ଫୁଟବଲ ପରି ସଞ୍ଜୟ ମୋ ଭାବନା ସହ ଖେଳି ଦେଲା ମୁଁ ତାକୁ ଛାଡିବିନି….

ପ୍ରେମ କରି ଧୋକା ଖାଇବା ପରେ ଆଜିକାର ଯୁବକ ଯୁବତୀ ମାନେ ନିଜ ପ୍ରେମକୁ ଫେରି ପାଇବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । ଆଉ ସେଥିପାଇଁ ସେମାନେ ଅନେକ ନୂଆ ପ୍ରଥା ମଧ୍ୟ ଆପଣାଇ ନେଉଛନ୍ତି । କିଏ ଜୀବନ ହାରି ଦେଉଛି ତ ଆଉ କିଏ ଧାରଣା ଦେଉଛି । ତେବେ ଆପଣ ସମସ୍ତେ ବ୍ରହ୍ମପୁରର ଝିଅ ତପସ୍ଵିନୀଙ୍କ ବିଷୟରେ ଜାଣିଥିବେ , ଯିଏ ନିଜ ସ୍ଵାମୀ ଘର ଆଗରେ ଧାରଣା ଦେଇଥିଲେ ।

ଏହାପରେ ବର୍ତ୍ତମାନ ସମୟର ସବୁଠାରୁ ଚର୍ଚ୍ଚିତ ଖବର ଦୀପିକାଙ୍କ ବିଷୟରେ ଜାଣିଥିବେ । ଦୀର୍ଘ ଦିନ ବିତି ଯିବା ପରେ ବି ଦୀପିକା ନିଜ ସ୍ଵାମୀଙ୍କ ଘର ଆଗରେ ନିଜ ନ୍ୟା-ୟ ପାଇବା ପାଇଁ ଧାରଣା ଦେଇଛନ୍ତି । ତେବେ ବର୍ତ୍ତମାନ ଆଉ ଜଣେ ଦୀପିକା ବ୍ରହ୍ମପୁରରୁ ସାମ୍ନାକୁ ଆସିଛନ୍ତି , ଯିଏ ନିଜ ପ୍ରେମକୁ ପାଇବା ପାଇଁ ଦୁଇ ଦିନ ହେଲାଣି କିଛି ନ ଖାଇ ନ ପିଇ ଧାରଣା ଦେଇଛନ୍ତି ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ରିଆମାଳ ଥା-ନା ବାବରକୋଟ ଗାଆଁରେ । ଜଣେ ଯୁବତି ନିଜ ପ୍ରେମିକ ଘର ଆଗରେ ଧାରଣା ଦେଇ ବସିଛନ୍ତି । ଆଉ କହୁଛନ୍ତି ନ୍ୟା-ୟ ନ ପାଇବା ପର୍ଯ୍ୟନ୍ତ ଉଠିବି ନାହିଁ । ତେବେ ପ୍ରେମିକ ହେଉଛନ୍ତି ଏହି ଗାଆଁର ସଞ୍ଜୟ ନାମକ ଜଣେ ବ୍ୟକ୍ତି । ଯୁବତୀ କହିଛନ୍ତି କି , ଦୀର୍ଘ ୮ ବର୍ଷ ଧରି ସମ୍ପର୍କ ରଖିବା ପରେ ମୋତେ ଧୋ-କା ଦେଲା ସଞ୍ଜୟ ।

ଆହୁରିମଧ୍ୟ ସଞ୍ଜୟ ଯୁବତୀଙ୍କ ମାଆଙ୍କ ସହିତ ଖରାପ ବ୍ୟବହାର କରିଥିଲେ , ଯାହାକୁ ସହିଥିଲେ ଯୁବତୀ । ଏହାବ୍ୟତୀତ ସଞ୍ଜୟ ତାଙ୍କ ଠାରୁ ୫ ଲକ୍ଷ ପାଖାପାଖି ଟଙ୍କା ଆଉ ତାଙ୍କ ବେକରୁ ସୁନା ଚେନ ମଧ୍ୟ ନେଇ ଯାଇଛନ୍ତି । ଆଉ ବର୍ତ୍ତମାନ ସମୟରେ ତାଙ୍କୁ ଧ-ରା ଛୁଆଁ ଦେଉ ନାହାନ୍ତି । କୁଆଡେ ଲୁଚି ଯାଇଛନ୍ତି । ଆଉ ତାଙ୍କୁ ବିବାହ କରିବେ ନାହିଁ ବୋଲି କହୁଛନ୍ତି । ତେଣୁ ଯୁବତି ଜଣକ ଏପରି ଧାରଣାରେ ବସିଛନ୍ତି ।

Leave a Reply

Your email address will not be published. Required fields are marked *