ଯାତ୍ରାରେ ଅ-ଶ୍ଳୀଳ ନୃତ୍ୟ କରୁଛନ୍ତି ଜାଣି ଶୁଣି ଦେଖାଉଛନ୍ତି ତାଙ୍କୁ ଗୋଡେଇ ପିଟିବା କଥା : ଗଜପତି

ଅନେକ ସମୟରେ ସୋସିଆଲ ମିଡିଆରେ ମିଷ୍ଟର ଗଜପତିଙ୍କର ଅନେକ ମତ ଭାଇରାଲ ହୋଇଥାଏ । ଯେଉଁଠି ସେ କାହାକୁ ନଡରି ନିଜର ମତ ଦେଇଥାନ୍ତି । ତେବେ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ବିଷୟ ବସ୍ତୁକୁ ନେଇ ସେ କହନ୍ତି । ବର୍ତ୍ତମାନ ସମୟରେ ମଧ୍ୟ ତାଙ୍କର ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଯାତ୍ରାରେ ଅଶ୍ଳୀଳ ଢ଼ଙ୍ଗରେ ଏବଂ ଅଶ୍ଳୀଳ ପୋଷାକ ପିନ୍ଧି ପରିବେଷଣ କରାଯାଉଥିବା ନୃତ୍ୟ ବିଷୟରେ କହିଛନ୍ତି । ତାଙ୍କ କହିବା କଥା ଯେ ବର୍ତ୍ତମାନ ସମୟରେ ଯାତ୍ରା ମଧ୍ୟ ବଦନାମ ହୋଇ ଯାଇଛି ।

ତାହାର ଏକମାତ୍ର କାରଣ ହେଉଛି ଅଶ୍ଳୀଳ ନୃତ୍ୟ । ପୂର୍ବରୁ ଯାତ୍ରାକୁ ଲୋକେ ଖୁବ ପସନ୍ଦ କରୁଥିଲେ । କିନ୍ତୁ ବର୍ତ୍ତମାନ ଲୋକେ ଆଉ ଯାତ୍ରା ଦେଖିବାକୁ ଯାଉ ନାହାଁନ୍ତି । ବିଶେଷ କରି ନିଜ ପରିବାର ପିଲା ଛୁଆଙ୍କୁ ନେଇ ଯିବାକୁ ସେମାନେ ଉଚିତ ମନେ କରୁ ନାହାଁନ୍ତି । କାରଣ ଯାତ୍ରାରେ ମେଲୋଡି ନାମରେ ପରିବେଷଣ ହେଉଥିବା ନୃତ୍ୟରେ କୌଣସି ସଭ୍ୟତା ଦେଖାଯାଉ ନାହିଁ । ଯେଉଁ କାରଣରୁ ପୁରୁଷ ମାନେ ମଧ୍ୟ ନଷ୍ଟ ହେଉଛନ୍ତି । ତାଙ୍କ ମନକୁ କୁତ୍ସିତ ଚିନ୍ତାଧାରା ଆସୁଛି । ପୁଣି ଏଭଳି ଢ଼ଙ୍ଗରେ ସବୁ ନୃତ୍ୟ ପରିବେଷିତ ହେଉଛି ତାହାକୁ ଦେଖିଲେ ଯେକେହିବି ଲଜ୍ଜିତ ହେବେ ।

ମିଷ୍ଟର ଗତପତି କହିଛନ୍ତି ଯେ ଲୋକେ ବର୍ତ୍ତମାନ ଏଭଳି ସ୍ତରରେ ଅଛନ୍ତି ଯେଉଁଠି ସେମାନେ କିଛି ଦେଖିଲେ ତାକୁ ଟ୍ରୋଲ କରିବାକୁ ଛାଡୁ ନାହାଁନ୍ତି । ତେଣୁ ଯାତ୍ରା କିମ୍ବା କଳା କ୍ଷେତ୍ରରେ ଏଭଳି ହେବା ଆଦୋୖ ଉଚିତ ନୁହେଁ । ପୁଣି ଲୋକଙ୍କର ସେହିସବୁ ଦୃଶ୍ୟ ଦେଖିବା ଏକ ପ୍ରକାରର ମୁହଁ ବଢ଼ାଇବା ଭଳି କଥା ହୋଇ ଯାଉଛି । ଏପଟେ ଯାତ୍ରାରେ କମେଡ଼ି କଥା କହିଲେ ତାହାକୁ ଅଶ୍ଳୀଳ କୁହାଯାଇ ପାରିବ ନାହିଁ । କାରଣ ଲୋକଙ୍କୁ ହସାଇବା ପାଇଁ ଡୁଆଲ ମିନିଙ୍ଗ ମଧ୍ୟ କୁହାଯାଇ ପାରିବ । ଯାହାକୁ କିଛି ଲୋକ ବୁଝି ପାରନ୍ତି ଏବଂ ଆଉ କିଛି ଲୋକ ବୁଝି ପାରନ୍ତି ନାହିଁ । କିନ୍ତୁ ଏଭଳି ଅଶ୍ଳୀଳ ନାଚକୁ ପ୍ରଶ୍ରୟ ଦେବା ଆଦୋୖ ଉଚିତ ନୁହେଁ ।

ଏହାବ୍ୟତୀତ ମିଷ୍ଟର ଗଜପତି ଏହା ମଧ୍ୟ କହିଛନ୍ତି ଯେ , ଆଜିକାଲି କିଛି ଝିଅ ଜାଣିଶୁଣି ଏଭଳି ଲୋକ ଲୋଚନକୁ ଆସିବା ପାଇଁ ଯାତ୍ରାରେ ଏଭଳି ଅଶ୍ଳୀଳ ପୋଷାକ ପିନ୍ଧି ନୃତ୍ୟ କରୁଛନ୍ତି । ଯାହା ନିଶ୍ଚିତ ଭାବରେ ଓଡ଼ିଆ ପରମ୍ପରାକୁ ଏକ ଶକ୍ତ ଚାପୁଡ଼ା ଅଟେ । ଏହାକୁ କେବେବି ଓଡ଼ିଶାରେ ଗ୍ରହଣ କରାଯାଇ ପାରିବ ନାହିଁ । କାରଣ ଏଭଳି ଯଦି ଆଗକୁ ଆହୁରି ବଢ଼େ ତେବେ ନିଶ୍ଚିତ ଭାବରେ ସମସ୍ୟା ହେବ ଏବଂ ଓଡ଼ିଆ ପରମ୍ପରାର କୌଣସି ମର୍ଯ୍ୟାଦା ରହିବ ନାହିଁ । ତାଙ୍କ ଅନୁଯାୟୀ କଳା ଜଗତରେ ଶାଳୀନତା ରକ୍ଷା କରି କଳା କ୍ଷେତ୍ରକୁ ସମ୍ମାନ ଦେଇ ହିଁ କାମ କରିବା ଉଚିତ ।

Leave a Reply

Your email address will not be published. Required fields are marked *