ବଢିଲା ମାସିକ ଭର୍ତ୍ତା:- ୫୦୦ ଟଙ୍କା ବଦଳରେ ମିଳିବ ୭୫୦, କେବେଠୁ ଲାଗୁ ହେବ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ସମୟରେ ବିଭିନ୍ନ ପ୍ରକର ଯୋଜନା ମାନ ଆଣିଥାନ୍ତି। ଯାହାକି ତାଙ୍କ ରାଜ୍ୟବାସୀ ମାନଙ୍କ ପାଇଁ ଲାଭଦାୟକ ହୋଇଥାଏ। କୃଷକ ମାନଙ୍କ ପାଇଁ ସମ୍ମାନ ନିଧି ଯୋଜନା, ଶ୍ରମିକ ମାନଙ୍କ ପାଇଁ ଶ୍ରମିକ କାର୍ଡ ଆଦି ଯୋଜନା ଆଣିବା ଦ୍ୱାରା ଗରିବ ଶ୍ରେଣୀର ଲୋକମାନେ ଅଧିକ ଉପକୃତ ହୋଇଥାନ୍ତି। ତେବେ ବର୍ତ୍ତମାନ ସମୟରେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ମାସିକ ଭର୍ତ୍ତା ପାଉଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଟେ। ମାସିକ ସର୍ବନିମ୍ନ ମିଳୁଥିବା ୫୦୦ ଟଙ୍କାକୁ ବୃଦ୍ଧି କରାଯାଇ ୭୫୦ ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ତେବେ ଆପଣମାନେ ଜାଣିଛନ୍ତି ଯେ ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଓ ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ପାଉଥିବା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଏ। ତେବେ ଏହି ଭର୍ତ୍ତା ରାଜ୍ୟର ପ୍ରାୟ ୪୮ଲକ୍ଷ ବୃଦ୍ଧବୃଦ୍ଧା, ବିଧବା,ଦିବ୍ୟାଙ୍ଗ, କିନ୍ନର, ଅନାଥ ଶିଶୁ, ଅବିବାହିତ ଝିଅ ଲାଭ ଉଠାଉ ଥିଲେ। ଭର୍ତ୍ତା ବୃଦ୍ଧି ହେବା ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର ଅଟେ। ଆସନ୍ତା ଆର୍ଥିକ ବର୍ଷରେ ଏନେଇ ବଜେଟ୍ ବ୍ୟୟବରାଦ ହେବ ଓ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ବର୍ଦ୍ଧିତ କରାଯିବାର ଲକ୍ଷ୍ୟ ରଖାଯାଇଛି।

ସୂଚନା ଅନୁସାରେ, ୨୦୨୩-୨୪ ବାର୍ଷିକ ବଜେଟ ଅନୁଯାୟୀ ୬୦ରୁ ୭୯ବର୍ଷ ବୟସ ପର୍ଯ୍ୟନ୍ତ ଲୋକଙ୍କୁ ମାସିକ ଭତ୍ତା ଆକାରରେ ୫୦୦ଟଙ୍କା ମିଳୁଥିଲା କିନ୍ତୁ ଏହାକୁ ବୃଦ୍ଧି କରାଯାଇ ୭୫୦ଟଙ୍କା ରଖାଯାଇଛି। ସେହିଭଳି୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ୭୦୦ରୁ ୯୦୦ଟଙ୍କା ଏବଂ ୮୦ବର୍ଷ ବୟସରୁ ଅଧିକ ତଥା ୬୦% ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୯୦୦ ବଦଳରେ ୧୦୦୦ଟଙ୍କା ମାସିକ ଭତ୍ତା ମିଳିବ।

ଅନ୍ୟପଟେ ମଧୁବାବୁ ପେନସନ ଯୋଜନାରେ ମୋଟ ୨୮.୩୩ଲକ୍ଷ ହିତାଧିକାରୀଙ୍କୁ ମାସିକ ଭତ୍ତା ଦେବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏବେ ପ୍ରାୟ ୨୭.୭୦ଲକ୍ଷ ହିତାଧିକାରୀ ଏହି ଯୋଜନାରେ ମାସିକ ଭତ୍ତା ପାଉଛନ୍ତି। ଏହା ଉପରେ ମଧ୍ୟ ରାଜ୍ୟ ସରକାର ଧ୍ୟାନ ଦେଇଛନ୍ତି। ତେବେ ପ୍ରତ୍ୟେକ ପଞ୍ଚାୟତରୁ ଅତିରିକ୍ତ ୧୦୦ ଜଣଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ରାଜ୍ୟରେ ମୋଟ ୬୭୯୮ଟି ପଂଚାୟତରେ ପ୍ରାୟ ୬.୭୯ଲକ୍ଷ ଲୋକ ଉପକୃତ ହେବେ। ଏଥିପାଇଁ ଅତିରିକ୍ତ ୪୫୦କୋଟି ଟଙ୍କା ଖର୍ଚ୍ଚ ହେବ।

କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସୁରକ୍ଷା ଯୋଜନା ପାଇଁ ରାଜ୍ୟରେ ପ୍ରାୟ ୨୦ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ତେବେ ଏହି ଯୋଜନାରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସାମିଲ କରିବାକୁ କେନ୍ଦ୍ର ପ୍ରସ୍ତାବ ଦେଇଛି। ଯଦିଓ ଏହି ଯୋଜନା ଏବେ ଲାଗୁ ହୋଇ ନାହିଁ କିନ୍ତୁ ହିତାଧିକାରୀଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର ଅଟେ।

Leave a Reply

Your email address will not be published. Required fields are marked *