ମୁଁ ଖୁସି ନୁହେଁ, ମୋତେ ଶାନ୍ତି ଦରକାର ‘, କଣ ପାଇଁ 30 ବର୍ଷୀୟ ମଡେଲ ଫାଶୀ ଲଗାଇ କଲେ ଆତ୍ମ-ହତ୍ୟା

ମାୟାନାଗରୀ ମୁମ୍ବାଇ ଅନେକ ସ୍ୱପ୍ନକୁ ତିଆରି କରିବା ସହିତ ଅନେକ ସ୍ବପ୍ନକୁ ଧୂଳିସାତ କରିଦିଏ । ଏହି ଗ୍ଲେମର ଦୁନିଆରେ ଅନେକ ହସୁଥିବା ଚେହେରା ପଛରେ ଯେ କେତେ ଯନ୍ତ୍ରଣା ଲୁଚି ରହିଥାଏ ତାହା କାହାକୁ ଜଣା ନାହିଁ । ତେବେ ବର୍ତ୍ତମାନ ସମୟରେ ମୁମ୍ବାଇରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି । ସୂଚନା ଅନୁଯାୟୀ ଜଣେ ମଡେଲ୍ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ମଡେଲ ନିଜ ସୁଇସାଇଡ଼ ନୋଟରେ ନିଜର ଯନ୍ତ୍ରଣା ବିଷୟରେ ଲେଖି ଯାଇଛନ୍ତି ।

ମଡେଲ କଲେ ଆତ୍ମ-ହତ୍ୟା ।

ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଜଣେ ୩୦ ମଡେଲ ଚାର୍ ବଙ୍ଗଳା ଅଞ୍ଚଳର ଏକ ହୋଟେଲରେ ଫ୍ୟାନରେ ସୁଇସାଇଡ଼ କରିଛନ୍ତି । ମୋଡେଲ ଜଣକ ହୋଟେଲରେ ଏକ ରୁମ ଭଡ଼ା ନେଇ ରହିବାକୁ ଆସିଥିଲେ । ଭର୍ସୋଭା ପୋଲିସ ADR ଅଧୀନରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ମୋଡେଲଙ୍କ ନାମ ଆକାଂକ୍ଷା ମୋହନ ବୋଲି କୁହାଯାଉଛି । ସେ ଲୋଖଣ୍ଡୱାଲାର ଯମୁନା ନଗର ସୋସାଇଟିରେ ରହୁଥିଲେ। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ , ବୁଧବାର ରାତି ପ୍ରାୟ ୧.୦୦ ରେ ସେ ହୋଟେଲରେ ଚେକ ଇନ କରିଥିଲେ ଏବଂ ଡିନର ଅର୍ଡର ମଧ୍ୟ ଦେଇଥିଲେ ।

ଆଗାମୀ ଦିନ ଅର୍ଥାତ ଗୁରୁବାର ଦିନ ଆଶ୍ଚର୍ଯ୍ୟଜନକ ଖବର ଆସିଲା ଯେ ହୋଟେଲ ୱେଟର ରୁମ କଲିଙ୍ଗ ବେଲ ବଜାଇବା ସତ୍ତ୍ୱେବି କେହିବି ଭିତରୁ ଉତ୍ତର ଦେଇ ନଥିଲେ । ତେଣୁ ୱେଟର ଜଣକ ହୋଟେଲର ମ୍ୟାନେଜରଙ୍କୁ ଏହି ସୂଚନା ଦେଇଥିଲେ । ମ୍ୟାନେଜର ପୋଲିସକୁ ସବୁ ସୂଚନା ଦେଇଥିଲେ । ପୋଲିସ ମାଷ୍ଟର ଚାବି ସାହାଯ୍ୟରେ ରୁମକୁ ଖୋଲିଥିଲା । ତା’ପରର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମୋଡେଲ ଜଣକ ଫ୍ୟାନରେ ଫାଶୀ ଲଗାଇ ଆତ୍ମ-ହତ୍ୟା କରିଥିଲେ ।

ଆତ୍ମ-ହତ୍ୟା ନୋଟରେ କ’ଣ ଲେଖିଥିଲେ ?

ହୋଟେଲ ରୁମରୁ ପୋଲିସ ଏକ ସୁଇସାଇଡ଼ ନୋଟ ଜବତ କରିଛି । ସୁଇସାଇଡ଼ ନୋଟରେ ମଡେଲ ଲେଖିଛନ୍ତି ଯେ – କ୍ଷମା କରିବେ , ଏଥିପାଇଁ କେହିବି ଦାୟୀ ନୁହଁନ୍ତି । ଏଥିପାଇଁ କାହାକୁ ହଇରାଣ କରିବେ ନାହିଁ । ମୁଁ ଖୁସିରେ ନାହିଁ , ମୁଁ କେବଳ ଶାନ୍ତି ଚାହୁଁଛି । ଭର୍ସୋଭା ପୋଲିସ ADR ଅଧୀନରେ ଏକ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

ସେ ଆତ୍ମ-ହତ୍ୟା କରିବାର ଏକମାତ୍ର କାରଣ ହେଉଛି , ସେ ଜୀବନରେ ଖୁସି ନଥିଲେ । ତେବେ ତାଙ୍କ ଆତ୍ମହତ୍ୟା ପଛରେ ଏହି କାରଣ ରହିଛି ନା ଆଉ କିଛି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ବର୍ତ୍ତମାନ ପୋଲିସ ଏହାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *