ୍ବାମୀଙ୍କୁ ଜୀବନରୁ ମାରି ଦେବେ ବୋଲି ଧମକ ଦେଉଥିଲେ । ତେବେ ପରିସ୍ଥିିତିରେ ପଡ଼ି ସୁଭଦ୍ରା ଚୁପ୍ ହୋଇ ରହି ଯାଇଥିଲେ । କିନ୍ତୁ କାଲି ସବୁ କିଛି ସୀମା ପାର ହୋଇ ଯାଇଥିଲା । ସୁଭଦ୍ରାଙ୍କ ସ୍ଵାମୀ ଘରେ ନଥିଲେ । ଏହି ସମୟରେ ତାଙ୍କ ଦେଢ଼ଶୁର ତାଙ୍କ ଲୁଗା ଖୋଲି ଦେଇଥିଲେ ଆଉ ତାଙ୍କୁ ବେଡ୍ ଉପରେ ଲଙ୍ଗଳା କରି ପକାଇ ଦେଇଥିଲେ।

ଏହାପରେ ସୁଭଦ୍ରା ଜୋରରେ ପାଟି କରିବାରୁ ତାଙ୍କ ଦେଢ଼ଶୁର ତାଙ୍କୁ ଛାଡି ଦେଇ ପଳାଇ ଯାଇଥିଲେ । ତେବେ ବର୍ତ୍ତମାନ ସୁଭଦ୍ରା ଆଉ କିଛି ଉପାୟ ନ ପାଇ ପୋଲିସ ନିକଟରେ ଯାଇ ଅଭିଯୋଗ କରିଛନ୍ତି । ତାଙ୍କ ଦେଢ଼ଶୁର ତାଙ୍କ ସହିତ ଜୋର୍ ଜବରଦସ୍ତି କରିବା ପାଇଁ ଚେଷ୍ଟା କରିଥାନ୍ତି ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଅନେକ ସମୟରେ ତାଙ୍କ ଦେଢ଼ଶୁର ଖରାପ ବ୍ୟବହାର କଲେ ଆଉ ସେ ପ୍ରତିବାଦ କଲେ , ତାଙ୍କ ବଡ ଯାଆ ଆଉ ତାଙ୍କ ଝିଅ ଆସି ତାଙ୍କୁ ମାଡ ମାରିବା ସହିତ ତାଙ୍କ ବେକ ଉପରେ ଛିଡା ହୋଇ ଯାଇଥାଆନ୍ତି ।

Leave a Reply

Your email address will not be published. Required fields are marked *