ମଝି ରାସ୍ତାରେ ବାଛୁରୀ ଉପରେ ଚଢ଼ିଗଲା କାର୍, ଆଉ ତା’ପରେ ମାଆ ଯାହା କଲା। ଦେଖିଲେ ହୃଦୟ ଦୋହଲି ଯିବ : ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହେଉଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ଭିଡ଼ିଓ ହୋଇଥାଏ ଯାହାକୁ ଦେଖିବା ପରେ ନିଜର ହସକୁ ରୋକି ପାରିବେ ନାହିଁ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହାକୁ ଦେଖିବା ପରେ ଆପଣ ନିଜ ଆଖିରେ ଲୁହକୁ ରୋକି ପାରିବେ ନାହିଁ। ବାଛୁରୀ ଛୁଆ ଉପରେ ଗାଡି ଚଢିଯିବା ପରେ ମାଆ ଛୁଆକୁ ବଞ୍ଚେଇବା ପାଇଁ ଡହଳ ବିକଳ ହେଲା।

ତେବେ ଆପଣ ମାନେ ଜାଣିଛନ୍ତି ଯେ ଗାଈ ଏକ ଗୃହ ପାଳିତ ପଶୁ ଅଟେ। କେବଳ ସେତିକି ନୁହେଁ ହିନ୍ଦୁ ଧର୍ମରେ ଗାଈକୁ ମାଆ ର ସମ୍ମାନ ଦିଆଯାଇଥାଏ। ଲୋକମାନେ ଗାଈକୁ ଘରେ ରଖି ଖାଇବା ପିଇବାକୁ ଦେଇଥାନ୍ତି। ତେବେ ତାହା ବଦଳରେ ଗାଈ ଆମକୁ କ୍ଷୀର ଦେଇଥାଏ। ହେଲେ ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେ କ୍ଷୀର ଲୋଭରେ ଗାଈକୁ ପାଳିଥାନ୍ତି ହେଲେ ଗୋମାତାର ସେବା କରନ୍ତି ନାହିଁ। ତେବେ ସେମାନେ ଗାଈକୁ ଘରେ ବାନ୍ଧନ୍ତି ନାହିଁ ବାହାରେ ବୁଲିବାକୁ ଛାଡି ଦିଅନ୍ତି। ହେଲେ ଗାଈ ଯେତେବେଳେ ଜନ୍ମ କରିବାର ସମୟ ଆସିଥାଏ ସେତେବେଳେ ସେମାନେ କ୍ଷୀର ପାଇବା ଲୋଭରେ ଘରକୁ ଆଣିଥାନ୍ତି।

ତେବେ ଏଭଳି ଅମାନବିକତା କାର୍ଯ୍ୟ କରିବା ଦ୍ୱାରା ଗାଈ ଅନେକ ଅସୁବିଧାର ଶୀକାର ହେଉଛନ୍ତି। ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ରାସ୍ତାରେ ଗାଈ ଓ ବାଛୁରୀ ଯାଉଥିଲେ। ତେବେ ନୂଆ କରି ଦୁନିଆକୁ ଦେଖୁଥିବା ବାଛୁରୀ ଛୁଆଟି ରାସ୍ତାରେ ଗାଡ଼ି ମୋଟର ଦେଖି ଭୟଭୀତ ହୋଇ ପଡ଼ିଥିଲା। ତେବେ ସେ ଭୟରେ ଡେଇଁ ଡେଇଁ ଏକ କାର ସମ୍ମୁଖକୁ ଚାଲି ଆସିଥିଲା ଏବଂ ଡ୍ରାଇଭର ଟି କାର୍ କୁ ନିୟନ୍ତ୍ରଣ ନ କରି ପାରି ପ୍ରଥମ ଦୁଇଟି ଚକା ବାଛୁରୀ ଉପରେ ଚଢ଼ି ଯାଇଥିଲା।

ତେବେ ଏହା ଦେଖି ମାଆ ଛୁଆକୁ ବଞ୍ଚେଇବା ପାଇଁ ଡହଳ ବିକଳ ହୋଇଥିଲା। ତେବେ ସତେ ଯେପରି ଲାଗୁଥିଲା କି ଗାଈ ଟି ନିଜ ଛୁଆକୁ ବଞ୍ଚେଇବା ପାଇଁ ଲୋକମାନଙ୍କ ପାଖରେ ଗୁହାରି କରୁଛି। ତେବେ ଏହି ଦୃଶ୍ୟ ଦେଖି ଲୋକମାନେ ଏକତ୍ରିତ ହୋଇଥିଲେ ଏବଂ ବାଛୁରୀ ଛୁଆକୁ ବଞ୍ଚେଇବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ। ତେବେ ଲୋକମାନେ କାର ର ଆଗ ବନେଟ ଟେକି ଥିଲେ ଏବଂ ବାଛୁରୀ ଛୁଆଟି ଅତି ସହଜରେ କାର ତଳୁ ପଳେଇ ଆସିଥିଲା।

ତେବେ ଛୁଆକୁ ସୁରକ୍ଷିତ ଦେଖି ମାଆ ଆଖିରେ ଲୁହ ଚାଲି ଆସିଥିଲା। ଗାଈଟି ନିଜ ଛୁଆକୁ ଜିଭରେ ଚାଟିବାକୁ ଲାଗିଲା। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ଏହି ଭିଡ଼ିଓ ଦେଖିବା ପରେ ନିଜ ନିଜର ମତ ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *