ଆସିଲା ନୂଆ ନିୟମ ! ଏଣିକି କଲ ଆସିଲେ Hello ନୁହେଁ ବରଂ କହିବେ ବନ୍ଦେ ମାତରମ :-

ଏହା ସମସ୍ତଙ୍କୁ ଜଣା ଅଛି ଯେ ଗତ ୧୧ ତାରିଖରୁ ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ସବୁ ଘରେ ତ୍ରିରଙ୍ଗା ପତାକା ଉତ୍ତୋଳନ ବାଧ୍ୟତାମୂଳକ କରାଯାଇଥିଲା । ଏହାବ୍ୟତୀତ ପ୍ରତ୍ୟେକ ଦିନକୁ ସ୍ୱାଧୀନତା ଦିବସ ଭଳି ପାଳନ ସହିତ ଅନେକ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଆଉ ଏକ ନିୟମରେ ପରିବର୍ତ୍ତନ କରାଯାଇଛି ।

ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ପରେ ସରକାର ଏକ ନୂଆ ପଦକ୍ଷେପ ନେଇଥିବା ସୂଚନା ମିଳିଛି । ତେବେ ସେହି ନୂଆ ନିୟମ ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ପରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି । ଯାହାକି ସବୁ ସରକାରୀ କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଅଟେ । ତେବେ ନିୟମ ଅନୁଯାୟୀ ଏଣିକି ସରକାରୀ ଅଧିକାରୀ ଏବଂ କର୍ମଚାରୀ ଉଭୟେ କଲ ଆସିଲେ କିମ୍ବା କାହାକୁ କଲ କଲେ ‘ ହାଲୋ ‘ କହିବେ ନାହିଁ ବରଂ କହିବେ ‘ ବନ୍ଦେ ମାତରମ ‘ ।

ଯାହାକୁ ନେଇ ଖୁବଶୀଘ୍ର ଏକ ନିର୍ଦେଶନାମା ଜାରି କରାଯିବ ବୋଲି କହିଛନ୍ତି ସରକାର । ଏହି ବିଷୟରେ ନିର୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀ ସୁଧୀର ମଙ୍ଗନ୍ତିୱାର ।

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ମହାରାଷ୍ଟ୍ର ସାଂସ୍କୃତିକ ବ୍ୟାପାର ମନ୍ତ୍ରୀଙ୍କ କହିବା କଥା ଯେ ଯେହେତୁ ଚଳିତ ବର୍ଷ ଭାରତର ୭୭ତମ ସ୍ୱାଧୀନତା ଦିବସ ସ୍ୱତନ୍ତ୍ର ଭାବରେ ଏକତାର ସହିତ ପାଳିତ ହେଉଛି ତେଣୁ ଏହି କଲ ନିୟମକୁ ମଧ୍ୟ ବଦଳାଇବା ଜରୁରୀ ଅଟେ । ତେଣୁ ଏହାକୁ ଆଖି ଆଗରେ ରଖି କୌଣସିବି କର୍ମଚାରୀ କିମ୍ବା ଅଧିକାରୀ କାହାକୁ କଲ କଲେ ‘ Hello ‘ ବଦଳରେ ‘ ବନ୍ଦେ ମାତରମ ‘ କହିବାକୁ ବାଧ୍ୟ ବୋଲି ନିର୍ଦେଶ ଦେଇଛନ୍ତି ।

ଏହାକୁ ନେଇ ଅତିଶୀଘ୍ର ଏକ ନିର୍ଦେଶନାମା ମଧ୍ୟ ଜାରି ହେବ ବୋଲି କହିଛନ୍ତି ସାଂସ୍କୃତିକ ମନ୍ତ୍ରୀ । ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ଅଗଷ୍ଟ ୧୭ ପର୍ଯ୍ୟନ୍ତ ପାଳିତ ହେଉଛି । ତେଣୁ ଏହି କଲ ନିୟମ ଅଗଷ୍ଟ ୧୮ ରୁ ପାଳିତ ହୋଇ ଆସନ୍ତା ବର୍ଷ ଜାନୁୟାରୀ ୨୬ ପର୍ଯ୍ୟନ୍ତ ପାଳିତ ହେବ ।

ତେବେ ଗତକାଲି ପ୍ରଥମେ ସିନ୍ଦେ ସରକାରଙ୍କର ଏକ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ହୋଇଥିଲା । ଯାହା ଅନୁଯାୟୀ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନିବିସ ଗୃହ ଏବଂ ଅର୍ଥ ମନ୍ତ୍ରାଳୟ , ସୁଧୀର ମୁଙ୍ଗଧନୀବିତାର ଜଙ୍ଗଲ ବିଭାଗ , ଚନ୍ଦ୍ରକାନ୍ତ ପାଟିଲ ଉଚ୍ଚ ଏବଂ ବୈଶ୍ଵୟିକ ଶିକ୍ଷା ଭାବରେ ବିଭାଗ ବଣ୍ଟନ କରାଯାଇଛି

ତେବେ ଆମେ କହି ରଖିବୁ ଯେ ଚଳିତ ବର୍ଷ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଏପରି ନିର୍ଦେଶ ଭଳି ୨୦୨୦ ମସିହାରେ ମଧ୍ୟ ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟକୁ ଆସିଲେ ଜିନ୍ସ , ଟି ଶାର୍ଟ ମନା କରାଯାଇଥିଲା । ଏହି ଦୃଢ଼ ପ୍ରତିବନ୍ଧକୁ ମଧ୍ୟ ଦୃଢ ଭାବରେ ପାଳନ କରା ଯାଇଥିଲା । ତେବେ ଏପରି କରିବା ପଛରେ କାରଣ ଥିଲା ବୃତ୍ତିଗତ ପରିବେଶ ସବୁବେଳେ ବଜାୟ ରଖିବା ।

Leave a Reply

Your email address will not be published. Required fields are marked *