ମ୍ୟାଗି ପାଇଁ ସ୍ତ୍ରୀଙ୍କୁ ଦେଲେ ଛାଡପତ୍ର , ପୁରା ଘଟଣା ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ପକେଇବ

ଆମ ସମସ୍ତଙ୍କର ପ୍ରିୟ ଖାଦ୍ୟ ମ୍ୟାଗି । ଆଉ ଏହାକୁ ନ ଖାଇ ଆମକୁ ଭଲ ଲାଗେ ନାହିଁ । ଦିନରେ ଥରେ ହେଲେ ବି ଆମେ ସମସ୍ତେ ମ୍ୟାଗି ନିଶ୍ଚିତ ଭାବରେ ଖାଇଥାନ୍ତି । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମ୍ୟାଗି ପ୍ରିୟ । ତେବେ ଆପଣ କେବେ ଶୁଣିଛନ୍ତି କି ମ୍ୟାଗି ପାଇଁ ବି କେବେ ଛାଡପତ୍ର ହୋଇଛି । କିନ୍ତୁ ଏହା ସତ୍ୟ । କର୍ଣ୍ଣାଟକ ମୈସୁର ସହରରୁ ଏଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ଯେଉଁଠାରେ ନିଜ ସ୍ତ୍ରୀକୁ ଛାଡପତ୍ର ଦେଇଛନ୍ତି ସ୍ୱାମୀ ଆଉ ଏହା ପଛର କାରଣ ହେଲା ମ୍ୟାଗି ।

ତେବେ ସୂଚନା ଅନୁଯାୟୀ , ସ୍ୱାମୀଙ୍କୁ ଦିନ ଯାକ ମ୍ୟାଗି ଖାଇବାକୁ ଦେଉଥିଲେ ସ୍ତ୍ରୀ । ସକାଳ ଠାରୁ ଆରମ୍ଭ କରି ରାତ୍ରିଭୋଜନ ପର୍ଯ୍ୟନ୍ତ ସବୁଥିରେ ସ୍ୱାମୀଙ୍କ ଆଗରେ ମ୍ୟାଗି ଆଣି ରଖି ଦେଉଥିଲେ ସ୍ତ୍ରୀ । ସବୁବେଳେ କୌଣସି ନା କୌଣସି ବାହାନା ବାହାର କରି କହୁଥିଲେ କି ସେ ଥକି ଯାଇଛନ୍ତି ଆଉ ସେଇ ବାହାନାରେ ମ୍ୟାଗି ରୋଷେଇ କରି ସ୍ୱାମୀଙ୍କୁ ସବୁବେଳେ ଖାଇବାକୁ ଦେଇ ଦେଉଥିଲେ ସ୍ତ୍ରୀ । ତେବେ ଏହାକୁ ଖାଇ ଖାଇ ସ୍ୱାମୀ ଅତ୍ୟନ୍ତ ବିରକ୍ତ ହୋଇ ଯାଇଥିଲେ ଆଉ ବାଧ୍ୟ ହୋଇ ସ୍ତ୍ରୀଙ୍କୁ ଛାଡପତ୍ର ଦେବାପାଇଁ ନିଷ୍ପତ୍ତି ନେଇଥିଲେ ।

ବ୍ୟକ୍ତି ଜଣକ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ ଆଉ ଏଥିରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କର ସହମତି ଥିବାରୁ କୋର୍ଟ ଅନୁମୋଦନ ଦେଇଥିଲେ । ତେବେ ଏହାକୁ କୋର୍ଟ ମ୍ୟାଗି ଛାଡପତ୍ର ନାମରେ ନାମିତ କରିଥିଲେ । ମୈସୁର ସେସନ୍ସ କୋର୍ଟର ବିଚାରପତି ଏମ ଏଲ ରଘୁନାଥ କହିଛନ୍ତି ଯେ , ଛାଡପତ୍ର ପାଇଁ ଆବେଦନ କରିଥିବା ବ୍ୟକ୍ତି ଜଣକ ବିରକ୍ତ ହୋଇ ଯାଇଥିଲେ ସବୁବେଳେ ମ୍ୟାଗି ଖାଇ ଖାଇ । ଆଉ ସେ ଆହୁରିମଧ୍ୟ କହିଛନ୍ତି କି, ବ୍ୟକ୍ତିଙ୍କର ପତ୍ନୀ ଦୋକାନରୁ ମ୍ୟାଗି ଛଡା ଆଉ କିଛି ଆଣୁ ନଥିଲେ ।

କାରଣ ମହିଳାଙ୍କୁ ମ୍ୟାଗି ବ୍ୟତୀତ ଆଉ କିଛି ମଧ୍ୟ ବନାଇବା ଆସୁ ନଥିଲା । ଆଉ ସେ ଯେକୌଣସି ବାହାନା ଦେଇ ମ୍ୟାଗି ବନାଇ ଦେଉଥିଲେ । ଅନ୍ୟପକ୍ଷରେ ମହିଳା ଜଣକ ରୋଷେଇ ଶିଖିବା ପାଇଁ ଆଦୌ ଆଗ୍ରହୀ ନଥିଲେ । ଆଉ ଚାକିରୀ ପାଇଁ କିଛି ଆଉ କରିପାରିବେ ନାହିଁ ବୋଲି ଯୁକ୍ତିତର୍କ କରିବାକୁ ଲାଗିଥିଲେ । ତେବେ ବହୁତ ଆଲୋଚନା ପରେ ଆଉ ଘର ଲୋକଙ୍କ ସହମତିରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ବର୍ତ୍ତମାନ ଏହି ମାମଲା ବିଷୟରେ ବହୁତ ଚର୍ଚ୍ଚା ହେବାରେ ଲାଗିଛି । ସମସ୍ତେ ଏହାକୁ ମ୍ୟାଗି ଛାଡପତ୍ର ବୋଲି କହିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *