ପ୍ରେମ କରି ବିବାହ କରିଥିଲେ । ଆଉ ଏବେ ଛୋଟ ଜାତି କହି ଛାଫିଦେଲା ସ୍ୱାମୀ

ସମାଜରେ ଜାତି ପ୍ରଥା ଏକ ଭ-ୟଙ୍କର ଜିନିଷ । ଯାହାଦ୍ୱାରା ଅନେକ ସମ୍ପ-ର୍କ ଭା-ଙ୍ଗି ଯାଉଛି ଏବଂ ଅନେକ ଜୀବନ ନ-ଷ୍ଟ ହୋଇ ଯାଉଛି । ଲୋକେ ଭାବନ୍ତି ଯେ ଜାତି ହିଁ ତାଙ୍କ ସମ୍ମାନ । ମାତ୍ର ତାହା ଆଦୋୖ ନୁହେଁ । ଦୁନିଆରେ କେବଳ ଗୋଟିଏ ଜାତି ଅଛି ତାହା ହେଉଛି ମାନବ ଜାତି । ତେବେ ଆପଣ ମାନେ ପ୍ରତ୍ୟେକ ଦିନ ଲୋଭ ସେ-କ୍ସ ଧୋ-କା ସମ୍ବନ୍ଧୀୟ ଘ-ଟଣା ତ ନିଶ୍ଚୟ ଶୁଣିବାକୁ ପାଉଥିବେ । ଆଜି ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘଟ-ଣା ବିଷୟରେ କହିବାକୁ ଯାଉଛୁ । ଯେଉଁଠି ଜଣେ ସ୍ୱାମୀ ନିଜ ସ୍ତ୍ରୀ କୁ ଛୋଟ ଜାତିର କହି ଛାଡ଼ି ଚାଲିଯାଇଛି । ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଦଳିତ କନ୍ୟା ଏବଂ ବ୍ରାହ୍ମଣ ଯୋଗୁଁ ଉପୁଜିଛି ଏପରି ସମସ୍ୟା । ସ୍ତ୍ରୀ ର ମାନ୍ୟତା ଦାବିରେ ସ୍ୱାମୀ ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ । ଆଉ ବର୍ତ୍ତମାନ ଛଅ ବର୍ଷର ପ୍ରେମ ଏବଂ ଦୁଇ ବର୍ଷର ବିବାହର କୌଣସି ମୂଲ୍ୟ ରହିନାହିଁ । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥା-ନା ଭାଟ୍ଟପଡ଼ା ପଞ୍ଚାୟତ ଅଧୀନ ସିଙ୍ଗିଡା ଗାଁ ରେ । ସେହି ଗାଁ ର ପ୍ରଭାସ ରଥଙ୍କ ସୁଲଭ ସହ ଧୂସୁରି ଥା-ନା ଖଡ଼ିମାହାରା ଗାଁର ସ୍ମୃତି ଦାସଙ୍କ ସହିତ ୨୦୧୬ ମସିହାରେ ପ୍ରେମ ସ-ମ୍ପର୍କ ଗଢ଼ି ଉଠିଥିଲା ।

ତେବେ ସେମାନଙ୍କ ପ୍ରେମ ସେମିତି ଛଅ ବର୍ଷ ଚାଲିଥିଲା । ସ୍ମୃତି ଦଳିତ ବର୍ଗର ଏବଂ ପ୍ରଭାସ ବ୍ରାହ୍ମଣ ବର୍ଗର ହୋଇଥିବା ନେଇ ବିବାଦ ମଧ୍ୟ ଉପୁଜିଥିଲା । ଯେଉଁ କାରଣରୁ ୨୦୧୯ ମସିହାରେ ପ୍ରଭାସ ସ୍ମୃତିଙ୍କୁ ନେଇ ଭୁବନେଶ୍ୱର ପଳାଇ ଯାଇଥିଲେ । ପରେ ୨୦୨୦ ମସିହା ନଭେମ୍ବର ମାସରେ ଭଦ୍ରକ ଆସି ଲୋକନାଥ ମନ୍ଦିରରେ ଉଭୟ ପରିବାରର ଉପସ୍ଥିତିରେ ବୈଦିକ ରୀତିରେ ବିବାହ ମଧ୍ୟ କରିଥିଲେ । ବିବାହ ପରେ ସ୍ମୃତିଙ୍କୁ ନେଇ ପ୍ରଭାସ ହାଇଦ୍ରାବାଦ ପଳାଇ ଯାଇଥିଲେ । ମାତ୍ର କମ୍ପାନୀ ତାଙ୍କୁ ଦିଲ୍ଲୀକୁ ବଦଳି କରିଥିବା ଏବଂ ସେଠାକୁ ବଦଳି ହେବା ପର୍ଯ୍ୟନ୍ତ ସ୍ମୃତିକୁ ସିଙ୍ଗଡ଼ାରେ ରହିବାକୁ ସ୍ମୃତିଙ୍କୁ ପରାମର୍ଶ ଦେଇଥିଲେ ।

ମାତ୍ର ସ୍ମୃତିଙ୍କୁ ପ୍ରଭାସଙ୍କ ଘର ଲୋକେ ଅଜାତି କହି ଘରେ ପୁରାଇ ଦେଉ ନଥିଲେ । ଏମିତିକି ଏହା ମଧ୍ୟ କହିଥିଲେ ଯେ ତିନି ଲକ୍ଷ ଟଙ୍କା ଆଣିଲେ ପୁରୀ ମୁକ୍ତି ମଣ୍ଡପରେ ଜାତି ଗୋତ୍ର କରାଇ ଘରେ ପ୍ରବେଶ କରାଇବୁ ବୋଲି କହିଥିଲେ । ଘ-ଟଣା ବିଷୟରେ ଯେତେବେଳେ ସ୍ମୃତି ପ୍ରଭାସଙ୍କୁ ଜଣାଇଲେ ପ୍ରଭାସ ପରିବାର ଲୋକଙ୍କ କଥାକୁ ସମର୍ଥନ କରିଥିଲେ ।

ପରବର୍ତ୍ତୀ ସମୟରେ ଫୋନ ଉଠାଇ ନଥିଲେ । ଯାହାକୁ ନେଇ ସ୍ମୃତି ତିହିଡ଼ି ଥା-ନାର ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଥା-ନା ବାଲା ତାଙ୍କ କଥା ଶୁଣି ନଥିଲେ । ପରବର୍ତ୍ତୀ ସମୟରେ ସେ କୋର୍ଟରେ ଏହାକୁ ନେଇ କେସ କରିବା ପରେ ଥା-ନାକୁ କେ-ସ ଆସିଥିଲା । କେସ କରିବାର ୪ ମାସ ବିତି ଯାଇଥିଲେ ହେଁ ଘଟ-ଣାର କିଛିବି ସମାଧାନ ହୋଇ ନଥିବା ସ୍ମୃତି କହିଛନ୍ତି । ଏପଟେ ପ୍ରଭାସଙ୍କ ପରିବାର ଲୋକେ ପ୍ରଭାସଙ୍କୁ ଅନ୍ୟତ୍ର ବିବାହ କରାଉଥିବା ମଧ୍ୟ ସ୍ମୃତି କହିଛନ୍ତି ।

Leave a Reply

Your email address will not be published. Required fields are marked *