ମିସକଲ୍ ରୁ ପ୍ରେମ , ଆଉ ତାପରେ ଶାରୀ-ରିକ ସ-ମ୍ପର୍କ ପରେ ଏବେ ଧୋ-କା

ଏମିତି ପ୍ରେମ ହୋଇଥିଲା , ଯାହାକୁ ଆପଣ ବିଶ୍ୱାସ ବି କରିପାରିବେ ନାହିଁ । ଆଉ ତାହା ହେଉଛି ଗୋଟିଏ ମିସକଲ୍ । ଏହି ମିସକଲ୍ ହିଁ ବଦଳି ଦେଇଥିଲା ଜୀବନ । ବଦଳି ଦେଇଥିଲା ଗୋଟିଏ ମଣିଷର ଭାଗ୍ୟ ଆଉ ସେହି ଭାଗ୍ୟକୁ ଆଦରି ଆଜି ସେହି ମଣିଷ ଆଜି ବଞ୍ଚିବାକୁ ବାଧ୍ୟ ହୋଇଛନ୍ତି । ତେବେ ଆମେ କହୁଛୁ ଗଞ୍ଜାମ ଜିଲ୍ଲାର ମିନତିଙ୍କ ବିଷୟରେ । ପରିବାରର ଅ-ଭାବ ଅନଟନ ପାଇଁ ବେଙ୍ଗାଲୁରରେ ରହି କାମ କରୁଥିଲେ।

ଘରର ବଢିଲା ଝିଅ ଘରର ପୁରା ଭାର ନିଜ ଉପରେ ନେଇ ଯାଇଥିଲେ । ଆଉ ସେହି ଦାୟିତ୍ଵ ମୁଣ୍ଡାଇ ଆଗକୁ ବଢ଼ି ଚାଲିଥିଲେ ଏବଂ ବେଙ୍ଗାଲୁରୁରେ ରହି କାମ କରୁଥିଲେ । କିନ୍ତୁ ହଠାତ୍ ତାଙ୍କ ଜୀବନରେ ଆସିଥିଲେ ଜଣେ ଏପରି ମଣିଷ ଯିଏ ତାଙ୍କ ଜୀବନକୁ ବଦଳାଇ ଦେଇଥିଲେ । ଆଉ ଯାହା ପାଇଁ ସେ ବର୍ତ୍ତମାନ ସଂ-ଘର୍ଷ କରିବାରେ ଲାଗିଛନ୍ତି । ତେବେ ଆମେ କହୁଛୁ ଆଶିଷ ରାଉତଙ୍କ ବିଷୟରେ । ହଠାତ୍ ବେଙ୍ଗାଲୁରୁରୁ ମିସକଲ୍ ଲାଗିଥିଲା ରେଙ୍ଗାଲି ଆଉ ରେଙ୍ଗାଲିରେ ଥିଲେ ଆଶିଷ ରାଉତ ।

ତେବେ ସେହି ମିସକଲ୍ ରୁ ଆରମ୍ଭ ହୋଇ ଯାଇଥିଲା ପ୍ରେମ । ଆଶିଷଙ୍କ ପ୍ରେମରେ ପଡ଼ି ଯାଇଥିଲେ ମିନତି । ଆଉ ଦୁହିଁଙ୍କ ମଧ୍ୟରେ କଥା ଆଗକୁ ବଢିଥିଲା। ଆଶିଷ ତାଙ୍କୁ ବିବାହ କରିବା ପାଇଁ କଥା ଦେଇଥିଲେ । ଆଉ କହିଥିଲେ ସମ୍ବଲପୁରର ରେଙ୍ଗାଲି ଆସି ପହଞ୍ଚିବା ପାଇଁ । କାହିଁକି ନା ସେଠାରେ ସେ ରହୁଛନ୍ତି । ତେବେ ମିନତି ସେପଟେ ନିଜ କାମ ଛାଡି ଦେଇ ରେଙ୍ଗାଲି ଆସି ପହଁଚି ଥିଲେ ଆଉ ସେଠାରେ ସେମାନେ ଲିଭ୍ ଇନ୍ ରିଲେସନସିପରେ ରହିଥିଲେ ।

୪ ମାସ ଧରି ସେଠାରେ ସେମାନେ ରହିଥିଲେ ଆଉ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଶାରୀ-ରିକ ସମ୍ପ-ର୍କ । କିନ୍ତୁ ବର୍ତ୍ତମାନ ଆଶିଷ ତାଙ୍କୁ ଛାଡି ଦେଇ ନିଜ ଘରକୁ ଫେରି ଆସିଛନ୍ତି । ଆଉ ଯାହା ପରେ ନିଜ ପ୍ରେମିକଙ୍କୁ ଖୋଜି ଖୋଜି ତାଙ୍କ ପଛରେ ଜଗତସିଂହପୁରରେ ଆସି ପହଞ୍ଚି ଯାଇଛନ୍ତି ମିନତି । ସେଠାରେ ଚାରି ଦିନ ଧରି ଘର ଆଗରେ ଧାରଣା ଦେଇ ବସିଛନ୍ତି । ପ୍ରେମିକ ତାଙ୍କୁ ଦେଖିଥିଲେ ଆଉ ସେ ଭିଡିଓ କରୁଥିବାରୁ ତାଙ୍କ ଫୋନ ଫୋପାଡ଼ି ଦେଇଥିଲେ । ଏବେ ତାଙ୍କ କଥା କେହି ବି ଶୁଣୁ ନାହାଁନ୍ତି ବୋଲି ମିନତି କହିଛନ୍ତି । ପୋଲିସ ମଧ୍ୟ ତାଙ୍କ କଥା ଶୁଣୁ ନାହିଁ କି ପ୍ରଶାସନ ତାଙ୍କ ଉପରେ ଧ୍ୟାନ ଦେଉ ନାହିଁ ବୋଲି ମିନତି କହିଛନ୍ତି ।

Leave a Reply

Your email address will not be published. Required fields are marked *