ଘରେ ବସି ପାଆନ୍ତୁ ଶ୍ରୀରାମଙ୍କ ରାମ ମନ୍ଦିରର ପ୍ରସାଦ । ବାସ କରନ୍ତୁ ଏଭଳି କାମ ।

ଆପଣ ଘରେ ବସି ବସି ପ୍ରଭୁ ରାମଲଲାଙ୍କ ପ୍ରସାଦ ଆରମରେ ପାଇ ପାରିବେ । ଯାହାକୁ ଆପଣ ଅତି ସହଜରେ ଅର୍ଡର କରି ପାରିବେ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରସାଦ ଯେକେହିବି ପାଇବାକୁ ଚାହୁଁଥିବେ । ଦୀର୍ଘ ବର୍ଷର ପ୍ରତିକ୍ଷା ପରେ ସାରା ଦେଶର ଲୋକଙ୍କର ରାମ ମନ୍ଦିର ପ୍ରତିଷ୍ଠା ପରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଅପେକ୍ଷା ରହିଛି । ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିତ ହେବ । ଆଉ ଏହି ଶୁଭ ମୁହୂର୍ତ୍ତରେ ଅଂଶ ଗ୍ରହଣ ପାଇଁ ଅନେକ ଲୋକ ଅଯୋଧ୍ୟା ଯାଉଛନ୍ତି । ତଥାପି ଆହୁରି ଅନେକ ରାମଭକ୍ତ ଅଯୋଧ୍ୟା ଯିବା ପାଇଁ ଅସମର୍ଥ ଅଟନ୍ତି । ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି ।

ଯଦି ସେମାନେ ଅଯୋଧ୍ୟାର ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରସାଦ ପାଇବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଆଉ ଅଯୋଧ୍ୟା ଯିବାକୁ ପଡ଼ିବ ନାହିଁ । ନିଜ ଘରେ ବସି ଆପଣ ଶ୍ରୀରାମଙ୍କ ପୂଜାର ପ୍ରସାଦ ସମ୍ପୂର୍ଣ୍ଣ ମାଗଣାରେ ପାଇ ପାରିବେ । ଆପଣ ନିଜ ଘରର ଠିକଣାରେ ରାମଲଲାଙ୍କ ପ୍ରସାଦ ଅର୍ଡର କରି ପାରିବେ ।

କିନ୍ତୁ ଏଥିପାଇଁ ଆପଣଙ୍କୁ ଅନଲାଇନରେ ଆଡ଼ଭାନ୍ସ ବୁକିଂ କରିବାକୁ ପଡ଼ିବ । ଗୋଟିଏ ସପ୍ତାହ ମଧ୍ୟରେ ହିଁ ଆପଣଙ୍କ ଘରେ ପ୍ରସାଦ ପହଞ୍ଚାଇ ଦିଆଯିବ । ତେବେ ଚାଲନ୍ତୁ ଜାଣିନେବା ଆପଣ କିପରି ବୁକିଂ କରି ପାରିବେ । ରାମ ମନ୍ଦିର ପୂଜାର ପ୍ରସାଦ khadi organic ୱେବସାଇଟ ଘରେ ଘରେ ପହଞ୍ଚାଇ ଦେବ ବୋଲି ଦାବି କରିଛି । ଖଦି ଅର୍ଗାନିକ ଏକ ପ୍ରାଇଭେଟ କମ୍ପାନୀ ଅଟେ ।

ତାହାର କର୍ମଚାରୀ ମାନେ ଭୋଗ ନେଇ ରାମ ମନ୍ଦିରକୁ ଯାଇ ଭୋଗ ଲଗାଇବେ ଏବଂ ତାପରେ ତାହାକୁ ଗ୍ରାହକଙ୍କ ଉପଯୁକ୍ତ ଠିକଣାରେ ପଠାଇ ଦିଆଯିବ । ଖଦି ଅର୍ଗାନିକ ହେଉଛି ଡ୍ରିଲମ୍ୟାପ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ଏକ ଶାଖା । ଯାହାକି ଭାରତରେ ତିଆରି ଅର୍ଗାନିକ ଜିନିଷକୁ ଅମେରିଆ ଏବଂ କାନାଡ଼ାରେ ବିକ୍ରି କରେ ।

ଆଶିଷ ସିଂହ ନାମକ ଜଣେ ବ୍ୟକ୍ତି ଏହି କମ୍ପାନୀର ପ୍ରତିଷ୍ଠାତା ଅଟନ୍ତି । ଅର୍ଡର ପାଇଁ ପ୍ରଥମେ khadiorganic.com ୱେବସାଇଟକୁ ଯାଆନ୍ତୁ । ସର୍ବ ଉପରେ ଫ୍ରି ପ୍ରସାଦ ଉପରେ କ୍ଲିକ କରି ମୋବାଇଲ ନମ୍ବର ଏବଂ ଠିକଣା ପୂରଣ କରନ୍ତୁ । ଏହାସହିତ ୫୧ ଟଙ୍କା ଡେଲିଭରି ପ୍ରାଇଶ ଦେବାକୁ ପଡ଼ିବ ନଚେତ ଆପଣ ଦେବାକୁ ଚାହୁଁନଥିଲେ ଫ୍ରି ଡିଷ୍ଟ୍ରିବ୍ୟୁସନ ଉପରେ କ୍ଲିକ କରନ୍ତୁ । ଆପଣ ସେଠାକୁ ନିଜେ ଯାଇ ପ୍ରସାଦ ଆଣି ପାରିବେ ।

Leave a Reply

Your email address will not be published. Required fields are marked *