ମନୁଷ୍ୟ ଜୀବନର ନିରାଟ ବାସ୍ତବତା ବିଷୟରେ ଅନେକ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । କିନ୍ତୁ ଏକ କଥାରେ ରହିଛି ଯେ ଗୋଟିଏ କୁକୁର ଯମରାଜଙ୍କୁ ମନୁଷ୍ୟର ସ୍ଵଭାବ ବିଷୟରେ ବାସ୍ତବତା କହିଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି ବିଷୟରେ କହିବୁ । କଥା ଅନୁଯାୟୀ ମଧ୍ୟକାଳରେ ଜଣେ ଧନୀ ସେଠ ରହୁଥିଲେ ଯାହାର ଗୋଟିଏ କୁକୁର ମଧ୍ୟ ଥିଲା ।
ସେ ଖୁବ ଛଳନା କରୁଥିବା ଏବଂ ସ୍ୱାର୍ଥପର ଥିଲା କିନ୍ତୁ ତଥାପି ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲା । ଥରେ ଭଗବାନ ବିଷ୍ଣୁ ଖୁସି ହୋଇ ସେଠକୁ ଦର୍ଶନ ଦେଇ ବର ମାଗିବାକୁ କହିଲେ । ଯାହାର ଉତ୍ତରରେ ସେଟ ଏକ କାଗଜରେ ଭଗବାନ ବିଷ୍ଣୁଙ୍କ ଦସ୍ତଖତ କରିବାକୁ କହିଲେ । ଯାହାଦ୍ୱାରା ସେ ସମସ୍ତଙ୍କୁ ଭଗବାନ ଥିବାର ପ୍ରମାଣ ଦେଖାଇ ପାରିବେ ।
ଭଗବାନ ବିଷ୍ଣୁ ତାଙ୍କ ଇଚ୍ଛା ପୂରଣ କଲେ । ଥରେ ସେହି ସେଠ ର କୁକୁର ମୃତ୍ୟୁ ବରଣ କରିବାକୁ ସେଠ ଖୁବ ଦୁଃଖିତ ହୋଇଗଲା । କୁକୁର ଯମଲୋକରେ ପହଞ୍ଚି ଯମରାଜଙ୍କୁ କହିଛି ଯେ ” ତୁମେ କିଛି ପାପ କରି ନାହଁ ଏବଂ ନିଜ ଗୁଲାମୀ ସବୁବେଳେ କରି ଆସିଛ ତେଣୁ ତୁମେ ଆଗାମୀ କେଉଁ ଜନ୍ମ ପାଇବାକୁ ଚାହୁଁଛ ” । ଉତ୍ତରରେ କୁକୁର କହେ ଯେ ଯେଉଁ ଜନ୍ମ ଦେଲେ ଭଲ କିନ୍ତୁ ମନୁଷ୍ୟ ଜନ୍ମ ନୁହେଁ । କାରଣ ମନୁଷ୍ୟ ଖୁବ କପଟୀ ଏବଂ ସ୍ବାର୍ଥୀ ହୋଇଥାଏ । ସେ ନିଜ ସ୍ୱାର୍ଥ ପୂରଣ କରିବାକୁ ନିଜ ଲୋକଙ୍କର ଶୋଷଣ କରିବାକୁ ମଧ୍ୟ ପଛାଏ ନାହିଁ । ଏମିତିକି ଯଦି ଜଣେ ଜୀବିତ ମନୁଷ୍ୟ ଆସେ ତେବେ ସେ ଯମଲୋକରେ ହଇଚଇ ସୃଷ୍ଟି କରିବ ।
ଏହା ଶୁଣି ଯମରାଜ କ୍ରୋଧିତ ହେଲେ ଏବଂ କହିଲେ ଯେ ମନୁଷ୍ୟ ଯେତେ ଚାଲାକ ହେଲେବି ଯମରାଜଙ୍କ ସାମ୍ନାରେ ତାର କୌଣସି ଚାଲାକି କାମ କରିବ ନାହିଁ । ଏହାକୁ ପରୀକ୍ଷା କରିବାକୁ ଯମରାଜ ସେହି କୁକୁରର ସେଠକୁ ଉଠାଇ ଆଣିବାକୁ ନିଜ ଦୂତ ମାନଙ୍କୁ ଆଦେଶ ଦେଲେ । ଯମରାଜଙ୍କ ଦୂତ ମାନେ ସେହି ସେଠ ଖଟ ଉପରେ ଶୋଇଥିବା ସମୟରେ ତାଙ୍କୁ ଉଠାଇ ଆଣିଲେ । ଅଧା ବାଟରେ ସେଠଙ୍କ ନିଦ ଭାଙ୍ଗିବା ପରେ ଦୂତ ମାନଙ୍କୁ ପଚାରନ୍ତି ।
ଦୂତ ମାନେ ଯମରାଜ ଆଦେଶ ପାଳନ କରୁଥିବା କହନ୍ତି । ଏହା ଶୁଣି ସେଠ ନିଜ ପକେଟରେ ରଖିଥିବା ଭଗବାନ ବିଷ୍ଣୁ ଦସ୍ତଖତ କରିଥିବା କାଗଜକୁ ବାହାର କହି ସେଥିରେ କିଛି ଲେଖି ପୁଣି ପକେଟରେ ରଖିଦେଲେ । ଯେତେବେଳେ ସେ ଯମଲୋକରେ ପହଞ୍ଚିଲେ ସେତେବେଳେ ସେ ସେହି କାଗଜକୁ ଯମରାଜଙ୍କୁ ଦେଖାଇବା ମାତ୍ରେ ଯମରାଜ ତାଙ୍କୁ ନେଇ ନିଜ ସିଂହାସନରେ ବସାଇଲେ ।
ଅର୍ଥାତ ସେ ଯମଲୋକର ରାଜା ହୋଇଗଲେ ଏବଂ ସବୁ ନିୟମ ପରିବର୍ତ୍ତନ କଲେ । ସବୁ ନର୍କ ଭୋଗୁଥିବା ଆତ୍ମାକୁ ସ୍ଵର୍ଗ ପଠାଇଲେ ଏବଂ ଯମରାଜଙ୍କୁ ସେଠାକାର ଦ୍ୱାରପାଳ କରିଦେଲେ । ଦୁଃଖିତ ଦେବଗଣ ଭଗବାନ ବିଷ୍ଣୁଙ୍କୁ କହିଲେ ଏବଂ ଭଗବାନ ଆସି ନିଜେ ଯମଲୋକ ଆସି ସବୁକଥା ବୁଝିଲେ । ଯମରାଜଙ୍କୁ ଦ୍ୱାରପାଳ ଭାବରେ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ସବୁ ଘଟଣା ପଚାରିଲେ । ଯମରାଜ ସେହି କାଗଜରେ ଦସ୍ତଖତ ଦେଖି ଏବଂ ସେଥିରେ ଲେଖା ଯାଇଥିବା ଆଦେଶ ଦେଖି ସେଟଙ୍କୁ ସିଂହାସନରେ ବସାଇ ଥିଲେ ।
ଭଗବାନ ବିଷ୍ଣୁଙ୍କୁ ଦେଖି ସେଟ ସିଂହାସନରୁ ଉଠି ପଡ଼ି କ୍ଷମା ପ୍ରାର୍ଥନା କଲେ ଏବଂ ନିଜ କୁକୁର ସମେତ ଅନ୍ୟ ଆତ୍ମା ମାନଙ୍କୁ ସଦ୍ଗତି ପାଇଁ ଏଭଳି କରିଥିବା କହିଲେ । ଯାହା ଶୁଣି ଭଗବାନ ବିଷ୍ଣୁ ମଧ୍ୟ କ୍ଷମା କରିଦେଲେ । ଏହାପରେ ଯମରାଜ ବୁଝିଗଲେ ଯେ ମନୁଷ୍ୟ ଖୁବ ଚାଲାକ ଏବଂ କପଟୀ ହୋଇଥାଏ । ସେଥିପାଇଁ ହିଁ ଜୀବିତ ମନୁଷ୍ୟକୁ ଯମପୁଅକୁ ଅଣାଯାଏ ନାହିଁ । ଯେତେବେଳେ ମନୁଷ୍ୟର ମୃତ୍ୟୁ ହୋଇଯାଏ ଏବଂ ସେ ନିଜର ସବୁ ଖରାପ ସ୍ୱଭାବକୁ ଦୂର କରେ ସେତେବେଳେ ହିଁ ସେ ଯମଲୋକକୁ ଆସିଥାଏ ।