ମୋ ସ୍ଵାମୀ ବଞ୍ଚିଥାନ୍ତେ ଘର ଲୋକ ମିଶି ତାଙ୍କୁ ମାରିଦେଲେ, ମତେ ବିଧବା ସଜେଇଦେଲେ….

ଝିଅଟି ଯେତେବେଳେ ବାହା ହେଇ ଶାଶୂ ଘରକୁ ଯାଏ ସେତେବେଳେ ସେ ନିଜ ସ୍ଵାମୀ ଏବଂ ଶାଶୂ ଶଶୁରଙ୍କୁ ନେଇ ଅନେକ ସ୍ବପ୍ନ ଦେଖି ଥାଏ। ସେ ବାହା ହେଲା ବେଳେ ନିଜ ସ୍ୱାମୀକୁ ସବୁ ବିପଦରୁ ରକ୍ଷା କରି ତାଙ୍କ ସହ ସାତ ଜନ୍ମ କାଟିବ ବୋଲି କଥା ଦିଏ। କିନ୍ତୁ ଯଦି ସ୍ତ୍ରୀ ବଞ୍ଚି ଥାଉ ଥାଉ ସ୍ଵାମୀ ତା ଆଖି ଆଗରେ ଆରପାରିକୁ ଚାଲି ଯାଏ ସ୍ତ୍ରୀ କିଛି କରିପାରେନି ସେତେବେଳେ ଭାବନ୍ତୁ ସେ ସ୍ତ୍ରୀ ମନରେ କଣ ବିତୁଥିବ। ହଁ ଆଜ୍ଞା ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ।

ଭଦ୍ରକ ଜିଲ୍ଲାର ପିରହାଟ ବ୍ଲକ ସିନ୍ଦୋଳ ପଞ୍ଚାୟତ ନୂଆହାଟ ଆରୁଆ ଗାଆଁ କମଳା କାନ୍ତ ବେହେରାଙ୍କ ପୁଅ ଋଷିକେଶ୍ ବେହେରା କେନ୍ଦ୍ରାପଡ଼ା ଜିଲ୍ଲା ବଲୁରିଆ ଗାଆଁର ସୁଜାତା ବେହେରାଙ୍କୁ ଦୀର୍ଘ ୮ ବର୍ଷ ତଳେ ବାହା ହେଇଥିଲେ। ସୁଜାତା ସ୍ବାମୀ ଏବଂ ଶାଶୂ ଶଶୁରଙ୍କୁ ନେଇ ବହୁତ୍ ଖୁସିରେ ଥିଲେ। ସ୍ବାମୀ ସ୍ତ୍ରୀ ଦୁହେଁ ପରସ୍ପରକୁ ବହୁତ୍ ଭଲ ପାଉଥିଲେ।

ଏମିତି କିଛି ଦିନ ଯିବା ପରେ ହଠାତ୍ ଋଷିକେଶ ଅସୁସ୍ଥ ହେଇ ପଡିଲେ। ତାଙ୍କୁ ମେଡ଼ିକାଲ ନେଲା ପରେ ଜଣ ପଡ଼ିଲା ତାଙ୍କର କିଡନୀ ରୋଗ ହେଇଛି ସେଥିପାଇଁ ବହୁତ୍ ତାଙ୍କ ଆବଶ୍ୟକ। ସ୍ତ୍ରୀ ସୁଜାତା ଯେତେବେଳେ ସ୍ବାମୀଙ୍କୁ ଭଲ କରିବା ପାଇଁ ଶାଶୂଙ୍କୁ ଟଙ୍କା ମାଗିଲେ ଶାଶୂ ଟଙ୍କା ଦେବାକୁ ମନା କରିଦେଲେ। ସେଥିପାଇଁ ସେ ଜାନୁଆରୀ ୨୨ ରେ ଟଙ୍କା ଆଣିବା ପାଇଁ ନିଜ ଘରକୁ ଯାଇଥିଲେ କିନ୍ତୁ ଟଙ୍କା ଆଣି ଫେରିବା ବେଳକୁ ଜାଣିବାକୁ ପାଇଲେ ତାଙ୍କ ସ୍ଵାମୀ ଆଉ ଏ ଦୁନିଆରେ ନାହାନ୍ତି।

ସୁଜାତା ଏବେ କାନ୍ଦି କାନ୍ଦି ଏସପି ଅଫିସଙ୍କ ଆଗରେ ବସି କହୁଛନ୍ତି ମୁଁ ମନ୍ଦିରରେ ଭିକ ମାଗି ବଡ଼ ଲୋକଙ୍କ ଗୋଡ଼ ହାତଧରି ମୋ ସ୍ୱାମୀର ଚିକିତ୍ସା କରୁଥିଲି ଆମେ ମୋ ଶାଶୂଘର ଲୋକ ଟଙ୍କାଟେ ବି ଦେଇ ନାହାଁନ୍ତି ମୁଁ ଯେତେବେଳେ ଟଙ୍କା ଆଣିବା ପାଇଁ ଆମ ଘରକୁ ଗଲି ସେମାନେ ମୋ ସ୍ୱାମୀକୁ ଷଡ଼ଯନ୍ତ୍ର କରି ମରିଦେଇଛନ୍ତି। ମୁଁ ଫେରିଲା ଆସିଲା ପରେ ସେମାନେ ମୋ ନରମ ହାତରୁ ଶଙ୍ଖା କାଢ଼ିନେଲି ମତେ ଟିକେ ମୋ ସ୍ବାମୀଙ୍କୁ ଦେଖିବା ପାଇଁ ମଧ୍ୟ ଦେଲେନି। ସେମାନେ ମୋ ସ୍ବାମୀଙ୍କୁ ମାରିଦେଲେ ଯଦି ମତେ ଆଜି ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ମୁଁ ଏଠୁ କୁଆଡେବି ଯିବିନି।

Leave a Reply

Your email address will not be published. Required fields are marked *