ମିଡ଼ିଆ ସମ୍ନାରେ ଏମିତି କିଛି କହିଲେ କାର-ଖାନାର ମାଲିକାଣୀ ନେହା ….. କହିଲେ ମୁଁ ଜଣେ ଡ୍ୟାନ୍ସର , ଏଙ୍କର , ମୋର ଯାହା ଇଚ୍ଛା ମୁଁ କରିବି……

ଗତ କିଛିଦିନ ତଳେ କାର-ଖାନାର ମାଲିକାଣୀ ନେହାଙ୍କୁ ନେଇ ଏକ ଖବର ଆସିଥିଲା । ଯେଉଁଠି ବିଏମସି ତରଫରୁ ତାଙ୍କୁ ଖାଦ୍ୟ ଦେବା ସ୍ଥାନର ଲାଇସେନ୍ସ ଦେଖାଇବାକୁ କୁହାଯାଇଥିଲା । ତେବେ ଏହି ମାମଲା ପୂର୍ବରୁ କେବେ ଘଟି ନଥିଲା । ଯେଉଁ ସ୍ଥାନରେ ରୋଷେଇ ହୁଏ ସେହି ସ୍ଥାନର କେବଳ ଲାଇସେନ୍ସ ଥିବା କଥା ସେ କହିଥିଲେ । ଆଉ ସେ ଦରକାର ପଡ଼ିଲେ ଯେତିକିବି ଲାଇସେନ୍ସ ଦରକାର ହେବ ସେ ସବୁକିଛି ଆପ୍ଲାୟ କରିବେ ବୋଲି କହିଥିଲେ । କିନ୍ତୁ ଏହି ମାମଲା ଉଠିବା ପରେ ବାମ୍ଫ ନାମକ ଏକ ଚ୍ୟାନେଲ ଜରିଆରେ ସେ ଟ୍ରଲ ହୋଇଥିଲେ । ସେହି ବ୍ୟକ୍ତି ଜଣକ କହିଥିଲେ ଯେ ନେହାଙ୍କ ଡ୍ରେସିଂ ସେନ୍ସ ଆଦୋୖ ଭଲ ନୁହେଁ ।

କିନ୍ତୁ ଏହାକୁ ନେଇ ନେହା ଏବଂ ତାଙ୍କ ଭଉଣୀ ଆଦୋୖ ଚୁପ ରହି ନାହାଁନ୍ତି ଏବଂ ଏହାର ଉଚିତ ଜବାବ ଦେଇଛନ୍ତି । ଦେଖିବାକୁ ଗଲେ ଏହା ନିଶ୍ଚିତ ସତ କଥା ଯେ ନେହା ଯେଉଁ କାମ କରୁଛନ୍ତି ତାହାଠାରୁ ପୁଣ୍ୟର କାମ ଆଉ କିଛି ନାହିଁ । ତଥାପି କେହି ଲୋକ ଏଭଳି କହିବାକୁ ସାହସ କେମିତି କରି ପାରୁଛନ୍ତି । ବୋଧହୁଏ ନେହାଙ୍କ ଭଲ କାମ , ପ୍ରଶଂସା ଏବଂ ଉନ୍ନତିକୁ କିଛି ଲୋକ ସହ୍ୟ କରି ପାରୁ ନାହାଁନ୍ତି । ଯାହାକୁ ନେଇ ବର୍ତ୍ତମାନ ନେହା ମୁହଁ ଖୋଲିଛନ୍ତି । ନେହା କହିଛନ୍ତି ଯେ ଲୋକେ ଯାହାବି କହିଲେ ତାଙ୍କୁ କିଛିବି ଫରକ ପଡ଼ିବ ନାହିଁ । କାରଣ ଲୋକଙ୍କ କଥା ଶୁଣିବା ଦ୍ୱାରା ହିଁ ସମୟ ନଷ୍ଟ ହୋଇଥାଏ ।

ନେହା ଜଣେ ଓଡ଼ିଶୀ ଡ୍ୟାନ୍ସର ଏବଂ ସେ ପୂର୍ବରୁ ଏଙ୍କରିଂ ସହିତ କିଏ ହବ ମୋ ହିରୋଇନରେ ଫାଇନାଲିଷ୍ଟ ମଧ୍ୟ ରହି ସାରିଛନ୍ତି । ସେ ଡାନ୍ସ କରିବାକୁ ଭଲ ପାଆନ୍ତି । ତେଣୁ ସେ ଡାନ୍ସ କରନ୍ତି । ସବୁପରେ ତାହା ତାଙ୍କର ବ୍ୟକ୍ତିଗତ ଜୀବନ । କିନ୍ତୁ ବାହାରେ ଯେଉଁ କାମ ସେ କରୁଛନ୍ତି ତାହା ହେଉଛି ପ୍ରଫେସନାଲ ଜୀବନ । ଯେଉଁଠି ତାଙ୍କ ପୁରା ପରିବାରର ସପୋର୍ଟ ତାଙ୍କୁ ମିଳୁଛି ।

ତେଣୁ ଏଥିରେ ଏକାଧିକ ବାମ୍ଫ ଭଳି ଚ୍ୟାନେଲ ଆସିଲେବି ତାଙ୍କର କୌଣସି କ୍ଷତି ହେବନି । ତାଙ୍କର ଅନେକ ଫୋଲର୍ସ ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କୁ ଟ୍ରୋଲ କରାଯାଇଥିବା କଥାକୁ ବିରୋଧ କରିଛନ୍ତି । ନେହା ଏହା ମଧ୍ୟ କହିଛନ୍ତି ଯେ ଆଜିକାଲି ଲୋକେ ସମୟ ସହିତ ଚାଲିଲେଣି ଏବଂ ଝିଅଙ୍କ ଡ୍ରେସକୁ ନେଇ ମତ ଦେବା ଖୁବ କମ ହେଲାଣି । ତଥାପି କିଛି ଲୋକ ନିଜ ପ୍ରକୃତିକୁ ଛାଡ଼ି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *