ରାମ ମନ୍ଦିର ପ୍ରତିଷ୍ଠା ପାଇଁ ୧୧ ଦିନ କାଳ ଏମିତି କରିବେ ମୋଦୀ । ସମସ୍ତେ ଦେଖିବେ ମୋଦୀଙ୍କର ଭିନ୍ନ ରୂପ ।

ଚଳିତ ନୂଆବର୍ଷ ୨୦୨୪ ରେ ଆସନ୍ତା ଜାନୁଆରୀ ୨୨ ରେ ରାମ ମନ୍ଦିରର ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ପାଳନ ହେବାକୁ ଯାଉଛି । ଆଉ ଏଥିପାଇଁ କୁହାଯାଉଛି କୁଆଡ଼େ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭିନ୍ନ ଏକ ରୂପ ପୁରା ବିଶ୍ୱ ଦେଖିବ । ରାମ ମନ୍ଦିର ପ୍ରତିଷ୍ଠା ପାଇଁ ନରେନ୍ଦ୍ର ମୋଦୀ ୧୧ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରୀତିନୀତି ପାଳନ କରିବେ । ଯାହାକୁ ନେଇ ସାଧୁ ମାନେ ବେଶ ଖୁସି ଅଛନ୍ତି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କୌଣସି ବଡ଼ କଥା ନୁହେଁ । ଆଉ ଏଥିପାଇଁ ଅନେକ ନୀତି ନିୟମ ମଧ୍ୟ ରହିଛି । ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ପୁରା ବୁଝି ସାରିଛନ୍ତି । ସେଥିପାଇଁ ସେ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ।

ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦୀ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଯେଉଁ କାରଣରୁ ବର୍ତ୍ତମାନ ସମସ୍ତେ ଖୁସି ଅଛନ୍ତି । ନରେନ୍ଦ୍ର ମୋଦୀ ଜାନୁଆରୀ ୨୨ ତାରିଖ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶୁକ୍ରବାର ଠାରୁ ସ୍ୱତନ୍ତ୍ର ରୀତି ନୀତି ଆରମ୍ଭ କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତିରେ ସାଧୁ ସନ୍ଥ ବେଶ ଖୁସି ହୋଇ ଯାଇଛନ୍ତି ।

ରାମ ଜନ୍ମଭୂମି ତୀର୍ଥଭୂମିର ପ୍ରଧାନ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଠାରୁ ଆରମ୍ଭ କରି ବିଜେପିର ପୂର୍ବତନ ସାଂସଦ ରାମବିଳାସ ବେଦାନ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଛନ୍ତି । ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ନରେନ୍ଦ୍ର ମୋଦୀ ଯେଉଁ ୧୧ ଦିନିଆ ବିଶେଷ ଅନୁଷ୍ଠାନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି , ତାହା ବହୁତ ଭଲ ଅଟେ ।

ସେ ନିୟମ ଜାଣନ୍ତି ଏବଂ ନିୟମ ଅନୁଯାୟୀ ସବୁକିଛି କରୁଛନ୍ତି । ରାମଲଲାଙ୍କ ପାଇଁ ଏତେ ସମର୍ପିତ ହେବା ଅତ୍ୟନ୍ତ ଭଲ । ଆମେମାନେ ବହୁତ ଖୁସି ଅଛୁ । ଦେଶର ସବୁ ଜନତା ମଧ୍ୟ ଖୁବ ଖୁସି । ତେବେ ଅଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ” ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର ୧୧ ଦିନ ବାକି ରହିଲା ।

ମୋର ସୌଭାଗ୍ୟ ଯେ ମୁଁ ଏହି ପୁଣ୍ୟ ଅବସର ଦେଖି ପାରିବି । ଏଥିପ୍ରତି ଦୃଷ୍ଟି ଦେଇ ମୁଁ ଆଜିଠାରୁ ୧୧ ଦିନିଆ ଅନୁଷ୍ଠାନ ଆରମ୍ଭ କରିବି । ଜନତା ଜନାର୍ଦନଙ୍କ ଆଶୀର୍ବାଦ ପ୍ରତ୍ୟାଶା କରୁଛି । ଏଭଳି ସମୟରେ ମନର ଆବେଗ ଶବ୍ଦରେ କହିବା ସମ୍ଭବ ନହୋଇ ପାରେ । କିନ୍ତୁ ମୁଁ ମୋର ପ୍ରଚେଷ୍ଟା ଜାରି ରଖିଛି । “

Leave a Reply

Your email address will not be published. Required fields are marked *