ନ୍ୟାୟ ସଂହିତାର ନୂଆ ନିୟମ ଆସିଲେ ହେବ ଏମିତି । ମୁକୁଳିବେ ୮୨ ହଜାର କ-ଏଦୀ ।

ନ୍ୟାୟ ସଂହିତାର ନିୟମ ଅନୁଯାୟୀ ଯଦି କିଛି ନିୟମ ପରିବର୍ତ୍ତନ ହୁଏ ତେବେ ଦଣ୍ଡ ପାଉଥିବା କଏଦୀ କୁଆଡ଼େ ମୁକୁଳି ଯିବେ । ସେମାନଙ୍କର ଜେଲ ଦଣ୍ଡ କୁଆଡ଼େ ସମାପ୍ତ ହୋଇଯିବ । ନୂଆ ନିୟମକୁ ଡ୍ରାଇଭର ମାନେ ଭୟ କରୁଛନ୍ତି । ନୂଆ ନିୟମ ଅନୁଯାୟୀ ୮୨ ହଜାର ଡ୍ରାଇଭର କଏଦୀ ମୁକୁଳି ଯିବେ । ବର୍ତ୍ତମାନ ଦେଶରେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ ଯାହାକି ହିଟ ଆଣ୍ଡ ରନ ମାମଲାକୁ ନେଇ ହେବ ବୋଲି କୁହାଯାଉଛି । ଏଥିରେ କିଛି ଭିନ୍ନ ନିୟମ ପ୍ରଣୟନ ହେବ ବୋଲି କୁହାଯାଉଛି । ବର୍ତ୍ତମାନ ଭାରତୀୟ ନ୍ୟାୟ ସଂହିତାକୁ ଟ୍ରକ ଡ୍ରାଇଭର ମାନେ ବିରୋଧ କରୁଛନ୍ତି । ବର୍ତ୍ତମାନ ସୂଚନା ରହିଛି ଯେ ନ୍ୟାୟ ସଂହିତାରେ ଆଇନ ତିଆରି ହୋଇ ସାରିଛି ।

ଯାହାକି ଆଗାମୀ ସମୟରେ ବହୁତ ଜଲଦି ପ୍ରଣୟନ ମଧ୍ୟ ହୋଇଯିବ । ଯାହାକି ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଏହି ଆଇନ ଲାଗୁ ହେବ । ଏନେଇ ଏକ ବିଜ୍ଞପ୍ତି ଜାରି ହେବା ସହିତ ଛୋଟ ମୋଟ ସଡ଼କ ଦୁର୍ଘଟଣା କାରଣରୁ ଜେଲଦଣ୍ଡ ଭୋଗୁଥିବା ପ୍ରାୟ ୮୨ ହଜାର କଏଦୀଙ୍କ ମୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ।

ଚଳିତ ବର୍ଷ ହୋଲି ପୂର୍ବରୁ ସେମାନେ ସମସ୍ତେ ମୁକୁଳିଯିବେ ବୋଲି ଆଶା କରାଯାଉଛି । ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବିକ ବିଚାରାଧୀନ କଏଦୀ ମାନଙ୍କୁ ମୁକ୍ତ କରିବା ପାଇଁ ଆଗ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଏଥିପାଇଁ ପ୍ରଶିକ୍ଷକ , ଜେଲ ଅଧିକାରୀ , ପୋଲିସ ବଳ ଏବଂ ଓକିଲ ମାନଙ୍କୁ ତାଲିମ ପ୍ରଦାନ କରିବେ ।

ଏବେ ସେମାନେ ଅନ୍ୟ ମାନଙ୍କୁ ନୂଆ ଆଇନ ଆଧାରରେ ପ୍ରଶିକ୍ଷଣ ଦେବେ । ଯେଉଁ କଏଦୀ ମାନଙ୍କ ପାଖରେ ଜାମିନ ପାଇଁ ଅର୍ଥ ନାହିଁ ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାର ଏଭଳି କଏଦୀ ମାନଙ୍କର ଜମାନଟ ରାଶି ଭରିବେ । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ର ମୁତାବିକ ଦେଶର ଜେଲ ଗୁଡ଼ିକରେ ସାଢ଼େ ପାଞ୍ଚ ଲକ୍ଷ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧା କଏଦୀ ସଙ୍ଗିନ ଅପରାଧରେ ଜଡ଼ିତ ଅଛନ୍ତି । ବିଚାରାଧୀନ କଏଦୀଙ୍କ ସୁଲଭ ସଂଖ୍ୟା ପ୍ରାୟ ଦୁଇ ଲକ୍ଷ ହେବ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଦଣ୍ଡ ତୁଳନାରେ ଅଧିକ ସମୟ ଜେଲରେ ବିତାଇଲେଣି । ତେଣୁ ବର୍ତ୍ତମାନ ନ୍ୟାୟ ସଂହିତା ପରିବର୍ତ୍ତନକୁ ଟ୍ରକ ଡ୍ରାଇଭର ଅପେକ୍ଷା କରିଛନ୍ତି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *