ସୋସିଆଲ ମିଡିଆରେ ଭୋ ଭୋ ହୋଇ କାନ୍ଦିଲେ ମନୋଜ , କହିଲେ ଭଗବାନ ଅଛନ୍ତି

ସାରା ଓଡ଼ିଶାରେ କେବଳ ଗୋଟିଏ ଚର୍ଚ୍ଚା ଆଉ ତାହା ମନୋଜ ମିଶ୍ରଙ୍କୁ ନେଇ । ପୁରା ସୋସିଆଲ ମିଡ଼ିଆ ଖୋଲିଲେ କେବଳ ତାଙ୍କୁ ନେଇ ଖବର ପ୍ରସାରିତ ହେବାରେ ଲାଗିଛି । ଦିନ ଯେତେ ବଢ଼ି ଚାଲିଛି ବିବାଦ ସେତେ ସେତେ ଗରମ ହେବାକୁ ଲାଗିଛି । ଥମିବାରେ ଲାଗୁନାହିଁ ଓଲିଉଡ଼ ବିବାଦ । ଏହାକୁ ନେଇ ଅନେକ ଆଲୋଚନା ସମାଲୋଚନା ମଧ୍ୟ ଚାଲିଛି । ସୋସିଆଲ ମିଡିଆରେ ଅରିନ୍ଦମ୍ , ଅନୁଭବ ଏବଂ ମନୋଜ ମିଶ୍ର ମଧ୍ୟ ମୁହାମୁହିଁ ହୋଇଛନ୍ତି ।

ତେବେ ପ୍ରାୟତଃ ଦେଖିବାକୁ ଗଲେ , ଅନେକ ଲୋକ ମନୋଜ ମିଶ୍ରଙ୍କ ସପକ୍ଷରେ ଥିବା ବେଳେ ଆଉ କେତେ ଲୋକ ମଧ୍ୟ ତାଙ୍କ ବିପକ୍ଷରେ ଅଛନ୍ତି । ତେବେ ଅନ୍ୟ ପକ୍ଷରେ ମନୋଜ ମିଶ୍ରଙ୍କୁ ମଧ୍ୟ ଦୁଇ ବର୍ଷ ପାଇଁ ଫିଲ୍ମ ଜଗତରୁ ବ୍ଯାନ କରାଯାଇଛି , ଆଉ ଯାହା ପରେ ବିବାଦ ଆହୁରି ତେଜି ଉଠିଛି । ଅରିନ୍ଦମ ନିଜ ଫିଲ୍ମ “ରାମ୍” ର ସମ୍ବଲପୁରରେ ବ୍ୟାନ ହେବାର ଦୋଷ ମନୋଜ ମିଶ୍ରଙ୍କୁ ଦେଇଥିବା ବେଳେ ମନୋଜ ଏହାକୁ ସିଧାସିଧା ବାରଣ କରିଛନ୍ତି। ଏପରି କାମ ସେ କଦାପି କରିପାରିବେ ନାହିଁ ବୋଲି କହିଛନ୍ତି ।

କାହିଁକି ନା ଓଲିଉଡ଼ ଜଗତରେ ଯଦି ଏକତା ନ ରହିବ , ତାହାଲେ ତାହା ଆଗକୁ ଯାଇପାରିବ ନାହିଁ । ସମସ୍ତେ ବହୁତ ହଇରାଣ ହୋଇଯିବେ। ପ୍ରଯୋଜକ ମାନେ ମଧ୍ୟ କ୍ଷତି ସହିବେ । ଆଉ ବର୍ତ୍ତମାନ ଏହି କଥାକୁ ନେଇ ସୋସିଆଲ ମିଡିଆରେ ଭୋ ଭୋ ହୋଇ କାନ୍ଦିଛନ୍ତି ମନୋଜ ମିଶ୍ର । ତାଙ୍କ କହିବା ଅନୁଯାୟୀ , ସେହି ପ୍ରଭୁ ଜଗନ୍ନାଥ ଆଉ ମାଆ ସମଲେଶ୍ଵରୀ ଦେଖୁଛନ୍ତି । ସତ କଣ ତାହା ଦିନେ ନା ଦିନେ ସାମ୍ନାକୁ ଆସିବ । ଆଉ ସେ କହିଛନ୍ତି ଯେ , ତାଙ୍କ ନାମରେ ଆଉ କେତେ ମିଥ୍ୟା ପ୍ରଚାର କରିବ । ତାଙ୍କ ପାଖରେ ସବୁ ପ୍ରମାଣ ଅଛି ।

ଆଉ ସେ ଆକ୍ଷେପ ଅଭିନେତା ଅରିନ୍ଦମଙ୍କୁ କରି କହିଛନ୍ତି । ସେ କାନ୍ଦିବା ପଛରେ ଗୋଟିଏ କାରଣ ରହିଛି , ଆଉ ତାହା ହେଉଛି ଯେଉଁ ମାନଙ୍କୁ ସେ ଦିନେ ସପୋର୍ଟ କରିଥିଲେ ଆଜି ସେମାନେ ତାଙ୍କ ବିପକ୍ଷରେ ଯାଉଛନ୍ତି । ସେ ଆହୁରି କହିଛନ୍ତି ଯେ , ତୁମେ ମାନେ ଏପରି କରିପାରିଲ ଶେଷରେ ମୋ ସ୍ତ୍ରୀକୁ ଘରୁ ବାହାରକୁ ଟାଣି ଆଣିଲ । ସେ ଆଜି କାନ୍ଦି କାନ୍ଦି ସବୁ କଥା କହିଦେଇଛନ୍ତି , ତାଙ୍କୁ ବହୁତ କଷ୍ଟ ହୋଇଛି । ଓଡ଼ିଆ ଫିଲ୍ମ କଲେ ବହୁତ କଷ୍ଟ ହୁଏ ରିଲିଜ କରିବାକୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *