କାଲି କରିଥିଲେ ରାମଙ୍କ ଭଜନ । କିନ୍ତୁ ଆଜି ଏମିତି କଣ ହେଲା ଯାହାକୁ କେହିବି ସହଜରେ ଗ୍ରହଣ କରିପାରି ନାହାଁନ୍ତି ।

ବର୍ତ୍ତମାନ ସମୟରେ ଅଲିଉଡ଼ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ଶୁଣିବାକୁ ମିଳୁଛି । ଖବର ଅନୁଯାୟୀ ସୁଧାକର ବସନ୍ତଙ୍କର ଏକ କାର ଦୁର୍ଘ-ଟଣା ଘଟିଛି । ଯେଉଁ କାରଣରୁ ପୁରା ଇଣ୍ଡଷ୍ଟ୍ରିରେ ଶୋ-କର ଛାୟା ଖେଳି ଯାଇଛି । ସୂଚନା ଅନୁଯାୟୀ ଗତକାଲି ସୁଧାକର ବସନ୍ତ ବାରିପଦା ଯାଇଥିଲେ । କୌଣସି କାମ କାରଣରୁ ବାରିପଦା ଯିବେ ବୋଲି ସେ ନିଜ ସାଙ୍ଗକୁ ଜଣାଇ ଥିଲେ । ଯେଉଁ ସାଙ୍ଗ ସହିତ ସେ କୋଆକ୍ଟର ରହି ଆସିଛନ୍ତି ଏବଂ ଗତକାଲି ସେ ତାଙ୍କ ସହିତ ଏକ ରାମଙ୍କ ଭଜନ ମଧ୍ୟ ଗଇଥିଲେ । ଯେଉଁ ଭଜନକୁ ନେଇ ସେ ବହୁତ ଖୁସି ଥିଲେ । କାରଣ ଆଜି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ସବୁଠି ଉତ୍ସବ ମୁଖର ।

କିନ୍ତୁ ଆଜିଭଳି ଦିନରେ ଏତେ ଖୁସି ଥିବା ମଣିଷଟି ଜୀବନ ମୃ-ତ୍ୟୁ ସହିତ ଲ-ଢ଼େଇ କରୁଛି । ତାଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ ସେ ଗତକାଲି ଷ୍ଟୁଡିଓରେ ଭଜନ ସାରିବା ପରେ ବାରିପଦା ଯିବେ ବୋଲି କହିଥିଲେ । ସେ ଯିବାବେଳେ ଲୋଚ ଭାଇଙ୍କ କାର ନେଇ ଯାଇଥିଲେ ।

କାମ ସାରି କାର ଯୋଗେ ଫେରୁଥିବା ସମୟରେ ବାରିପଦା ମଙ୍ଗୁଳି ଅଭର ବ୍ରିଜ ନିକଟରେ ଏକ ସିମେଣ୍ଟ ଟ୍ରକର ଧ-କ୍କାରେ ଦୁର୍ଘ-ଟଣା ଘଟି ଯାଇଥିଲା । ଦୁର୍ଘ-ଟଣାରେ କାରର ଅବସ୍ଥା ନକହିବା ଭଲ । ଆଉ ତାଭିତରେ ଥିବା ସୁଧାକର ବସନ୍ତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁ-ତର ରହିଛି ଏବଂ ତାଙ୍କୁ ତୁରନ୍ତ ଏସସିବି ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ଗତକାଲି ଦୁର୍ଘ-ଟଣା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଆଉ ଆଜି ଅନେକ ଫିଲ୍ମ ନିର୍ଦେଶକ ଏବଂ ପ୍ରଯୋଜକ ଏବଂ ଆକ୍ଟର ଯାଇ ହସ୍ପିଟାଲରେ ପହଞ୍ଚିଛନ୍ତି । ତେବେ ତାଙ୍କ ଦୁର୍ଘ-ଟଣା କୁହୁଡ଼ି କାରଣରୁ ହୋଇଥିବା ଅନୁମାନ କରାଯାଉଛି । ଆଜିଭଳି ଦିନରେ ଏଭଳି ଏକ ଘ-ଟଣା ଘଟିଯିବ ବୋଲି କେହିବି ବିଶ୍ୱାସ କରିପାରି ନାହାଁନ୍ତି । ଦୁର୍ଘ-ଟଣା କାରଣରୁ ତାଙ୍କ ମୁଣ୍ଡରେ ଏବଂ ଛାତିରେ ଗଭୀର ଆ-ଘାତ ଲାଗିଥିଲା । ଯାହା ଆଜିକୁ ସାମାନ୍ୟ ସୁଧାର ଆସିଥିବା ସୂଚନା ରହିଛି । କିନ୍ତୁ ମୁଁହରେ ଥିବା ଛୋଟ ଛୋଟ ହାଡ଼ ଭାଙ୍ଗି ଯାଇଥିବାରୁ ତାହା ଠିକ ହେବାକୁ ସମାୟ ଲାଗିବ ବୋଲି ତାଙ୍କ ସାଙ୍ଗ କହିଛନ୍ତି ।

Leave a Reply

Your email address will not be published. Required fields are marked *