ମହଙ୍ଗା ମାଡ଼:- ବୃଦ୍ଧି ପାଇଲା କ୍ଷୀର, କଫି ଓ ମ୍ୟାଗିର ମୂଲ୍ୟ। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ମାରାତ୍ମକ କରୋନା ଭାଇରସ ଏବଂ ଯୁଦ୍ଧର ଭୟାବହତା ଯୋଗୁଁ ଦିନକୁ ଦିନ ମହଙ୍ଗା ବୃଦ୍ଧି ହେବାରେ ଲାଗିଛି। ଯାହାଫଳରେ ଜନସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ପ୍ରତ୍ୟେକ ଦିନ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଘଟୁଛି। ଜନସାଧାରଣଙ୍କ ରୋଷେଇ ଘରର ବଜେଟ୍ ଖରାପ ହୋଇଯାଇଛି। ସାରା ଦେଶରେ ଗତ କିଛି ମାସ ହେବ ଖାଇବା ତେଲର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଭାରତୀୟ ଶିଳ୍ପ ବୋର୍ଡ ବୃଦ୍ଧି ପାଉଥିବା ଦରକୁ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟର ପରିବର୍ତ୍ତନକୁ ଦାୟୀ କରିଛି।

ବର୍ତ୍ତମାନ ଖବର ଅନୁସାରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଦାମ ବୃଦ୍ଧି ପାଇଛି। ମ୍ୟାଗି ଉପରେ ମହଙ୍ଗା ମାଡ଼ ହୋଇଛି। କରୋନା କାଳରେ ବୃଦ୍ଧି ପାଇଥିବା ମ୍ୟାଗିର ଦର ଦାମ ପୁଣିଥରେ ବୃଦ୍ଧି ପାଇଛି। ଏହାକୁ ତିଆରି କରୁଥିବା କମ୍ପାନୀ ନେସଲେ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ହିନ୍ଦୁସ୍ତାନ ୟୁନିଲିଭର (HUL) ଏବଂ ନେସଲେ ପକ୍ଷରୁ ମାର୍ଚ୍ଚ ୧୪ ରୁ ଚା’, କଫି, କ୍ଷୀର ଏବଂ ମ୍ୟାଗିର ମୂଲ୍ୟ ବୃଦ୍ଧି କରିଦେଇଛନ୍ତି। ତେବେ ମ୍ୟାଗି କମ୍ପାନୀ ୯ରୁ ୧୬ ପ୍ରତିଶତ ଯାଏ ମୂଲ୍ୟ ବୃଦ୍ଧି କରିଛି। ଯେଉଁ ଛୋଟ ପ୍ୟାକେଟ ମ୍ୟାଗିର ମୂଲ୍ୟ ୧୨ ଟଙ୍କା ଥିଲା ତାହା ବର୍ତ୍ତମାନ ୧୪ ଟଙ୍କାରେ ପହଞ୍ଚିଛି। ସେହିଭଳି ୫୬୦ ଗ୍ରାମ ମ୍ୟାଗି ପ୍ୟାକ୍ ପାଇଁ ୯୬ ଟଙ୍କା ବଦଳରେ ୧୦୫ ଟଙ୍କା ଦେବାକୁ ପଡ଼ିବ। ଅନ୍ୟପଟେ ୧୪୦ ଗ୍ରାମ ମ୍ୟାଗି ମସାଲା ନୁଡୁଲ୍ସ ମୂଲ୍ୟ ୩ ଟଙ୍କା ଅର୍ଥାତ ୧୨.୫ ପ୍ରତିଶତ ବଢ଼ାଇ ଦିଆଯାଇଛି

ଖାଇବା ତେଲର ମୂଲ୍ୟ ବୃଦ୍ଧି ସମ୍ପର୍କରେ ଭାରତୀୟ ଶିଳ୍ପ ବାଣିଜ୍ୟ ବୋର୍ଡର ମୁଖ୍ୟ ଶାସନ ସଚିବ ହେମନ୍ତ ଗୁପ୍ତା କହିଛନ୍ତି ଯେ ଏହାର ମୂଲ୍ୟ ବୃଦ୍ଧି ପାଇଁ ଆନ୍ତର୍ଜାତୀୟ ବଜାରରେ ଉପୁଜୁଥିବା ଅସ୍ଥିରତା ଦାୟୀ। ତେଣୁ ଏହି କାରଣରୁ ଦିଲ୍ଲୀରେ ଖାଇବା ତେଲର ମୂଲ୍ୟ ୧୫ ରୁ ୨୦ ଟଙ୍କା ବୃଦ୍ଧି ପାଇଛି।

କେଉଁ କମ୍ପାନୀ କେତେ ପ୍ରତିଶତ ବୃଦ୍ଧି କରେଇଛି

ତେବେ କଫି ର ଦର ଦାମ ବୃଦ୍ଧି ଭିନ୍ନ ଭିନ୍ନ କମ୍ପାନୀ କରିଛନ୍ତି।

୧- ହିନ୍ଦୁସ୍ତାନ ୟୁନିଲିଭର Bru କଫିର ମୂଲ୍ୟ ୩-୭ % ଯାଏ ବଢ଼ାଇ ଦେଇଛି

୨- ନେସ୍କେଫେ (Nestle)କ୍ଲାସିକ୍ କଫି ପାଉଡର ମୂଲ୍ୟ ୩-୭ ପ୍ରତିଶତ ଯାଏ ବଢ଼ିଯାଇଛି।

୩- Bru ଗୋଲ୍ଡ କଫି ଜାର୍ ମୂଲ୍ୟ ମଧ୍ୟ ୩-୪ ପ୍ରତିଶତ ଯାଏ ବଢ଼ିଯାଇଛି।

ସେହିଭଳି ଚା’ର ମୂଲ୍ୟ ମଧ୍ୟ ଭିନ୍ନ ଭିନ୍ନ କମ୍ପାନୀ ବୃଦ୍ଧି କରିଛନ୍ତି

୧- ତାଜମହଲ ଚା’ ମୂଲ୍ୟ ୩.୭ %ରୁ ନେଇ ୫.୮% ଯାଏ ବଢ଼ିଯାଇଛି।

୨- ବ୍ରୁକ୍ ବଣ୍ଡ୍ ଭେରିଆଣ୍ଟର ଭିନ୍ନ-ଭିନ୍ନ ଚା’ର ମୂଲ୍ୟ ୧.୫ %ରୁ ନେଇ ୧୪% ଯାଏ ବଢ଼ିଯାଇଛି।

କେବଳ ସେତିକି ନୁହେଁ ମିଲ୍କ ପାଉଡର ମଧ୍ୟ ମହଙ୍ଗା ହୋଇଛି।

Leave a Reply

Your email address will not be published. Required fields are marked *