ଓଡ଼ିଶାର ଏହି ବ୍ୟକ୍ତିଙ୍କ ଘରକୁ ଆସିଥିଲେ ମହାତ୍ମା ଗାନ୍ଧୀ । ଆଉ ସେତେବେଳେ ଫାଟି ଯାଇଥିଲା ମହାତ୍ମା ଗାନ୍ଧୀଙ୍କ ମୁଣ୍ଡ ।

ଅକ୍ଟୋବର ୨ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ । ତେବେ ଏହି କିଛି ଦିନ ତଳେ ହିଁ ସାରା ଭାରତରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ପାଳିତ ହୋଇଛି । ଏହାରି ମଧ୍ୟରେ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ଏକ ସାଧାରଣ ପରିବାରରୁ କିଛି ପୁରୁଣା ସ୍ମୃତି ଉଜ୍ଜୀବିତ ହୋଇଛି ।

ଯେଉଁଠି ପୁରା ପରିବାର ମହାତ୍ମା ଗାନ୍ଧୀ କିଭଳି ତାଙ୍କ ଘରକୁ ଆସି ଖାଇବା ସହିତ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ବୁଲିଥିଲେ ସେ ବିଷୟରେ ମଧ୍ୟ କହିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସେମାନେ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଆସିଥିଲେ ଏବଂ ତାଙ୍କ ଘରେ ପଖାଳ ଖାଇଥିଲେ । ଖାଲି ସେତିକି ନୁହେଁ , ସେଦିନ ମହାତ୍ମା ଗାନ୍ଧୀଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଥିଲା ।

ସୂଚନା ମୁତାବକ ୧୯୩୫ ମସିହା ମଇ ୫ ତାରିଖ ଦିନ ଯେତେବେଳେ ମହାତ୍ମା ଗାନ୍ଧୀ ପଞ୍ଚମ ଥର ପାଇଁ ଓଡ଼ିଶା ଗସ୍ତରେ ଥିଲେ , ସେତେବେଳେ କଟକ ଜିଲ୍ଲା ସାଲେପୁର ବ୍ଲକ ମାଳଖେନ ପୁର ଗାଁକୁ ବିକଳ ମଲିକଙ୍କ ଘରକୁ ଆସିଥିଲେ । ଆଉ ଯେଉଁ ବୃଦ୍ଧ ଜଣକ ବର୍ତ୍ତମାନ ମହାତ୍ମା ଗାନ୍ଧୀଙ୍କ ଫୋଟ ଦେଖାଉଛନ୍ତି , ସେ ସେହି ବିକଳ ମଳିକଙ୍କ ନାତି ଅଟନ୍ତି । ସେତେବେଳେ ମହାତ୍ମା ଗାନ୍ଧୀ ଚାରି ଜିଲ୍ଲାକୁ ପଦଯାତ୍ରା କରିଥିଲେ ଯଥା ଝାରସୁଗୁଡ଼ା , ସମ୍ବଲପୁର , କଟକ ଏବଂ ପୁରୀ ।

ସେତେବେଳେ ବିକଳ ମଲିକଙ୍କ ଘରକୁ ଆସି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି , ବ୍ରିଟିଶ ମାନଙ୍କ ବିରୋଧରେ ଆନ୍ଦୋଳନକୁ କିଭଳି ତୀବ୍ରତର କରାଯାଇ ପାରିବ ସେନେଇ ଆଲୋଚନା କରିବା ସହିତ ବିକଳଙ୍କ ଘରେ ପଖାଳ , ବଡ଼ିଚୁରା ଖାଇଥିଲେ ମହାତ୍ମା ଗାନ୍ଧୀ । ଆଉ ସେହି ଘରୁ ଖାଇସାରି ଅନ୍ୟ ସ୍ଥାନକୁ ବାହାରିବା ସମୟରେ ସେହି ଚାଳ ଛପର ଘରେ ମହାତ୍ମା ଗାନ୍ଧୀଙ୍କ ମୁଣ୍ଡ ବାଜି ଫାଟି ଯାଇଥିଲା । ଯାହା ବର୍ତ୍ତମାନ ବିକଳିଙ୍କ ନାତି କହିଛନ୍ତି ।

Leave a Reply

Your email address will not be published. Required fields are marked *