ପିଲା ମାନଙ୍କ ସବୁଠାରୁ ବଡ଼ କୀର୍ତ୍ତନ ଦଳ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ , ଦେଖାନନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆରେ ପ୍ରତିଦିନ ଛୋଟ ପିଲା ମାନଙ୍କର କିଛିନା କିଛି ଭିଡ଼ିଓ ଭାଇରଲ ହୋଇଥାଏ ଯାହାକୁ ଦେଖି ଲୋକେ ଖୁବ ପସନ୍ଦ କରନ୍ତି । ଖୁବ ଲାଇକ ମଧ୍ୟ କରିଥାନ୍ତି । ତେବେ ସେଥିମଧ୍ୟରୁ କିଛି ବେଜ ମଜାଦାର ଭିଡ଼ିଓ ହୋଇଥାଏ । ଆଉକିଛି ଭିଡ଼ିଓ ଏପରି ହୋଇଥାଏ ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କ ପାଇଁ ଏପରି ଏକ ଭାଇରଲ ଭିଡ଼ିଓ ନେଇ ଆସିଛୁ ଯେଉଁଥିରେ ଜଣେ ଦୁଇ ଜଣ ନୁହଁନ୍ତି ବରଂ କିଛି ଛୋଟ ପିଲା ଗ୍ରୁପ ନିଜର ପ୍ରତିଭା ଦେଖାଇଛନ୍ତି ।

ତେବେ ଏହି ଭାଇରଲ ଭିଡ଼ିଓ ଅନୁଯାୟୀ ଜଣା ପଡ଼ିଛି ଯେ ଏହା ସମ୍ବଲପୁରର ଅଟେ । ତେବେ ଭିଡ଼ିଓରେ ଦେଖି ପାରୁଥିବା ଭଳି କୌଣସି ଏକ ଗାଁ ର ପିଲାମାନେ ନିଜର ଏକ ଗ୍ରୁପ ବନାଇ ଖୁବ ମଜାରେ ଗୀତ ଗାଇବାରେ ଲାଗିଛନ୍ତି । ତାହା ପୁଣି ସାଧାରଣ ଗୀତ ନୁହେଁ କୀର୍ତ୍ତନ କରୁଛନ୍ତି । ଖୋଳ ଏବଂ ଖଞ୍ଜଣି ବଜାଇ କୁନି କୁନି ପିଲାମାନେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି ।

ଏହି ଛୋଟ ପିଲାଙ୍କ ମଧ୍ୟରୁ ଜଣେ ଖୋଳ ବଜାଇବା ସହିତ ଦୁଇଜଣ ଗୀତ ଗାଇବାରେ ଲାଗିଛନ୍ତି ଏବଂ ଅନ୍ୟ କିଛି ପିଲା ନାଚିବାରେ ମଧ୍ୟ ଲାଗିଛନ୍ତି । ପିଲାମାନେ ଭଗବାନଙ୍କ ନାମ ସଂକୀର୍ତ୍ତନ କରି ସମଗ୍ର ଗାଁ ଭ୍ରମଣ କରିବାରେ ଲାଗିଛନ୍ତି । ଗାଁ ଲୋକେ ମଧ୍ୟ ତାଙ୍କ ପ୍ରଦର୍ଶନ ଦେଖି ଖୁସି ହେଉଛନ୍ତି । ସେମାନଙ୍କ ପ୍ରଦର୍ଶନ ଦେଖି ଆପଣଙ୍କୁ ମଧ୍ୟ ଏହା ଲାଗିବ ଯେପରି ସେମାନଙ୍କୁ କେହି ଶିଖାଇ ଦେଇଛନ୍ତି । କିନ୍ତୁ ବାସ୍ତବରେ ଏହି କୁନି ପିଲାଙ୍କର ଏପରି ସଂକୀର୍ତ୍ତନ କରିବାର ଜୋଶକୁ ଦେଖି ଲୋକେ ଖୁବ ପସନ୍ଦ କରିଛନ୍ତି ।

ଏମିତିକି ଗାଁ ର ଯେଉଁ ବ୍ୟକ୍ତି ଜଣକ ଏହାର ଭିଡ଼ିଓ ବନାଇ ନିଜ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଛନ୍ତି ସେ ମଧ୍ୟ ଏହା କହିବାର ଦେଖା ଯାଇଛି ଯେ ପିଲାଙ୍କର ଏହି ଦଳ ସବୁଠାରୁ ବଡ଼ କୀର୍ତ୍ତନ ଦଳ ବୋଲି । ଏହି ଛୋଟ ପିଲା ମାନେ ଯେତେବେଳେ ଗୀତ ଗାଇ ନାଚି ନାଚି ଥକି ଯାଇଛନ୍ତି ସେତେବେଳେ ସେମାନଙ୍କୁ ପାଣି ପିଇବାର ଦେଖାଯାଇଛି ।

ଏମିତି କୁହାଯାଇଥାଏ ଯେ ଛୋଟ ପିଲାମାନେ ଭଗବାନଙ୍କ ରୂପ ହୋଇଥାନ୍ତି । ତେବେ ଏହି କୁନି ପିଲାମାନେ କେବଳ ନିଜ ଦୁନିଆରେ ମଜ୍ଜି ଯାଇଛନ୍ତି । ବାହାର ଦୁନିଆର ହିଂସା , ସ୍ୱାର୍ଥ ପ୍ରତି ତାଙ୍କର କୌଣସି ସମ୍ପର୍କ ନାହିଁ । କେବଳ ଭଗବାନଙ୍କ ନାମ ନେଇ ନିଜର ଏକ ସ୍ୱତନ୍ତ୍ର ଦୁନିଆ ସୃଷ୍ଟି କରିଛନ୍ତି । ଲୋକେ ମଧ୍ୟ ବିପୁଳ ମାତ୍ରରେ ଏହି ଭିଡ଼ିଓକୁ ଲାଇକ କରୁଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *