ମନ୍ଦିରର ପୂଜକ କହୁଛନ୍ତି ବ୍ଲାଉଜ ଖୋଲ , ବାନ୍ଧିବି ଡେଉଁରିଆ ଶାଢ଼ୀ ଖୋଲିଗଲା ତେଣୁ ମୁଁ ମନା କଲି….

ଜଣେ ପୂଜକଙ୍କ ଉପରେ ପୁରା ମନ୍ଦିରର ଦାୟିତ୍ଵ ରହିଥାଏ । ତାଙ୍କ ଉପରେ ସମସ୍ତ ଜିନିଷ ମଧ୍ୟ ନିର୍ଭର କରିଥାଏ । ତାଙ୍କ ଉପରେ ଲୋକଙ୍କ ଅଗାଢ଼ ବିଶ୍ୱାସ ରହିଥାଏ , ଯାହା ଫଳରେ ସେମାନେ ତାଙ୍କୁ ପଚାରି କରି ଅନେକ ଜିନିଷ ବିଷୟରେ ଜାଣି ପାରିଥାନ୍ତି । ତେବେ ଏହା ମଧ୍ୟରେ ଜଣେ ପୂଜକ ଯଦି କିଛି ଏପରି କାମ କରନ୍ତି , ଯାହା ବିଷୟରେ କହିବା ଅତ୍ୟନ୍ତ ଲଜ୍ଜାକର ଅଟେ ତାପରେ ଆଉ କଣ କରା ଯାଇପାରେ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଘଟଣା ବିଷୟରେ କହିବାକୁ ଯାଉଛୁ ।

ଏହି ଘଟଣା ବିଷୟରେ ଶୁଣିବା ପରେ ଆପଣଙ୍କର ପୂଜାରୀ ମାନଙ୍କ ଉପରୁ ବିଶ୍ବାସ ଆଉ ଭରସା ଉଠିଯିବ । ତେବେ ହଁ ଆଜ୍ଞା ଜଣେ ମହିଳା ନିଜ ଗ୍ରାମରେ ରହିଥିବା ଏକ ଜଗନ୍ନାଥ ମନ୍ଦିରର ପୂଜକଙ୍କ ନାମରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସୂଚନା ଅନୁସାରେ , ମହିଳା ଜଣକ ନିଜ ପୁଅର ଜନ୍ମଦିନରେ ପୂଜା କରିବା ପାଇଁ ମନ୍ଦିର ଯାଇଥିଲେ । ଏହାପରେ ସେ କ୍ଷୀର ଢାଳିବା ପାଇଁ ମନ୍ଦିରର ନନାଙ୍କୁ କହିଥିଲେ । ଯାହା ପରେ ପୂଜାରୀ ଜଣକ ତାଙ୍କୁ ପଚାରିଥିଲେ କାହିଁକି ମନ ଦୁଃଖ ଅଛି । ଯାହାର ଉତ୍ତରରେ ମହିଳା ଜଣକ ପରିବାର ପାଇଁ କହିଥିଲେ ।

ତେବେ ଏହାପରେ ଆରମ୍ଭ ହୋଇଥିଲା ପ୍ରକୃତ କାଣ୍ଡ । ଯେତେବେଳେ ମହିଳା ଜଣକ ଏପରି କଥା କହିଥିଲେ , ସେତେବେଳେ ପୂଜାରୀ ଜଣକ କହିଥିଲେ କି ମୁଁ ତତେ ଏପରି ଏକ ଦେଉଁରିଆ ଦେବି , ଯାହା ପରେ ତୋର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ଆଉ ତାହାକୁ ବାନ୍ଧିବା ପାଇଁ ନିଜ ଶାଢ଼ୀ ଟେକିବା ପାଇଁ କହିଥିଲେ । ଯାହା ପରେ ମହିଳାଙ୍କ ସନ୍ଦେହ ବଢିଥିଲା ଆଉ କଥା ଆଗକୁ ବଢିଥିଲା । ପୂଜାରୀ ଜଣକ କହିଥିଲେ କି , ତୋ ଫୋନ୍ ନମ୍ୱର ଦେଲେ ରାତିରେ ମୁଁ ତୋତେ ଗୋଟିଏ ଜାଗାକୁ ଡ଼ାକି ଯାହା କରିବା ପାଇଁ କହିବି ତାହା କରିଲେ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ।

ଆଉ ଯାହା ପରେ ସେହି ଦିନ ଠାରୁ ମହିଳା ଜଣକୁ ଶାନ୍ତିରେ ରଖାଇ ଦେଉ ନାହାନ୍ତି ବ୍ରାହ୍ମଣ ଜଣକ । ତାଙ୍କ ଦେହରେ ଜାଣି ଶୁଣି ଦେହ ଲଗାଇ ଦେଉଛନ୍ତି । ଯାହା ଫଳରେ ମହିଳା ଜଣକ ବାଧ୍ୟ ହୋଇ ଥାନାରେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଆଉ ପୋଲିସ ଏହାର ତଦନ୍ତ କରିବାରେ ଲାଗିଛି । ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି କି , ବାଟରେ ମୁଣ୍ଡ ଟେକି ଚାଲିବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି । ତେଣୁ ଏପରି ବ୍ରାହ୍ମଣଙ୍କ ଉପରେ ବିଶ୍ୱାସ କରିବା ଜମା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *