ଅଣ୍ଟା ହଲେଇ ଝୁମିଲେ ମହିଳା ବିଜେଡି କର୍ମୀ, ନାଚି ନାଚି ସ୍ୱାଗତ କଲେ ମନ୍ତ୍ରୀଙ୍କୁ। ଦେଖନ୍ତୁ ଏହି ଭିଡ଼ିଓ।

ଭାରତ ବର୍ଷରେ ନିର୍ବାଚନ ସବୁଠୁ ଭିନ୍ନ ଏବଂ ଲୋକପ୍ରିୟ ହୋଇଥାଏ। ଏଠାରେ ଅନେକ ଲୋକ ନିର୍ବାଚନ ରେ ଭାଗ ନେଇ ପ୍ରତିଦ୍ୱନ୍ଦୀ କରିବା ପାଇଁ ଚେଷ୍ଟା କରିଥାନ୍ତି। କେବଳ ସେତିକି ନୁହେଁ ଭାରତ ନିର୍ବାଚନରେ ବିପୁଳ ମାତ୍ରାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଲଢେଇ ଏମ.ଏ.ଲେ ସିଟ ପାଇଁ ହେଉ ଅବା ସରପଞ୍ଚ ସିଟ ପାଇଁ ହେଉ। କିନ୍ତୁ ନିର୍ବାଚନ ରେ ଜଣେ ହିଁ ବିଜୟ ହୋଇଥାଏ ଏବଂ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ପରାଜୟ ବରଣ କରିବାକୁ ପଡିଥାଏ।

ନିର୍ବାଚନରେ ମାହୋଲ ସର୍ବଦା ଗରମ ରହିଥାଏ। ବର୍ତ୍ତମାନ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ସରିଛି। ତେବେ ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନ ରେ ମୋଟ ୨ ଲକ୍ଷ ୨୮ ହଜାର ପ୍ରାର୍ଥୀ ବିଭିନ୍ନ ପଦପଦବୀ ପାଇଁ ଲଢେଇ କରୁଥିଲେ। ନିର୍ବାଚନ ପରେ ଯେଉଁ ପ୍ରାର୍ଥୀ ବିଜୟ ହାସଲ କରେ ସେ ବାଜା ବଜାଇ ନାଚି କୁଦି ଉତ୍ସବ ମନେଇ ଥାଏ ତ ଆଉ କିଏ ମନ ଦୁଃଖ କରି ବସିଥାଏ। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିର୍ବାଚନ ସହ ଜଡିତ ଏକ ଭିଡ଼ିଓ ଭାଇରାଲ ହେଉଛି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ମହିଳା ବିଜେଡି କର୍ମୀ ରାସ୍ତା ଉପରେ ଅଣ୍ଟା ହଲେଇ ନାଚୁଛନ୍ତି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି ଭିଡ଼ିଓଟି ପଞ୍ଚାୟତ ନିର୍ବାଚନ ସମୟର ଅଟେ। ପଞ୍ଚାୟତ ନିର୍ବାଚନ ସମୟରେ କିଛି ଏଭଳି ଦୃଶ୍ୟ ଓଡିଶାରେ ଦେଖିବାକୁ ମିଳିଥିଲା। ତେବେ ଆପଣଙ୍କୁ ଲାଗୁଥିବ ଯେ ବୋଧହୁଏ ପ୍ରାର୍ଥୀ ଜଣକ ଜିତିବା ପରେ ଏପରି ନାଚ ନାଚୁଛନ୍ତି।

ଏହାପୂର୍ବରୁ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ଦୃଶ୍ୟ ନିର୍ବାଚନ ଫଳ ବାହାରିବା ପରେ ନୁହେଁ ବରଂ ଏମାନେ ହେଉଛନ୍ତି ବିଜେଡି ନେତା ପ୍ରତାପ ଜେନାଙ୍କ କର୍ମୀ। ପ୍ରତାପ ଜେନାଙ୍କୁ ସ୍ୱାଗତ କରିବା ପାଇଁ ମହିଳା କର୍ମୀ ମାନେ ନାଚୁଛନ୍ତି।ଆଶ୍ଚର୍ଯ୍ୟର କଥା ହେଉଛି ମନ୍ତ୍ରୀଙ୍କ ନାମରେ ଏତେ ବିବାଦ ଉଠିବା ପରେ ବି ସମର୍ଥକ ମାନେ ସମର୍ଥନ କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପ୍ରତାପ ଜେନା ନିଜ ଅଞ୍ଚଳ ତଥା ମାହାଙ୍ଗା ବ୍ଲକ ଉଷୁମାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବା ପାଇଁ ଆସିଥିଲେ। ପ୍ରତାପ ଜେନା ଆସିବା କଥା ଜାଣିବା ପରେ କର୍ମୀ ମାନେ ଏକାଠି ହୋଇ ବାଜା ବଜେଇ ନାଚିଥିଲେ।

Leave a Reply

Your email address will not be published. Required fields are marked *