୨ ବର୍ଷ ପାଇଁ ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ମନା , ମୁଁହ ଖୋଲିଲେ ନିଜେ ମନୋଜ

ସାରା ଓଡ଼ିଶାରେ ପୂଜା ବଜାର ଆଉ ଗରମ ହୋଇ ଯାଇଛି ମାହୋଲ । କାହିଁକି ନା ଏ ବର୍ଷରେ ତିନି ସୁପରଷ୍ଟାରଙ୍କ ଚଳଚିତ୍ର ରିଲିଜ ହୋଇଛି । ଅରିନ୍ଦମ ରାୟଙ୍କ “ରାମ” , ସିଦ୍ଧାନ୍ତ ମହାପାତ୍ରଙ୍କ “କଟକ ଆରମ୍ଭରୁ ଶେଷ” ଏବଂ ବାବୁଶାନ୍ ମହାନ୍ତିଙ୍କ “ମାଲ୍ୟଗିରି” ବର୍ତ୍ତମାନ ସମୟରେ ସାରା ଓଡ଼ିଶାର ହଲ୍ ରେ ନିଆଁ ଲଗାଇ ଦେଇଛି । ଦର୍ଶକ ଫିଲ୍ମ ଗୁଡ଼ିକୁ ଦେଖିବା ପାଇଁ ହଲ୍ ରେ ଭିଡ ଜମାଉଛନ୍ତି । କିନ୍ତୁ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏପରି କିଛି କଥା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତେବେ ଯାହାକୁ ନେଇ ବର୍ତ୍ତମାନ ଅଭି-ଯୋଗ ଆଣିଛନ୍ତି ଅଭିନେତା ଅରିନ୍ଦମ ରାୟ । ସୂଚନା ଅନୁସାରେ , ଅରିନ୍ଦମଙ୍କ ଫିଲ୍ମ “ରାମ” କୁ ସମ୍ବଲପୁରରେ ବ୍ୟାନ କରାଯାଇଛି । ଯାହା ଦ୍ଵାରା ସେଠାରେ ରିଲିଜ୍ ହୋଇ ପାରିନାହିଁ ଫିଲ୍ମ । ଆଉ ଯାହା ପରେ ବି-ବାଦ ସାମ୍ନାକୁ ଆସିଛି । କୁହାଯାଉଛି କି , ମନୋଜ ମିଶ୍ରଙ୍କ ଏହା ଏକ ସୁରଚିତ ଷ-ଡଯ-ନ୍ତ୍ର । ମନୋଜ ମିଶ୍ର ଏବଂ ଜିତୁ ମଙ୍ଗରାଜଙ୍କ ଝ-ଗଡା ମଧ୍ୟରେ ବ-ଳି ପଡ଼ିଗଲା ଫିଲ୍ମ । ଆଉ ଯାହା ପରେ ମନୋଜ ମିଶ୍ରଙ୍କୁ ମଧ୍ୟ ଫିଲ୍ମ ଦୁନିଆଁରୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯାଇଛି ।

ଅନ୍ୟ ପକ୍ଷରେ ଏହାକୁ ନେଇ ବର୍ତ୍ତମାନ ସମୟରେ ମୁଁହ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର । ତାଙ୍କ କହିବା ଅନୁସାରେ , ଏଥିରେ ତାଙ୍କର କିଛି ହାତ ନାହିଁ । ସେ ଏପରି କିଛି କାମ କରି ନାହାନ୍ତି । ସେ ଓଡ଼ିଆ ଜଗତରେ କାମ କରୁଥିବା ଜଣେ ଅଭିନେତା , ସେ କିପରି ଭାବରେ ଗୋଟିଏ ଫିଲ୍ମ ରିଲିଜକୁ ବନ୍ଦ କରାଇ ଦେବେ । ତାଙ୍କର ଏବଂ ଜିତୁଙ୍କ ମଧ୍ୟରେ ଝଗ-ଡାର ଏଥିରେ କିଛି ଭୂମିକା ନାହିଁ । ଆହୁରି ମଧ୍ୟ ସେ କହିଛନ୍ତି କି , ଅରିନ୍ଦମ କଣ ଅଭି-ଯୋଗ ଆଣିଛନ୍ତି ସେ ଜାଣି ନାହାଁନ୍ତି ।

ଅରିନ୍ଦମ କଣ କହିଛନ୍ତି ସେ ଆଦୌ ଶୁଣି ନାହାଁନ୍ତି । ତେବେ ଅନ୍ୟ ପକ୍ଷରେ ଅରିନ୍ଦମ କହିଛନ୍ତି କି , ଏତେ ମାସ ଧରି ସେ ଗୋଟିଏ ଫିଲ୍ମ କରିବା ପାଇଁ ଲାଗି ପଡ଼ିଥିଲେ । ଆଉ ଏଥିରେ ସେ ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କରିଛନ୍ତି । ତେଣୁ ମନୋଜ ମିଶ୍ର ଏପରି କରି କିଛି ଭଲ କରିଲେ ନାହିଁ । ଏହା ତାଙ୍କର ଏକ ଯୋଜନା ନିଶ୍ଚିତ ଭାବରେ । ତେଣୁ କରି ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ଓଡ଼ିଆ ଫିଲ୍ମ ଜଗତରୁ ବ୍ୟାନ୍ କରାଯାଇଛି । ସେ ଦୁଇ ବର୍ଷା ପାଇଁ ଓଡ଼ିଆ ଫିଲ୍ମ କରିପାରିବେ ନାହିଁ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *