ମହିଳାଙ୍କ ଇଚ୍ଛା ନବୀନଙ୍କୁ ବାହା ହେବେ,ନବୀନ ନହେଲେ ମୋଦି।

ମୁଁ ବାହା ହେବି ତ କେବଳ ମୋଦି ନହେଲେ ନବୀନଙ୍କୁ। ମୁଁ ଆଉ କିଛି ଚାହୁଁନି।ମୋଦିଙ୍କୁ ଡାକ ନହେଲେ ନବୀନଙ୍କ ସହ ମୋର ଦେଖା କରେଇ ଦିଅ।ନବୀନ ଆସିଲେ ହିଁ ମୁଁ ଏଠାରୁ ହଟିବି ନହେଲେ ନାହିଁ।ମୋଦିଙ୍କୁ ମୁଁ ବାହା ହେବାକୁ ରାଜି। ମୁଁ ନବୀନଙ୍କ ଠାରୁ କିଛି ଚାହେଁନି କେବଳ ଆପଣ ନବୀନଙ୍କୁ ଡାକନ୍ତୁ ମୁଁ ନବୀନଙ୍କ ସହ ଦେଖା କରି ତାଙ୍କୁ ସ୍ବାଗତ ଜଣାଇ ମୋ ଗାଁକୁ ନେଇଯିବାକୁ ଆସିଛି। ମୁଁ ଆଦୌ ନବୀନଙ୍କୁ ବାଧ୍ୟ କରିବି ନାହିଁ। ତାଙ୍କ ଖୁସିରେ ସେ ଯଦି ମୋ ସହ ମୋ ଗାଁକୁ ଯିବେ ତେବେ ମୁଁ ଖୁସି ହେବି ନଗଲେ ବି ମୁଁ ତାଙ୍କୁ ଦେଖା କରି ଚାଲିଯିବି।

ରାଜଧାନୀର ରାସ୍ତା ଉପରେ ଗତ କାଲି ଏକ ମହିଳାଙ୍କ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ମହିଳାଙ୍କର ଏକା ଜିଦ ଥିଲା ସେ ବାହା ହେବେ ତ ମୋଦି ନହେଲେ ନବୀନଙ୍କୁ। ନବୀନଙ୍କୁ ଦେଖା କରିବାକୁ ସେ ପାଗିଳି ପରି ହେଉଥିଲେ। ଯଦି ଡ଼ାଇରେକ୍ଟ ଦେଖା କରେଇ ନ ପାରୁଛନ୍ତି ମତେ ଭିଡିଓ କଲରେ ନବୀନଙ୍କୁ ଦେଖା କରିବାର ସୁଯୋଗ ଦିଅନ୍ତୁ ବୋଲି ମହିଳା ଜଣଙ୍କ ପୋ-ଲିସ ଆଗରେ ଜିଦ କରୁଥିଲେ।

ତେବେ ମହିଳା ପୋ-ଲିସ ଉକ୍ତ ମହିଳାଙ୍କୁ ଯେତେ ବୁଝାଇ ଥିଲେ ମଧ୍ୟ ମହିଳା ନିଜ ଜିଦରୁ ଓହରି ନଥିଲେ ତାଙ୍କର ଗୋଟିଏ କଥା ଥିଲା ସେ ନବୀନଙ୍କୁ ଦେଖା କରିକି ହିଁ ଯିବେ। ମହିଳାଙ୍କୁ ପୋ-ଲିସ କର୍ମଚାରୀ ବୁଝାଇ ବୁଝାଇ ନୟାନ୍ତ ହୋଇଯାଇଥିଲେ ଓ ନବୀନଙ୍କୁ ଦେଖା କରିବାକୁ ହେଲେ ଗ୍ରୀଭାନ୍ସରେ ଦରଖାସ୍ତ ଦେବାକୁ ପଡିବ ବୋଲି କହିଥିଲେ । ହେଲେ କିନ୍ତୁ ମହିଳାଙ୍କ ଯୁକ୍ତି ଥିଲା କିଛି ଭିନ୍ନ ଧରଣର ମହିଳା ଜଣଙ୍କ କହିଥିଲେ କି କିଛି କାଗଜ କଲମର ଆବଶ୍ୟକତା ନାହିଁ ମୋ ପାଟି ହିଁ ବହୁତ କିଛି। ମୋ ପାଟି ଆଗରେ କାଗଜ କଲମ ଫିକା ପଡିଯିବ ମତେ କେବଳ ନବୀନଙ୍କୁ ଦେଖା କରିବାର ସୁଯୋଗ ଦିଆଯାଉ।

ମହିଳାଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ ମଧ୍ୟ ବୁଝାଇବାକୁ ଚେଷ୍ଟା କରିଥିବା ବେଳେ ମହିଳା କେତେବେଳେ କା-ନ୍ଦି ପକାଉଥିଲେ ତ କେତେବେଳେ ନିଜ ବିଷୟରେ କହି ହେଉଥିଲେ। ମହିଳା କହୁଥିଲେ ମୋର ପୁଅ ଝିଅ କେହି ନାହାଁନ୍ତି ମୁଁ ଆଜି ଆସିଛି କେବଳ ଏଞ୍ଜୟ କରିବାକୁ। ମୁଁ ୩୦ ରୁ ଚାଳିଶ ହଜାର ଦରମା ପାଉଛି ହେଲେ କଣ ହେବ କିଛି ନାହିଁ ମୁଁ ନବୀନଙ୍କୁ ହିଁ ଦେଖା କରିବି।ନବୀନଙ୍କୁ ଦେଖା କରି କହିବି ମୋ ସାଥିରେ ଯିବାକୁ ନବୀନଙ୍କ ଇଚ୍ଛା ହେଲେ ଯିବେ ନହେଲେ ମୁଁ ତାଙ୍କୁ ମୋ ଆଖିରେ ଖାଲି ଦେଖି ଚାଲିଯିବି।

ଏମିତି କିଛି ମହିଳା ଜଣଙ୍କ ରାଜଧାନୀ ଉପରେ ଯାତ୍ରା କରୁଥିବା ବେଳେ କିଛି ଲୋକେ ଏପରି କହୁଥିଲେ କି ମହିଳାଙ୍କ ମାନ-ସିକ ଅବସ୍ଥା ବୋଧେ ଠିକ ନାହିଁ ଯାହା ଫଳରେ ମହିଳା ଜଣଙ୍କ କଣ କହୁଛନ୍ତି ନିଜେ ମଧ୍ୟ ଜାଣି ପାରୁ ନାହାଁନ୍ତି। ସେପଟେ ଯାହା ସୂଚନା ମିଳୁଛି କି ପୋ-ଲିସ ଉକ୍ତ ମହିଳାଙ୍କୁ ଶେଷରେ ଅନେକ ବୁଝାଇବା ପରେ ଉକ୍ତ ମହିଳା ଜଣଙ୍କ ଘ-ଟଣା ସ୍ଥଳରୁ ନି-ରାଶ ହୋଇ ଚାଲି ଯାଇଥିଲେ।

Leave a Reply

Your email address will not be published. Required fields are marked *