ଟିକଟକରୁ ଆରମ୍ଭ ହୋଇ ସରିଲା ବିବାହ ବେଦୀରେ । ଏଭଳି ଏକ ପ୍ରେମ କାହାଣୀ ଯାହା ବେଶ ଚର୍ଚ୍ଚିତ ହେଉଛି ।

କହିବାକୁ ଗଲେ ସମସ୍ତେ ଟିକଟୋକ ସୋସିଆଲ ମିଡ଼ିଆ ବିଷୟରେ ନିଶ୍ଚୟ ଜାଣିଥିବେ । ତାହାକୁ ଟିକଟୋକ ଟାଇମ ମଧ୍ୟ କୁହାଯାଇ ପାରେ । ସେହି ସମୟରେ ଏଭଳି ଅନେକ ଯୁବକ ଯୁବତୀ ଅଛନ୍ତି ଯେଉଁମାନେ ଭିଡ଼ିଓ କରୁ କରୁ ପ୍ରେମ କରିଥିଲେ ଏବଂ ବିବାହ ମଧ୍ୟ କରିଥିଲେ । ଇନଷ୍ଟାଗ୍ରାମରୁ ପ୍ରେମ ଆରମ୍ଭ ହୋଇ ବାହାଘର ବେଦୀରେ ସରିବା ଭଳି ଅନେକ ପ୍ରେମ କାହାଣୀ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଆଉ ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିଭଳି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଦୁଇ କପଲ ଇନଷ୍ଟାରୁ ପ୍ରେମ କରିଛନ୍ତି ଏବଂ ତାଙ୍କର ବିବାହ ହେବାକୁ ଯାଉଛି ।

ତେବେ ସେମାନେ ଆଉ କେହି ନୁହଁନ୍ତି , ବରଂ ସମସ୍ତଙ୍କ ପ୍ରିୟ ଚିତ୍ରଲେଖା ଏବଂ ମୁନା ଭାଇ । ଉଭୟେ ନିଜର ଭିଡ଼ିଓ ଟିକଟୋକରୁ ଆରମ୍ଭ କରିଥିଲେ । ମୁନା ଭାଇଙ୍କର ଭିଡ଼ିଓକୁ ଯେତେବେଳେ ସମସ୍ତେ ଖୁବ ପସନ୍ଦ କରିବାରେ ଲାଗିଲେ ସେତେବେଳେ ଚିତ୍ରଲେଖା ତାଙ୍କ ସହିତ ଡୁଏଟ କରିବାରେ ଲାଗିଲେ । ଚାରି ପାଞ୍ଚ ଦିନର କଥାବାର୍ତ୍ତାରେ ଉଭୟଙ୍କ ସମ୍ପର୍କ ସାଙ୍ଗ ହିସାବରେ ବେଶ ଦୃଢ଼ ହୋଇ ଯାଇଥିଲା । ଦୁହେଁ ପରସ୍ପର ସହିତ କଥା ହେଉଥିଲେ ଏବଂ ସମୟ ବିତାଉଥିଲେ । ଏମିତିକି ଚିତ୍ରଲେଖା ମୁନାଭାଇଙ୍କୁ ଏକ ଫୋନ ମଧ୍ୟ ଗିଫ୍ଟ କରିଥିଲେ । ନିଜ କ୍ୟାରିଅର ବନେଇବା ପାଇଁ ଦୁହେଁ ଖୁବ କଷ୍ଟ କରି ଭିଡ଼ିଓ ମଧ୍ୟ ବନାଉଥିଲେ ।

ତେବେ ଏହି ଭିଡ଼ିଓ କାରଣରୁ ଚିତ୍ରାଙ୍କ ବାପା ମା ପରିବାରକୁ ଅନ୍ୟ ଲୋକଙ୍କ ଠାରୁ ଅନେକ କଥା ଶୁଣିବାକୁ ମିଳିଥିଲା । ଯାହାକୁ ପରିବାର ଲୋକେ କି ଚିତ୍ରା ଆଦୋୖ ଧ୍ୟାନ ଦେଇ ନଥିଲେ ଏବଂ ନିଜ କ୍ୟାରିଅରରେ ଫକୋସ କରି ଚାଲିଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଗଢ଼ି ଉଠିଲା । ଦୁହିଁଙ୍କର ପାଞ୍ଚବର୍ଷ ପ୍ରେମ ପରେ ଘରେ ଏ ବିଷୟରେ ଜଣାଇଲେ । ଯେହେତୁ ଚିତ୍ରାଙ୍କ ପାଇଁ ଏସବୁ କିଛି ସହଜ ନଥିଲା , ତଥାପି ସେ ମୁନାଙ୍କ ହାତ ଛାଡ଼ି ନଥିଲେ ଏବଂ ତାଙ୍କ ସହିତ ସାରା ଜୀବନ ରହିବାକୁ ନିଷ୍ପତ୍ତି ନେଇ ସାରିଥିଲେ । ଧୀରେ ଧୀରେ ଉଭୟଙ୍କ ସମସ୍ୟା ସୁଧୁରିବାରେ ଲାଗିଲା ।

ପାଞ୍ଚ ବର୍ଷ ପରେ ବର୍ତ୍ତମାନ ଉଭୟଙ୍କ ଫ୍ୟାନ୍ସଙ୍କୁ ସେମାନେ ସରପ୍ରାଇଜ ଦେଇଛନ୍ତି । ଉଭୟଙ୍କର ହଠାତ ଏନଗେଜମେଣ୍ଟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଜି ସେମାନଙ୍କ ରିଙ୍ଗ ସେରୀମନି । ଯେଉଁ କାରଣରୁ ଉଭୟେ ବେଶ ଖୁସି ନଜର ଆସିଛନ୍ତି । ଟିକଟୋକରୁ ସମ୍ପର୍କର ଆରମ୍ଭ ହୋଇ ବିବାହ ପର୍ଯ୍ୟନ୍ତ ଯାଇଥିବାରୁ ସମସ୍ତେ ବହୁତ ଖୁସି ଅଛନ୍ତି । ତେବେ ଖାଲି ସେତିକି ନୁହେଁ ଉଭୟେ ତାଙ୍କ ଫ୍ୟାନ ମାନଙ୍କୁ କହିଛନ୍ତି ଯେ ଖୁବଶୀଘ୍ର ତାଙ୍କର ମୁନାଚିତ୍ର ବ୍ଲଗ ଭିଡ଼ିଓ ଆସିବ ବୋଲି ଖୁସି ଖବର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *