ଯୋରନ୍ଦା ମହିମା ପୀଠରେ ଚଢ଼ିଲା ବୁଲଡୋଜର , ମାଟିରେ ମିଶିଲା ମନ୍ଦିର , ଜାଣନ୍ତୁ କାହିଁକି ଏମିତି ହେଲା ?

ଧର୍ମ ଏବଂ ସଂସ୍କୃତିରେ ଭରପୁର ଏହି ଭାରତ । ଅନେକ ଧର୍ମ ଲୋକମାନେ ଏହି ଭାରତରେ ବାସ କରିଥାନ୍ତି । ଆଉ ସମସ୍ତେ ନିଜ ନିଜ ସଂସ୍କୃତି ଆଉ ଧର୍ମ ଉପରେ ବିଶ୍ୱାସ କରିଥାନ୍ତି । ସମସ୍ତେ ନିଜ ଧର୍ମ ଅନୁଯାୟୀ ନିୟମ ପାଳନ କରିଥାନ୍ତି । ତେବେ ବର୍ତ୍ତମାନ ଧର୍ମ ସମ୍ବନ୍ଧୀୟ ଏପରି ଏକ ଖବର ସାମ୍ନାକୁ ଆସିଛି , ଯାହାକୁ ନେଇ ବିବାଦ ସୃଷ୍ଟି ହେବାରେ ଲାଗିଛି । ଅଲେଖ ମହିମା ଧର୍ମାବଲମ୍ୱୀଙ୍କ ପୀଠରେ ପ୍ରଶାସନ କେଉଁ କାରଣ ପାଇଁ ବୁଲଡୋଜର ଚଢ଼ାଇଛି , ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ସମସ୍ତେ ଏହାର ଉତ୍ତର ଜାଣିବା ପାଇଁ ମଧ୍ୟ ଅପେକ୍ଷା କରି ରହିଛନ୍ତି । ତେବେ ଆପଣ ସମସ୍ତେ ଜାଣିଥିବେ ଯେ , ସାରା ବିଶ୍ବ ପ୍ରସିଦ୍ଧ ଅଲେଖ ମହିମା ପୀଠ ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ । ତେବେ ଏହି ପୀଠ ପରିସରରେ ମୁଖ୍ୟ ଆରାଧନା ସ୍ଥଳୀ ହେଉଛି ଗାଦୀ ମନ୍ଦିର ତଥା ଶୂନ୍ୟ ମନ୍ଦିର । ଏହି ମନ୍ଦିର ବେଢାକୁ ଲାଗି ୨୮ ଡିସିମିଲ ଜାଗାରେ କୌପୀନଧାରୀ ମହିମା ସମାଜ ପକ୍ଷରୁ ୧୯୩୯ ମସିହାରେ ତିଆରି କରାଯାଇଥିଲା ଅନେକ ଛୋଟ ଛୋଟ ମହିମା ଟୁଙ୍ଗି ସାଙ୍ଗକୁ ବତି ମନ୍ଦିର ଇତ୍ୟାଦି । କିନ୍ତୁ ଏହାକୁ ୧୯୪୫ ମସିହାରେ ବକଳଧାରୀ ମହିମା ସମାଜ ପକ୍ଷରୁ ବିରୋଧ କରା ଯାଇଥିଲା ।

ତେବେ ଏହାପରେ ସେମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବା ସହିତ ନାନାଦି ଅଭିଯୋଗ ଆଣିଥିଲେ । ଅନେକ ବୁଝାମଣା ସତ୍ତ୍ବେ ବି କେହି ବୁଝିବାକୁ ରାଜି ନଥିଲେ । ପରେ ସେହି ୨୮ ଡିସିମିଲ ଜାଗାକୁ ଫାଙ୍କା କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଜାଗା ଖାଲି କରିବା ଚେଷ୍ଟା ସତ୍ତ୍ଵେ ମଧ୍ୟ
କୌପୀନଧାରୀ ମହିମା ସମାଜ ପକ୍ଷରୁ ଏହା ଉପରେ ରହିତାଦେଶ ପାଇଁ ଆବେଦନ କରାଯାଇଥିଲା । ଆଉ ଏହାକୁ ବିରୋଧ କରି ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ  ବକଳଧାରୀ ମହିମା ସମାଜ ।

ସର୍ବଶେଷରେ ସମଗ୍ର ଅଞ୍ଚଳକୁ ଖାଲି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଆଜି ସେଠାରେ ୧୪୪ ଧାରା ଲାଗୁ କରାଯାଇଥିଲା । ଆଉ ଭକ୍ତ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ଉପରେ ରୋକ୍ ଲଗା ଯାଇଥିଲା । ଅନ୍ୟ ପକ୍ଷରେ କୌପୀନଧାରୀ ମହିମା ସନ୍ନ୍ୟାସୀ ମାନଙ୍କୁ ସେହି ସ୍ଥାନ ଛାଡ଼ିବା ପାଇଁ ନିର୍ଦ୍ଦେଶ ରହିଥିବା ସତ୍ବେ ମଧ୍ୟ ସେମାନେ ଦୀର୍ଘ ଦିନ ପରେ ବି ସେହି ଜାଗା ଛାଡି ନଥିବା କଥା ବକଳଧାରୀ ମହିମା ସମାଜ ।

Leave a Reply

Your email address will not be published. Required fields are marked *