ଲୋକ ତାକୁ ଭଲ ପାଇଛନ୍ତି, ତା ଅଭିନୟ ପାଇଁ ତାଳି ମାରିଛନ୍ତି ଗାଳିବି ଦେଇଛନ୍ତି ଏବଂ ତା ପାଇଁ ଆଜି ଟଙ୍କା ମଧ୍ୟ ଦେବେ :ରାଣୀ ପ୍ରିୟଦର୍ଶନି

ଓଡ଼ିଆ ଚଳଚ୍ଚିତ୍ର ଦୁନିଆଁର ପିଣ୍ଟୁ ନନ୍ଦଙ୍କୁ ଓଡ଼ିଶା ରେ କିଏ ନ ଜାଣିଛି। ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ସେ ଘରେ ଘରେ ପ୍ରସିଦ୍ଧ। କିନ୍ତୁ ଗତ କିଛି ଦିନ ହେବ ଦେ ଲିଭର ଜନିତ କିଛି ରୋଗରେ ପୀଡିତ ହେଇ ହସ୍ପିଟାଲରେ ପଡିଛନ୍ତି। ତାଙ୍କ ବଡ଼ ଭଉଣୀ ତାଙ୍କୁ ଲିଭର ଡୋନେଟ୍ କରିବା ପାଇଁ ରହିଥିଲେ କିନ୍ତୁ ତାଙ୍କ ଲିଭର ମ୍ୟାଚ୍ କଲାନି। ସେ ଗତ କାଲି ଲିଭର ଟ୍ରାନସପ୍ଲାଣ୍ଟ କରିବାକୁ ଦିଲ୍ଲୀ ଯାଇଛନ୍ତି। ସେଥିପାଇଁ ତାଙ୍କର ୭୦-୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏ କଥା ଜାଣିବା ପରେ ସବୁ ଦିଗରୁ ତାଙ୍କ ପାଖକୁ ସାହାଯ୍ୟର ସୁଅ ଛୁଟିଛି।

ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନି ପ୍ରସିଦ୍ଧ ମାଘ ସପ୍ତମୀ ଖଣ୍ଡଗିରି ମେଳାରେ ପିଣ୍ଟୁ ନନ୍ଦଙ୍କ ପାଇଁ କାନି ପକେଇ ଭିକ ମାଗୁଛନ୍ତି। ସେ କହିଛନ୍ତି ଆମ ଦେଶରେ ସାଢେ଼ ଚାରି କୋଟି ଲୋକ ଅଛନ୍ତି ଯଦି ସମସ୍ତେ ଟଙ୍କାଟେ ଟଙ୍କାଟେ ଦେବେ ତା ହେଲେ ମୋ ଭାଇ ବଞ୍ଚି ଯିବ। ତାଙ୍କ ଦେହ ବହୁତ୍ ଖରାପ୍।

ମୁଁ ତା ହାତରେ ରାକ୍ଷୀ ବାନ୍ଧିଛି ତା ଜିବନ ବଞ୍ଚାଇବା ପାଇଁ କ’ଣ ଭିକ ମାଗି ପାରିବିନି। ଗୋଟେ ଭଉଣୀ ତା ଭାଇ ପାଇଁ ସବୁକିଛି କରି ପାରିବ। ମୋ ଦେହ ଟିକେ ଭଲ ନଥିଲା ମୋ ଗୋଡ଼ ଫ୍ରାକ୍ଚର ହେଇ ଯାଉଛି ସେଥିପାଇଁ ମୁଁ ମୋ କାମ ବନ୍ଦ କରି ଘରେ ରେଷ୍ଟ ନେଉଥିଲି ଆଉ ମୁଁ ଯେତେବେଳ ଜାଣିଲି ପିଣ୍ଟୁ ଭାଇ ଦିଲ୍ଲୀ ଯାଉଛନ୍ତି ମୁଁ ତାଙ୍କୁ ଦେଖା କରିବା ପାଇଁ ବିମାନ ବନ୍ଦରକୁ ଯାଇଥିଲି।

ସେଠି ତାଙ୍କୁ ଦେଖି ମୁଁ ପୁରା ଭାଙ୍ଗି ପଡ଼ିଲି। ସେ ବହୁତ୍ ଦୁର୍ବଳ ହେଇ ଯାଇଛନ୍ତି। ସେ ମତେ କିଛି କହିଲେନି କିନ୍ତୁ ମୁଁ ତାଙ୍କ ଆଖି ଦେଖି ସବୁ ବୁଝିଗଲି। ତାଙ୍କ ଆଖିଦେଖି ଲାଗୁଥିଲା ଯେମିତି ତାଙ୍କ ଆଖି ମତେ ସବୁ କିଛି କହି ଦଉଛି। ତାଙ୍କ ଆଖିରେ ନିଜ ସ୍ବାସ୍ଥ୍ୟ ଅବସ୍ଥା ଠାରୁ ନେଇ ଘର ଚିନ୍ତା ଏବଂ ଟଙ୍କା ଖର୍ଚ୍ଚର ଚିନ୍ତା ମଧ୍ୟ ଥିଲା। ସେଥିପାଇଁ ମୁଁ ତାଙ୍କୁ ସାହାଯ୍ୟ କରିବା ପାଇଁ ସେଠି କିଛି ତାଙ୍କ ଆଦେୟ କଲି।

ମିଡ଼ିଆ ହେଲେ ଚତୁର୍ଥ ସ୍ତମ୍ବ। ସେଥିପାଇଁ ମୁଁ ଆଜି ଏଇ ଖଣ୍ଡଗିରି ମେଳାରେ ମୋ ଭାଇ ପାଇଁ ଟଙ୍କା ମାଗୁଛି ଏବଂ ଲୋକ ମଧ୍ୟ ଦେଉଛନ୍ତି। ଲୋକ ତାକୁ ଭଲ ପାଇଛନ୍ତି, ତା ଅଭିନୟ ପାଇଁ ତାଳି ମାରିଛନ୍ତି ସେଇ ଅଭିନୟ ଗାଳିବି ଦେଇଛନ୍ତି ଏବଂ ଆଜି ତା ପାଇଁ ଟଙ୍କା ମଧ୍ୟ ଦେବେ।

Leave a Reply

Your email address will not be published. Required fields are marked *