ଯୌତୁ-କର ମାନ-ସିକ ଯ-ନ୍ତ୍ରଣା ସହିନପାରି ବଧୁଙ୍କ ଆ-ତ୍ମହ-ତ୍ୟା।

ପୁଣି ଯୌ-ତୁକ ପାଇଁ ଚାଲିଗଲା ଆଉ ଏକ ଜୀବନ। ସମାଜରେ ଥମୁନି ଯୌ-ତୁକ ପାଇଁ ନିର୍ଯା-ତନା। ଯୌ-ତୁକ ଜୁ-ଇରେ ଆଉ ଏକ ବଧୁ ସୋଇ ଗଲେ ସବୁଦିନ ପାଇଁ। ଦିନେ ଅନେକ ସ୍ୱପ୍ନ ସେ ବି ଦେଖିଥିଲେ। ଅନେକ ଆଶା ଆକାଂକ୍ଷା ତାଙ୍କ ମନରେ ମଧ୍ୟ ଥିଲେ। ସ୍ୱାମୀ ଓ ସ୍ୱାମୀଙ୍କ ପରିବାର ସହ ଦିନେ ହସ ଖୁସିରେ ସମୟ କା-ଟି ଦେଉଥିଲେ ସ୍ତ୍ରୀ ଜଣଙ୍କ। ହେଲେ କେଉଁଠି ଥିଲା ଏ ଯୌ-ତୁକ ରୂପୀ ରା-କ୍ଷାସ। ହଟାତ ଶାଶୁ ଘର ଲୋକଙ୍କ ମନରେ ପ୍ରବେଶ କଲା। ଆଉ ତା ପରେ ବିବାହର ଅନେକ ଦିନ ବିତିଯାଇଥିଲେ ବି କୋଳରେ ଏକ ଅମୂଲ୍ୟ ରତ୍ନ, ଏକ ପୁତ୍ର ସନ୍ତାନ ଥିଲେବି ଯୌ-ତୁକ ପାଇଁ ସବୁବେଳେ ଶାଶୂଘର ଲୋକେ ତାଙ୍କୁ କହୁଥିଲେ ନାନା କଥା।

ଆଉ ଶେଷରେ ସେ ଶାଶୂଘର ଲୋକଙ୍କ କଥା ସହି ନପାରି ବାରି ପଛ ପଟେ ଥିବା ବାଥରୁମକୁ ଯାଇ ନିଜ ଜୀବନ ହାରି ଦେଇଥିବା ପରିବାର ଲୋକେ ଅଭି-ଯୋଗ ଆଣିଛନ୍ତି। ଯୌ-ତୁକ ପାଇଁ ତାଙ୍କ ଝିଅକୁ ଶାଶୂଘର ଲୋକେ ଅନେକ କଥା କହି ଅନେକ ନିର୍ଯ୍ୟା-ତନା ଦେଉଥିବା ସେମାନେ ଅଭି-ଯୋଗ କରିଛନ୍ତି ଆଉ ଶେଷରେ ତାଙ୍କ ଝିଅ ଯେତେବେଳେ ଶାଶୁ ଘର ଲୋକଙ୍କ କଥା ଶୁଣି ନପାରି ଅସ-ହ୍ୟ ହୋଇ ପଡିଛନ୍ତି ସେତେବେଳେ ସେ ଜୀବନ ହାରି ଦେଇଛନ୍ତି।

ଏ ଘଟ-ଣା ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଘଣ୍ଟେଶ୍ୱର ଫାଣ୍ଡି ଅଧିନ ବ୍ରଜରାଜ ପୁର ଗ୍ରାମର। 2017 ମସିହାରେ ଦିଗମ୍ବର ସାହୁଙ୍କ ହାତ ଧରିଥିଲେ ମୁରଲୀଧର ସାହୁଙ୍କ ଝିଅ ମିତଲତା। ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ ବୈଦିକ ରୀତିନୀତି ଅନୁଯାୟୀ ଦୁହେଁ ବିବାହ କରିଥିଲେ। ଆଉ ଝିଅର ଶାଶୁଘର ଲୋକଙ୍କ କହିବା ମୁତାବକ ସବୁ ଜିନିଷ ବିବାହ ବେଳେ ଝିଅର ପରିବାର ଲୋକେ ତାଙ୍କୁ ଦେଇଥିଲେ। ତେବେ ଏହାରି ମଧ୍ୟରେ ମିତାଲତା ଓ ଦିଗମ୍ବରଙ୍କ ବିବାହକୁ ପାଞ୍ଚ ବର୍ଷ ବିଟିଯାଇଛି। କୋଳରେ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇ ସାରିଛି।

ହେଲେ ପୁଅ ଓ ସଂସାର ଏବଂ ସ୍ୱାମୀଙ୍କୁ ଛାଡି ମିତାଲତା ଜୀବନ ହାରି ଦେଇଛନ୍ତି। ଏହି ଖବର ଜାଣିବା ପରେ ଗାଁରେ ଖେଳି ଯାଇଛି ଶୋକାକୁଳ ପରିବେଶ ଝିଅର ପରିବାର ଲୋକେ କଇଁ କଇଁ ଭୋ ଭୋ ରଡି ଦେଇ ମିତାଲତାଙ୍କ ପାଇଁ ଚିତ୍କାର କରି କା-ନ୍ଦୁଥିବା ବେଳେ ମିତାଳତା ଏମିତି କାହିଁକି କଲ ବୋଲି ସଭିଏଁ ପ୍ରଶ୍ନ କରୁଛନ୍ତି। ପରିବାରରେ କିଏ ମିତାଲତାଙ୍କୁ ବିବାହର ଏତେ ଦିନ ପରେ ଯୌ-ତୁକ ପାଇଁ ନିର୍ଯା-ତନା ଦେଉଥିଲେ ତାହା ସମସ୍ତଙ୍କ ମନରେ ଉଙ୍କି ମା-ରୁଛି।

ଏବେ ଚାରି ବର୍ଷର କୁନି ଛୁଆ ଚାରି ଆଡକୁ ଚାହିଁ ମାକୁ ଝୁରି ହେଉଛି। ସମସ୍ତଙ୍କ ମୁହଁକୁ ଚାହିଁ ବଲ ବଲ କରି ଅନାଉଛି। ଆଉ ମାକୁ ଝୁରି ହେଉଛି ମନେ ମନେ ମାକୁ ଖୋ-ଜୁଛି। ମନେ ମନେ କହୁଛି କେହି ଟିକିଏ ମୋ ଆକୁ କୁହ ମୋ ପାଖକୁ ଆସିବ ତା କଥା ମୋର ମନେ ପଡୁଛି କେତେ ସମୟ ହେଲାଣି ମୁଁ ମୋ ମାକୁ ଦେଖିନି। ହେଲେ କୁନି ପୁଅକୁ କିଏ ଓ କିପରି କହିବ ତା ମା ଯୌ-ତୁକ ଜୁ-ଇରେ ସବୁଦିନ ପାଇଁ ସୋଇଯାଇଛି।

ବନ୍ଧୁଗଣ ସବୁଦିନ ଭଳି ସେହି ଦିନ ମଧ୍ୟ ମିତାଲତା ଶାଶୂଘର ବାରି ପଛ ପଟ ବାଥରୁମକୁ ଯାଇଥିଲେ ଆଉ ଦୀର୍ଘ ସମୟ ବାଥରୁମରୁ ନ ବାହାରିବାରୁ ଶାଶୂଘର ଲୋକଙ୍କ ମନରେ ସ-ନ୍ଦେହ ହୋଇଥିଲା ତେବେ ସେମାନେ ଯାଇ ମିତାଲତାଙ୍କୁ ବାଥରୁମ ବାହାରୁ ଡାକିଥିଲେ ହେଲେ ଯେତେବେଳେ ମିତାଲତା କବାଟ ଖୋଲି ନଥିଲେ ସେତେବେଳେ ସମସ୍ତଙ୍କ ମନରେ ସ-ନ୍ଦେହ ଆହୁରି ଘନୀଭୂତ ହୋଇଥିଲା ଶେଷରେ ଯେତେବେଳେ କବାଟ ଭା-ଙ୍ଗି ଦେଖିଥିଲେ ସେତେବେଳକୁ ବୋଧେ ହୁଏ ମିତାଲତା ଆଉ ଏ ପାରିରେ ନଥିଲେ ସେ ସବୁଦିନ ପାଇଁ ଆଖି ବୁଝିଦେଇଥିଲେ।

କୁହାଯାଉଛି ମିତାଲତାଙ୍କ ମୃ-ତ୍ୟୁ ପଛରେ ଯୌ-ତୁକ ଓ ପାରିବାରିକ କ-ଳହ ହିଁ ଅଛି। ଆଉ ଯୌତୁକ ପାଇଁ ଶାଶୁ ଶଶୁର ଦିଅର ଜା ମିଶି ଯୌତୁକ ପାଇଁ ତାଙ୍କୁ ଅନେକ କଥା କହିଛନ୍ତି ବୋଲି ଶେଷରେ ମିତାଲତା ଜୀବନ ହାରି ଦେଇଛନ୍ତି। ତେବେ ମିତାଲତା ଯେତେବେଳେ ଆ-ତ୍ମହ-ତ୍ୟା କରିଦେଇଥିଲେ ତାହା ପରେ ତାଙ୍କ ଶଶୁର ମିତାଲତାଙ୍କ ପରିବାର ଲୋକଙ୍କୁ ଫୋନ କରି କହିଥିଲେ କି ମିତାଲତାଙ୍କ ଦେହ ଅସୁସ୍ଥ ତୁରନ୍ତ ଘରକୁ ଆସ। ମାତ୍ର ଯେତେବେଳେ ମିତାଲତା ଘରକୁ ବାପାଙ୍କ ଘର ଲୋକେ ଆସିଥିଲେ ସେତେବେଳେ ଦେଖିଥିଲେ ଝିଅ ସବୁ ଦିନ ପାଇଁ ସୋଇଯାଇଛନ୍ତି। ତେବେ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚି ମିତାଲତାଙ୍କ ଶଶୁରଙ୍କୁ ଅଟକ ରଖି ଅଧିକ ତ-ଦନ୍ତ ଜାରି ରଖିଛି। ତେବେ ତଦନ୍ତ ପରେ ଘଟ-ଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *