ବହୁତ କାନ୍ଦିବା ପରେ ଶେଷରେ ଧୋକାବାଜ୍ ପ୍ରେମିକ ବିକ୍ରମକୁ କ୍ଷମା କରିଦେଲେ ରାଣୀ ପଣ୍ଡା ।

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିଜର ରୋକଠୋକ୍ ବୟାନ ପାଇଁ ହେଉ ବା ଅନ୍ୟମାନଙ୍କୁ ବିପଦ ସମୟରେ ସାହାଯ୍ୟ କରି ହେଉ ରାଣୀ ସର୍ବଦା ସିଧା କଥା କହିବାକୁ ପସନ୍ଦ କରିଥାନ୍ତି । ତେବେ ଏହା ମଧ୍ୟରେ ବନ୍ଧୁଗଣ ଗତ କିଛିଦିନ ଧରି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଦୀର୍ଘ ୭ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ତାଙ୍କୁ ଧୋକ୍କା ଦେଇଥିବା ପ୍ରେମିକ ବିକ୍ରମ ବିକାଶ ଓରଫ କାହ୍ନାଙ୍କ ବିରୋଧରେ ରାଣୀ କିଛିଦିନ ତଳେ ମହିଳା ଥାନାରେ ଏତଲା ଦେଇଥିଲେ । ତାଙ୍କୁ ନ୍ୟାୟ ଦରକାର ବୋଲି ରାଣୀ କହିଥିଲେ ।

ଲଭ୍ ରିଲେସନ କାରଣରୁ ସେ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ବହୁତ ନିର୍ଯାତିତ ହୋଇଥିଲେ ବୋଲି ରାଣୀ ଅଭିଯୋଗ କରିଥିଲେ ।ରାଣୀ ଓ ବିକ୍ରମଙ୍କ ଦୀର୍ଘବର୍ଷର ପ୍ରେମ ସମ୍ପର୍କକୁ ନେଇ ରାଣୀଙ୍କ ବେଷ୍ଟ ଫ୍ରେଣ୍ଡ ସୁରଜ ଅନେକ ଗୁମର ଖୋଲିଥିଲେ । ବର୍ଷ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ବିକ୍ରମ ରାଣୀଙ୍କ ସହ ପ୍ରତାରଣା କରିଥିଲେ ବୋଲି ସୁରଜ କହିଥିଲେ ।

ରାଣୀଙ୍କ ବିଷୟରେ ସବୁ ଜାଣି କାହିଁକି ପ୍ରେମ ସମ୍ପର୍କରେ ରହୁଥିଲେ ବୋଲି ସୁରଜ ପ୍ରଶ୍ନ କରିଥିଲେ । ନିକଟରେ ରାଣୀଙ୍କର ଏକ କାନ୍ଦିବା ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଅପଡେଟ୍ । ଧୋକ୍କାବାଜ ପ୍ରେମିକ ବିକ୍ରମଙ୍କୁ ରାଣୀ କ୍ଷମା କରିଦେଇଛନ୍ତି । ‘ମୁଁ ବିକ୍ରମଙ୍କୁ ତ୍ୟାଗ କରୁଛି, ତା’ ଜୀବନରୁ ମୁଁ ସବୁଦିନ ପାଇଁ ଚାଲିଯାଉଛି’ ବୋଲି ରାଣୀ କହିଛନ୍ତି।

ଆଜ୍ଞା ହଁ ବହୁତ କାନ୍ଦିବା ପରେ ଶେଷରେ ଏକ ଭିଡ଼ିଓ ଜରିଆରେ ରାଣୀ କହିଛନ୍ତି, “ଯା ବିକ୍ରମ, ଯା.. ତୋତେ ଖୁସି ଖୁସିରେ ମୁଁ ଯିବାକୁ ଦେଲି, ତୋତେ କେବେ ମୁଁ ଜବରଦସ୍ତି ପାଇବାକୁ ଚାହିଁ ନ ଥିଲି I ହେଲେ ତୁ ମୋତେ ଚିହ୍ନି ପାରିଲୁନି I ମୋତେ କଷ୍ଟ ଦେଇ, ଯନ୍ତ୍ରଣା ଦେଇ ତୁ ଖୁସି ହେଲୁ I ସବୁ ପରେ ଏତିକି କହିବି ଯାହା ମୋ ସହ କଲୁ ସେଇଟା ଆଉ କାହା ସହ କରିବୁନି ରେ । ତୁ ଖୁସିରେ ରହ” ।

Leave a Reply

Your email address will not be published. Required fields are marked *