ମଦ ପିଇ ସ୍କୁଲ୍ କୁ ପଢେଇ ବାକୁ ଆସୁଛନ୍ତି ପ୍ରଧାନ ଶିକ୍ଷକ ଆଉ ତାପରେ…

ଆଗ କାଳର ଶିକ୍ଷା ନୀତି ଏବଂ ବର୍ତ୍ତମାନର ଶିକ୍ଷାନୀତି ଭିତରେ ବହୁତ୍ ଫରକ୍। ନା ଆଉ ଅଗପରି ଦଣ୍ଡ ଅଛି ନା ବାପା ମାଆ ମାନେ ପିଲାଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରୁଛନ୍ତି। ଶିକ୍ଷକ ଏବଂ ଅଭିଭାବକ ମାନେ ନିଜ ନିଜ କାମରେ ବ୍ୟସ୍ତ। କେତେଜଣ ଶିକ୍ଷକ ବିଦ୍ୟାଳୟକୁ ନିଜ ଘର ଭାବି ଦେଉଛନ୍ତି ହିଁ ଆଜ୍ଞା ବଲାଙ୍ଗିର ଜିଲ୍ଲାର ଗୁଡଭିଲ୍ଲା ବ୍ଲକରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ବଲାଙ୍ଗିର ଜିଲ୍ଲା ଗୁଡଭିଲ୍ଲା ବ୍ଲକ ଅନ୍ତର୍ଗତ ନୂଆପଡ଼ା ପଞ୍ଚାୟତ ତାଣ୍ଡି ଗାଆଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜୁନ ଦଳେଇ ସବୁଦିନ ସ୍କୁଲକୁ ମଦ ପିଇ ପିଲାଙ୍କୁ ପାଠ ପଢ଼ାଇବା ଆସୁଛନ୍ତି। ଏବଂ ସେ ମଦ ପିଇ ସ୍କୁଲ୍ କୁ ଆସିବା ପରେ ପିଲାଙ୍କ ସହିତ ଅନ୍ୟ ଶିକ୍ଷକଙ୍କୁ ମଧ୍ୟ ଗାଳି ଗୁଲଜ କରୁଛନ୍ତି। ସେ ନିଜେ ସ୍କୁଲକୁ ମଦ ପିଇ ଆସିଲା ପରେ ପିଲାଙ୍କୁ ଡାକି ଅନେକ ଖରାପ୍ ଭାଷା କହୁଛନ୍ତି।

ପିଲାମାନେ ପ୍ରଧାନ ଶିକ୍ଷକ ଅର୍ଜୁନଙ୍କ ବିରୁଦ୍ଧର ନିଜ ଘରଙ୍କ ଆଗରେ ଅଭିଯୋଗ କଲାପରେ ଅଭିଭାବକ ମାନେ ସ୍କୁଲ୍ କୁ ଆସି ସବୁ କଥା ଦେଖିକି ପ୍ରଧାନ ଶିକ୍ଷକଙ୍କୁ ସୁଧୁରି ଯିବାପାଇଁ କହିକି ଯାଇଥିଲେ। କିନ୍ତୁ ସେ ସବୁ ବେଳେ ମଦ ପିଇ ଆସିବାରୁ ଅଭିଭାବକମାନେ ଉଚ୍ଚ ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ।

ତାପରେ ଏବିଓ ଅଧିକାରୀ ସୁରେନ୍ଦ୍ର ଶିନ୍ନା ତାଣ୍ଡି ଗାଆଁ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଏବଂ ଶିକ୍ଷକ ମଦ ପିଇ ପାଠ ପଢେଇବାକୁ ଆସୁଛନ୍ତି ଜାଣି ସାରିବା ପରେ ସେ ପ୍ରଧାନ ଶିକ୍ଷକଙ୍କର ଗୋଟେ ମାସର ଦରମା କାଟି ଗଭାରୋଷ ପ୍ରାଥମିକ ବିଦ୍ୟାଳୟକୁ ତାଙ୍କର ବଦଳି କରିଦେଲେ। କିନ୍ତୁ ପ୍ରଧାନ ଶିକ୍ଷକ କହୁଛନ୍ତି ପିଲା ମାନେ ମୋ କଥା ଶୁଣୁ ନାହାନ୍ତି ସେମାନେ ମୋ ଉପରେ ଚଢି କଥାବାର୍ତ୍ତା କରୁଛନ୍ତି।ମତେ ତୁ ତା ବେ ବା ବୋଲି କହୁଛନ୍ତି। ସେମାନେ ମୋ ନାତି,ନାତୁଣୀ ବୟସର ହେବେ ସେଥିପାଇଁ ମୁଁ ଟିକେ ତାଙ୍କ ସହ ଗେଲ ଖେଳିଦିଏ। ତା ବୋଲି କଣ ମୁଁ ମଦ ପିଇ ସ୍କୁଲ୍ କୁ ଆସୁଛି କିଏ କହିଲା ମୁଁ ମଦ ପିଇ ସ୍କୁଲ୍ କୁ ଆସୁଛି ବୋଲି।

Leave a Reply

Your email address will not be published. Required fields are marked *