ମୁଁ କାହା ଟଙ୍କା ଖାଇନି କାନ୍ଦି କାନ୍ଦି ଏମିତି କହିଲେ ୟୁଟ୍ୟୁବର ବର୍ଷା ସାହୁ….

ଆଜିକାଲି ସାଇବାର ଠକେଇ ମାମଲା ଅନେକ ନଜରକୁ ଆସୁଛି । ଆଉ ଏଥିପାଇଁ ଫ୍ରଡ଼ ମାନେ ସୋସିଆଲ ମିଡ଼ିଆର ଅଧିକ ସହାୟତା ନେଉଛନ୍ତି । ଆଉ ଅନେକ ସମୟରେ ଏହାର ଶିକାର ସାଧାରଣ ଲୋକେ ହୋଇଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ୟୁଟ୍ୟୁବର ବର୍ଷାଙ୍କ ନାମରେ କିଛି ଅଭିଯୋଗ ଆସିଛି ଯେ , ସେ କୁଆଡ଼େ ଲୋକଙ୍କୁ ଫସାଇ ଟଙ୍କା ଠକୁଛନ୍ତି ଏବଂ ସ୍ପୋନ୍ସର ନାମରେ ଅନେକଙ୍କ ଠାରୁ ଟଙ୍କା ଠକିଛନ୍ତି । ଯାହାକୁ ନେଇ ବର୍ଷା ମଧ୍ୟ ନିଜର ମତ ରଖିଛନ୍ତି ଏବଂ କହିଛନ୍ତି ଯେ ଏଭଳି ଆସୁଥିବା ତାଙ୍କ ନାମରେ ସମସ୍ତ ଅଭିଯୋଗ ମିଥ୍ୟା ଅଟେ ଏବଂ ସେ ଏଭଳି କିଛି କାମ କରି ନାହାଁନ୍ତି ।

ବର୍ଷାଙ୍କ କହିବା କଥା ଯେ ଗତ ଛଅ ମାସ ତଳେ ଇନଷ୍ଟାଗ୍ରାମରେ ଏକ ଡିଏମ ଆସିଥିଲା ଯେଉଁଥିରେ ପିହୁ ରଠୋର ନାମକ ଆକାଉଣ୍ଟ ଜରିଆରେ ସ୍ପୋନ୍ସର ପାଇଁ ପ୍ରସ୍ତାବ ଆସିଥିଲା । ଆଉ ପୂର୍ବରୁ ବର୍ଷା କୌଣସି ସ୍ପୋନ୍ସର ଆସି ନଥିଲେ ହେଁ ଏଭଳି ପ୍ରଥମ ଥର ଆସି ଥିବାରୁ ସେ ମଧ୍ୟ ସବୁ ଡିଟେଲସ ବୁଝିବା ସହିତ କିଛି ଡେମୋ ଭିଡ଼ିଓ ମାଗିଥିଲେ । ଆଉ ଏହାପରେ ଯେଉଁ ଭିଡ଼ିଓ ବର୍ଷା ବନାଇ ଦେଇଥିଲେ ତାହାକୁ ସେହି ବ୍ୟକ୍ତି ଜଣକ ନିଜ ଆକାଉଣ୍ଟରେ ପିନ କରି ସେୟାର କରିବା ସହିତ , ବର୍ଷାଙ୍କ ନାମରେ ଅନ୍ୟ ଆକାଉଣ୍ଟ ଖୋଲି ସେଥିରେ ଲୋକଙ୍କ ଠାରୁ ସ୍ପୋନ୍ସର ନାମରେ ଇଂଭେସ୍ଟ କରିବାକୁ କହିଥିଲେ ଏବଂ ସବୁ ଟଙ୍କା ଲୁଟିଥିଲେ ।

ଆଉ ଯାହା ଜଣା ପଡ଼ିବା ପରେ ଜଣେ ଯୁବକ ବର୍ଷାଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିବା ସହିତ ନିଜେ ହରାଇ ଥିବା ଟଙ୍କା ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହି ମାମଲା ଚର୍ଚ୍ଚାକୁ ଆସିବା ପରେ ବର୍ତ୍ତମାନ ଲୋକେ ବର୍ଷାଙ୍କ ଉପରେ ଉତ୍ୟକ୍ତ ଅଛନ୍ତି । ମାତ୍ର ବର୍ଷା କହିଛନ୍ତି ଯେ ତାଙ୍କର ଗୋଟିଏ ଆଇଡି ବ୍ୟତୀତ ଅନ୍ୟ କୌଣସି ଆଇଡି ନାହିଁ ଏବଂ ସେ କାହାଠାରୁ ଟଙ୍କା ନେଇ ନାହାଁନ୍ତି । ଏହାବ୍ୟତୀତ ସେ ସ୍ପୋନ୍ସର କରିଥିବାରୁ ସମସ୍ତଙ୍କ ଠାରୁ ଭୁଲ ମାଗିଛନ୍ତି । ସେ ଦାବି କରିଛନ୍ତି ଯେ ଏହି ମାମଲା ଉପରେ ସମସ୍ତ ତଥ୍ୟ ଯାଞ୍ଚ କରାଯାଇ ସତ୍ୟତାକୁ ସାମ୍ନାକୁ ଅଣାଯାଉ ଏବଂ ଏଥିପାଇଁ ବର୍ଷା ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *