ଏମବିଏ-୭୯ ଗ୍ରାମର ଅମଲ୍ ପାଲଙ୍କ ପୁଅ ସଞ୍ଜୀବ ପାଲ ଏମବିଏ-୭୨ ଗ୍ରାମର ତୃପ୍ତି ନାମକ ଜଣେ ଝିଅଙ୍କୁ ଭଲ ପାଉଥିଲେ। ତୃପ୍ତି ମଧ୍ୟ ସଞ୍ଜୀବଙ୍କୁ ଭଲ ପାଉଥିଲା। ତୃପ୍ତି ନିଜ ସାନ ଭାଇକୁ ଗୋଟେ କିଡନୀ ଦେଇଦେଇ ଥିଲେ ସେଥିପାଇଁ ତୃପ୍ତିଙ୍କର ଗୋଟେ କିଡନୀ ଥିଲା। ଏ କଥା ଜାଣି ମଧ୍ୟ ସଞ୍ଜୀବ ତୃପ୍ତିକୁ ଭଲ ପାଉଥିଲେ। ଏବଂ ବାହା ହେବା ପାଇଁ କଥା ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ଏବେ ସେ ତୃପ୍ତିଙ୍କୁ ବାହା ହେବାପାଇଁ ଚାହୁଁ ନାହାଁନ୍ତି।
ସେଥିପାଇଁ ତୃପ୍ତି ପ୍ରଥମେ ଏମବିଏ-୭୯ ଗ୍ରାମର ପୋଲିସ୍ ଷ୍ଟେସନରେ ସଞ୍ଜୀବଙ୍କ ନାରେ ଅଭିଯୋଗ କରିଥିଲେ। ସଞ୍ଜୀବ ଜଣେ ରାଜନେତାଙ୍କ ସମ୍ପର୍କୀୟ ହେଇଥିବାରୁ ୮ ଥର ଏତେଲା ଦେଲା ପରେ ମଧ୍ୟ ପୋଲିସ୍ କିଛି ବୁଝୁନଥିଲା। ସେଥିପାଇଁ ତୃପ୍ତି ମାଲକାନଗିରି ଏସିପିଙ୍କ ପାଖକୁ ଯାଇ କହିଛନ୍ତି ଗତ ୩ ବର୍ଷ ହେଲା ମୋ ଅସୁବିଧାର ସୁଯୋଗ ନେଇ ସଞ୍ଜୀବ ମତେ ଠକି ଚାଲିଛି।
ସେ ମତେ ବାହା ହେବା ବୋଲି କହି ମୋ ସହ ଶାରୀରିକ ସମ୍ପର୍କ ରଖିଲେ ଏବଂ ସବୁ ଭିଡିଓ ବନେଇ ମତେ ଏବେ ବ୍ଲାକ ମେଲ୍ କରୁଛନ୍ତି। କହୁଛନ୍ତି ମୁଁ ଯଦି ବାହା ହେବା କଥା କହିବି ତେବେ ସେ ଏ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ କରିଦେବେ। ସେ ମତେ ବାଡେଇ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଛନ୍ତି।
ସେ କହିଛନ୍ତି ଆମେ କେବଳ ଶାରୀରିକ ସମ୍ପର୍କ ରଖିବା କିନ୍ତୁ କେବେ ବାହା ହେବାନି ଯଦି ବାହାଘର କଥା କହିବି ତତେ ଜୀବନରୁ ମାରିଦେବି। ମାଲକାନଗିରି ଏସିପି ତୃପ୍ତିଙ୍କର ସବୁ କଥା ଶୁଣି ସାରିବା ପରେ ଖୁବ୍ ଜଲଦି ସଞ୍ଜୟଙ୍କୁ ଗିରଫ କରିବେ ବୋଲି ଆଶ୍ଵାସନା ଦେଇଛନ୍ତି।