ସ୍ତ୍ରୀ ଥିଲେ ଦ୍ୱିତୀୟ ମା’ ଭଳି । ଏବେ ହଜାର ହଜାର ଲୋକଙ୍କୁ ଖୁଆଉଛନ୍ତି ଏବଂ ନିଜେ ଉପାସ ରହୁଛନ୍ତି ।

ରାଜଧାନୀର ଲୋକପ୍ରିୟ ଜଳଖିଆ ଏବଂ ଫାଷ୍ଟଫୁଡ଼ ଦୋକାନ ଯାହାକି କାହ୍ନା ଫାଷ୍ଟଫୁଡ଼ ନାମରେ ଜଣାଶୁଣା । ଆଉ ଏହି ଦୋକାନ ପଛରେ ରହିଛି ଏକ ବଡ଼ ଇତିହାସ , କେତେ ସଂଘର୍ଷ ଏବଂ କେତେ ଉଦ୍ୟମ । ଯାହାକୁ କରିଥିବା ଲୋକ ହିଁ କେବଳ ଜାଣିଛି । ଦୋକାନ ମାଲିକ କାହ୍ନା ଭାଇ ମଧ୍ୟ ନିଜେ କହନ୍ତି ନିଜର ଏବଂ ନିଜ ସ୍ତ୍ରୀର ସଂଘର୍ଷ କାହାଣୀ । କିନ୍ତୁ ସଂଘର୍ଷ କାହାଣୀକୁ ଲୋକଙ୍କ ସହିତ ସେୟାର କରିବାକୁ ତାଙ୍କ ସହିତ ତାଙ୍କ ସ୍ତ୍ରୀ ତାଙ୍କ ପାଖରେ ନାହାଁନ୍ତି ।

ହୁଏତ ସେହି ଗୋଟିଏ ବଡ଼ ଦୁଃଖ ତାଙ୍କ ଜୀବନରେ ରହି ଯାଇଛି । ଆଉ ବର୍ତ୍ତମାନ ଯେତେବେଳେ ତାଙ୍କୁ ତାଙ୍କ ଦୋକାନ ବିଷୟରେ ପଚରା ଯାଇଛି ସେଥିରେ ସେ ଯେଉଁଭଳି ଉକ୍ତି ଦେଇଛନ୍ତି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରି ଯିବ ।କାହ୍ନା ଭାଇ ୧୯୮୮ ମସିହାରୁ ଚା’ ଦୋକାନ କରି ନିଜର ବ୍ୟାପାର ଆରମ୍ଭ କରିଥିଲେ । ସେତେବେଳେ ନିଜେ ପାଣି କାଦୁଅରେ ଯିବାଆସିବା କରି ନିଜର ପ୍ରଥମ ଦୋକାନ ଆରମ୍ଭ କରିଥିଲେ ।

ଆଉ ବର୍ତ୍ତମାନ ମଧ୍ୟ ସେହି ଦୋକାନକୁ ଚଳାଇ ରଖିଛନ୍ତି । କିନ୍ତୁ ବର୍ତ୍ତମାନ ସେହି ଦୋକାନ ସବୁ ଲୋକଙ୍କୁ ଜଣା ଏବଂ ସକାଳ ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଦୋକାନ ସାମ୍ନାରେ ବେଶ ଭିଡ଼ ଦେଖିବାକୁ ମିଳିଥାଏ । ସକାଳୁ ଜଳଖିଆ ଏବଂ ରାତିରେ ପନିର ରୋଲ ଏବଂ ମସରୁମ ରୋଲ ତାହା ପୁଣି ସବୁ ୨୦ ଟଙ୍କାରେ । ଖାଲିଯେ ଅଳ୍ପ ଟଙ୍କାରେ ଖାଇବା ଜିନିଷ ମିଳୁଛି ତାହା ନୁହେଁ ଖାଦ୍ୟ ମଧ୍ୟ ଖୁବ ଭଲ କ୍ବାଲିଟିରେ ମିଳୁଛି । ଦୋକାନରେ ଖାଇବା ମଧ୍ୟ ସେତିକି ଲୋକପ୍ରିୟ ଅଟେ ।

କାହ୍ନା ଭାଇ କହିଛନ୍ତି ଯେ ଓଡ଼ିଆ ସିନେମା ସଙ୍ଗୀତଜ୍ଞ ଅରବିନ୍ଦ ମୁଦୁଲି ତାଙ୍କୁ ଗୋଟିଏ କଥା କହିଥିଲେ ଯେ ଜୀବନରେ କିଛି ସମସ୍ୟା ଆସୁ କିମ୍ବା ସାଙ୍ଗରେ ଥିବା ଲୋକ ଛାଡ଼ି ଦେଲେ ସୁଦ୍ଧା ଭଗବାନ ଜଗନ୍ନାଥଙ୍କ ନାଁ ନେଇ ଜୀବନ ବିତାଇବାକୁ କହିଥିଲେ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବରପାଲି ଗ୍ରାମରୁ ଆସି ସେ ଖୁବ ଆଗକୁ ବଢ଼ି ଯାଇଛନ୍ତି । କିନ୍ତୁ ତଥାପି ତାଙ୍କ ଆଖିରୁ ଲୁହ ଝରି ଯାଉଛି କାରଣ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ନାହାଁନ୍ତି । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଆଜିବି ସେ ସିନା ଲୋକଙ୍କୁ ଖାଇବାକୁ ଦେଉଛନ୍ତି କିନ୍ତୁ ରାତିରେ ଉପାସରେ ଶୋଉଚନ୍ତି । ନିଜ ସ୍ତ୍ରୀଙ୍କୁ ସେ ଦ୍ୱିତୀୟ ମା’ ମାନନ୍ତି । ଆଉ ସେ କହିଛନ୍ତି ଯେ ତାଙ୍କ ଭଳି ଦୁଃଖ ଭଗବାନ ଯେମିତି ଆଉ କାହାକୁ ନଦିଅନ୍ତୁ ।

Leave a Reply

Your email address will not be published. Required fields are marked *