ମୋ ଜନ୍ମ ଦିନରେ ମୋ ଧନ ମତେ କୋଳେଇ ନେଲା, ମୁଁ ନ୍ୟାୟ ପାଇଲି…

ମୋ ଜନ୍ମ ଦିନରେ ମୋ ଧନ ଦେଇଛନ୍ତି ମତେ ସୁନ୍ଦର ଉପହାର। ମୋ ଧନଙ୍କର ଏହି ଉପହାରକୁ ମୁଁ କେବେ ହେଲେ ସୁଦ୍ଧା ଭୁଲି ପାରିବିନି। ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନୁହେ ସାତ ଜନ୍ମ ପାଇଁ ସାଥିରେ ରଖିବି ମୋ ଧନ କହିଛନ୍ତି ସେ ମୋ ମଥାରେ ସିନ୍ଦୁର ଆଉ ହାତରେ ସଙ୍ଖା ଦେଇ ସବୁଦିନ ପାଇଁ ମତେ ନିଜର କରିବେ ଆଉ ଏହା ଠୁ ବଡ଼ ଉପହାର ମୋ ଜନ୍ମ ଦିନରେ ଆଉ କଣ ବା ଅଧିକ ହୋଇ ପାରିଥାନ୍ତା।

ମୋ ଜୀବନର ସବୁଠାରୁ ମୂଲ୍ୟବାନ ଉପହାର ମୁଁ ଆଜି ପାଇଛି ଯାହା କେବଳ ଆଉ କେବଳ ମୋ ଧନ ଦେଇଛନ୍ତି। ଦୀର୍ଘ ଦୁଇ ଦିନ ହେଲାଣି ପ୍ରେମିକର ଘର ଆଗରେ ଧାରଣାରେ ବସିଥିବା ଯାଜପୁର ଅଂଚଳର ଝିଅ ପ୍ରତୀକ୍ଷାଙ୍କ ପ୍ରତୀକ୍ଷା ଆଜି ଶେଷ ହୋଇଛି ପ୍ରେମିକ ମହାକାଳପଡ଼ା ବ୍ଳକ ମାର୍ଶାଘାଇ ଥାନା ଅଂଚଳର ରଞ୍ଜନ ପ୍ରତିକ୍ଷାଙ୍କୁ ଆଜି କୋଳେଇ ନେଇଥିବା ଚର୍ଚ୍ଚା ଜୋର ଧରିଛି।

ଇଂଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ପ୍ରେମ ଧୀରେ ଧୀରେ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା। ପ୍ରଥମେ ସୋସିଆଲ ମିଡିଆରେ ଗଢିଉଠିଥିଲା ବନ୍ଧୁତା ଆଉ ବନ୍ଧୁତା ପ୍ରେମରେ ପରିଣତ ହେବା ପରେ ଦୁହେଁ ହୋଟେଲ ଯାଇ ଶାରୀରିକ ସମ୍ପର୍କ ରଖିଥିବା ଯୁବତୀ କହିଥିଲେ। ତେବେ ଏତେ ସବୁ ପରେ ଯୁବତୀ ଜଣଙ୍କୁ ରେଳ ଷ୍ଟେସନ ନିକଟରେ ଯୁବକ ଛାଡି ଛୁ ମାରିଥିଲେ।

ଏହା ପରେ ଯୁବତୀ ଘରକୁ ନଯାଇ ସିଧା ଚାଲିଆସିଥିଲେ କେନ୍ଦ୍ରାପଡା ଆଉ ରଞ୍ଜନ ଘର ସାମ୍ନାରେ ଦେଇଥିଲେ ଧାରଣା। ରଞ୍ଜନଙ୍କ ଘରେ ତାଲା ପଡିଥିବା ବେଳେ ଯୁବତୀ ଜଣଙ୍କ ଘର ବାହାରେ ବସିରହିଥିଲେ। ଏହି ଖବର ଯେତେବେଳେ ଗଣ ମାଧ୍ୟମରେ ଲଗାତାର ପ୍ରସାରଣ ହୋଇଥିଲା ସେତେବେଳେ ସେତେବେଳେ ଚାରି ଆଡୁ ଯୁବତୀ ଙ୍କୁ ମିଳିଥିଲା ସହଯୋଗ। ଏପରିକି କିଛି ସମାଜସେବୀ ମଧ୍ୟ ଯୁବତୀଙ୍କ ନିକଟରେ ପହଞ୍ଚି ଥିବା ଦେଖିବାକୁ ମିଳିଥିଲା।

ତେବେ ଦୁଇ ଦିନ ଧାରଣାରେ ବସିବା ପରେ ଆଜି ରଞ୍ଜନ ନିଜ ଗାଁରେ ପହଞ୍ଚିଥିଲେ ଆଉ ଘର ତାଲା ପଡ଼ିଥିବାରୁ ରଞ୍ଜନ ତାଲା ଭାଙ୍ଗି ପ୍ରେମିକାଙ୍କୁ ଘର ଭିତରକୁ ନେଇଥିଲେ। ତେବେ ଜନ୍ମ ଦିନରେ ପ୍ରେମିକ ପ୍ରେମିକାଙ୍କ ପାଖକୁ ଆସିଥିବାରୁ ଆଉ ହାତ ଧରି ଘର ଭିତରକୁ ଆଣିଥିବାରୁ ନିଜର ଖୁସିକୁ ବୟାନ କରି ପାରିନାହାଁନ୍ତି ଯୁବତୀ।

ଯୁବତୀ ଜଣଙ୍କ କହିଛନ୍ତି ମୋର ମୋ ଧନଙ୍କ ଉପରେ ବହୁତ ବିଶ୍ୱାସ ଥିଲା ଆଜି ଯେହେତୁ ମୋ ଜନ୍ମ ଦିନ ସେ ନିଶ୍ଚିତ ଆସିବେ ବୋଲି ମୁ ଜାଣିଥିଲି। ଆଉ ସତରେ ସେ ଆସିଲେ ମୋ ହାତ ଧରି ତାଙ୍କ ଘରକୁ ଆଣିଲେ। ରଞ୍ଜନ ବହୁତ ଭଲ ସେ ମତେ ବହୁତ ଭଲ ପାଆନ୍ତି ତାଙ୍କ ଭରସାରେ ହିଁ ମୁଁ ଏତେ ବାଟ ଚାଲିଆସିଥିଲି। ଖରା ବର୍ଷା ସିତ କାକରରେ ମୁଁ ବାହାରେ ବସିରହିଥିଲି ହେଲେ ଏବେ ମୋ ଅପେକ୍ଷାର ଅନ୍ତ ଘଟିଛି ମତେ ମୋ ପ୍ରେମିକ ଗ୍ରହଣ କରିଛନ୍ତି।

ଆଉ ମୋର ବିଶ୍ୱାସ ଅଛି ସେ ମତେ ଖୁବ ଶୀଘ୍ର ମଥାରେ ସିନ୍ଦୁର ଆଉ ହାତରେ ସଙ୍ଖା ପିନ୍ଧାଇ ସ୍ତ୍ରୀ ଭାବେ ଗ୍ରହଣ କରିବେ। ଆମ ପ୍ରେମ ଚିରନ୍ତନ ହୋଇ ଯୁଗ ଯୁଗ ପାଇଁ ରହିବ। ଆମେ ହାତରେ ହାତକୁ ଧରି ପାଦରେ ପାଦ ମିଶାଇ ସାଥି ହୋଇ ଏ ଜିବନର ଅଙ୍କା ବଙ୍କା ରାସ୍ତାକୁ ଅତିକ୍ରମ କରିବୁ। ଆମେ ଦୁହେଁ ଥିବୁ ଦୁହିଁଙ୍କ ପାଇଁ।

ବନ୍ଧୁଗଣ ଆଜି ପ୍ରେମିକାଙ୍କ ଜନ୍ମ ଦିନ ଥିବା ବେଳେ ପ୍ରେମିକ ଗାଁରେ ପହଞ୍ଚି ଥିଲେ ଆଉ ପ୍ରେମିକା ଘର ବାହାରେ ଦୁଇ ହେଲାଣି ବସି ରହିଥିବାରୁ ପ୍ରେମିକ ପ୍ରେମିକାଙ୍କୁ ତାଙ୍କ ଘର ଭିତରକୁ ନେଇଥିଲେ। ତେବେ ପ୍ରେମିକା ଗଣମାଧ୍ୟମରେ କହିଛନ୍ତି କି ତାଙ୍କ ଧନ ତାଙ୍କୁ ଖୁବ ଶୀଘ୍ର ବିବାହ ମଧ୍ୟ କରିବେ। ତେବେ ଦେଖିବାକୁ ବାକି ରହିଲା କେବେ ରଞ୍ଜନ ପ୍ରତୀକ୍ଷାଙ୍କୁ ବିବାହ କରୁଛନ୍ତି।

Leave a Reply

Your email address will not be published. Required fields are marked *