ଅଜବ ପ୍ରେମ କାହାଣୀ: ଫେସବୁକରୁ ଭଲପାଇ ସ୍ୱାମୀଙ୍କୁ ଛାଡି ଦୁଇ ମହିଳା ବିବାହ କଲେ।

ସମାଜରେ ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଟନ୍ତି । ଅନେକ ଥର ସୋସିଆଲ ମିଡିଆର ନିଶା ଜଣଙ୍କୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ କରିଥାଏ ଯାହାକି ସାମାଜିକ ଭାବରେ ଭୁଲ ବୋଲି ବିବେଚନା କରାଯାଏ । ବାସ୍ତବରେ, ପ୍ରେମ କରିବା ଏକ ଖରାପ ଜିନିଷ ନୁହେଁ । କିଏ କେତେବଳେ କାହାକୁ ଭଲ ପାଇଯାଏ ଜାଣି ହୁଅନି। କିନ୍ତୁ ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇଜଣ ମହିଳା ଫେସବୁକରେ ପରସ୍ପରକୁ ଭଲ ପାଇଲେ ଏବଂ ଦୁହେଁ ଏକାଠି ରହିବେ ବୋଲି ଭାବିଲେ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଭୋପାଲର ଜଣେ ବିବାହିତା ମହିଳା ଶିମଲାରେ ରହୁଥିବା ଜଣେ ନେପାଳୀ ମହିଳାଙ୍କୁ ପ୍ରେମ କରିଥିଲେ। ଉଭୟ ସମଲିଙ୍ଗୀ ଥିଲେ। ଯଦିଓ ଉଭୟ ବିବାହିତ ଏବଂ ଭୋପାଳ ମହିଳାଙ୍କର ଗୋଟେ ପୁଅ ଏବଂ ଶିମଲା ମହିଳାଙ୍କର ଗୋଟେ ଝିଅ।

ଶିମଲା ମହିଳା ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହିତ ରହୁଥିବା ବେଳେ ଭୋପାଳ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରୁହନ୍ତି। ଫେସ୍ବୁକ୍ ମାଧ୍ୟମରେ ଦୁହେଁ ପରସ୍ପର ସହିତ ବନ୍ଧୁତା କଲେ। କେତେବେଳେ ବନ୍ଧୁତା ପ୍ରେମରେ ପରିଣତ ହେଇଗଲା ସେମାନେ ଜାଣି ପାରିଲେନି।

ଉଭୟ ମହିଳାଙ୍କ ପ୍ରେମ ଏତେ ନିବିଡ ଯେ ଦୁହେଁ ଗୋଟେ ଜାଗାରେ ଦେଖା କରିବାକୁ ଭାବିଲେ। ଏହା ପରେ ଶିମଲାରେ ରହୁଥିବା ମହିଳା ତାଙ୍କର ଦୁଇ ସନ୍ତାନ ଏବଂ ସ୍ୱାମୀଙ୍କୁ ଛାଡି ଭୋପାଳକୁ ଯାଇ ମହିଳାଙ୍କୁ ଭେଟିଲେ ଏବଂ ଦୁହେଁ ଏକାଠି ରହିବାକୁ ସ୍ଥିର କଲେ। ତାପରେ ଦୁହେଁ ଗାଜିଆବାଦ ଗଲେ। ସେଠାରେ ଦୁହେଁ ବିବାହ କଲେ ଏବଂ ଦୁହେଁ ଭୋପାଳକୁ ଫେରି ସ୍ୱାମୀ ଏବଂ ସ୍ତ୍ରୀ ପରି ଏକ ଫ୍ଲାଟରେ ଏକାଠି ରହିଲେ।

ଶିମଲାରେ ରହୁଥିବା ମହିଳା ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ପୋଲିସ୍ ପାଖରେ ନିଖୋଜ ଖବର ଦାଖଲ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ସେଠାରେ ସକ୍ରିୟ ଥିବା ନେପାଳ ସଂଗଠନର ଲୋକମାନେ ଜାଣିବାକୁ ପାଇଲେ। ତାପରେ ସଂଗଠନର ଲୋକମାନେ ଭୋପାଳକୁ ଆସି ପୋଲିସ୍ କୁ ସବୁକଥା କହିଲେ। ଯେତେବେଳେ ପୋଲିସ ଅନୁସନ୍ଧାନ କଲା, ନେପାଳୀ ମହିଳା ନିଶାପୁରା ଅଞ୍ଚଳର ଗୋଟେ ଫ୍ଲାଟରେ ଅନ୍ୟ ଜଣେ ମହିଳାଙ୍କ ସହିତ ରହୁଥିଲେ। ଖବର ଆସିବା ମାତ୍ରେ ନେପାଳୀ ମହିଳାଙ୍କ ସ୍ୱାମୀ ମଧ୍ୟ ତାଙ୍କ ପତ୍ନୀଙ୍କୁ ଫେରାଇ ଆଣିବାକୁ ଆସିଲେ।

ପୋଲିସ କହିଛି ଯେ ଉଭୟ ମହିଳା ବୟସ୍କ ଅଟନ୍ତି ଏବଂ ନିଜ ନିଜ ଇଚ୍ଛାରେ ପରସ୍ପର ସହ ରହୁଛନ୍ତି । ତେଣୁ ଏହା ଏକ ଅପରାଧିକ ମାମଲାରେ ପରିଣତ ହୁଏ ନାହିଁ । ଏହା ପରେ ମଧ୍ୟ ପୋଲିସ ଉଭୟଙ୍କ ପରାମର୍ଶ ନେଇ ସମସ୍ୟାର ସମାଧାନ କଲେ। ପୋଲିସଙ୍କ କଥା ଅନୁସାରେ ନେପାଳୀ ମହିଳା ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ରାଜି ହେଇଗଲେ। ତା ପରେ ଭୋପାଳର ମହିଳା ମଧ୍ୟ ତାଙ୍କ ଘରକୁ ଗଲେ

Leave a Reply

Your email address will not be published. Required fields are marked *