ମୂଷା କହୁଛି ଜୟ ଜଗନ୍ନାଥ ଏବଂ କରୁଛି ମନ୍ତ୍ର ପାଠ । ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ।

ଦୁଇଟି ମୂଷା ସିଂହଦ୍ଵାରରେ ପହଞ୍ଚି ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ନିଜର ମନର କଥା ଜଣାଉଥିବାର ଦୃଶ୍ୟ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯେଉଁ ବିଷୟରେ ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ମୂଷା ମୁହଁରୁ ଅନର୍ଗଳ ବାହାରୁଛି ଜଗନ୍ନାଥ ନାମ । ଏହାକୁ ଦେଖିବା ପାଇଁ ଏକାଧିକ ଲୋକଙ୍କ ଭିଡ଼ ଜମିଛି । ଆଜ୍ଞା ହଁ ! ମୂଷାଟି କହୁଛି ଜୟ ଜଗନ୍ନାଥ ଏବଂ ଗାଉଛି ଜଗନ୍ନାଥ ଭଜନ । ଖାଲି ସେତିକି ନୁହେଁ , ମଣିଷ ଭଳି ସିଂହଦ୍ଵାରରେ ପହଞ୍ଚି ମୁଣ୍ଡିଆ ମଧ୍ୟ ମାରୁଛନ୍ତି । ଯେଉଁଠି ଆଜିକାଲି ଲୋକେ ଭଗବାନଙ୍କ ନାଁ ନେବାକୁ ସମୟ ପାଉନାହିଁ ସେଠାରେ ଏକ ମୂଷା ଏଭଳି ଜଗନ୍ନାଥଙ୍କ ନାମ ନେଇ ସମସ୍ତଙ୍କୁ ଚକିତ କରି ଦେଇଛି ।

ଖାଲି ସେତିକି ନୁହେଁ , ବରଂ ମଣିଷ ପରି ସବୁ ପ୍ରକାରର କଥା ହେଉଛି । କଥା ହେବା ସହିତ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଉଛି । ଏଭଳି ଦୃଶ୍ୟ ଯେତିକି ଆଶ୍ଚର୍ଯ୍ୟ ଜନକ ଲାଗୁଛି ସେତିକି କୌତୁହଳ ମଧ୍ୟ ଲାଗୁଛି । ଆଜିଭଳି ଏକ ପବିତ୍ର ଦିନରେ ଶ୍ରୀମନ୍ଦିର ସାମ୍ନାରେ ଏଭଳି ଏକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଯେଉଁ କାରଣରୁ ସମସ୍ତେ ଭଗବାନଙ୍କ କୃପା ଅପାର ବୋଲି କହୁଛନ୍ତି ।ଏହି ଦୃଶ୍ୟ ଅନୁଯାୟୀ ଜଣେ ମହିଳା ଭକ୍ତଙ୍କ ହାତରେ ଦୁଇଟି ମୂଷା ଅଛନ୍ତି । ଗୋଟିଏ କଳା ମୂଷା ହୋଇଥିବା ବେଳେ ଅନ୍ୟଟି ଧଳା ମୂଷା । ଆଉ ମହିଳା ଜଣକ ବେଶ ସ୍ନେହ ଆଦରରେ ମୂଷା ଦୁଇଟିକୁ କୋଳେଇ ଧରିଛନ୍ତି । ଏଥି ସହିତ ଶୀତ ହେଉଥିବାରୁ ସେହି ଦୁଇଜଣଙ୍କୁ ଶ୍ୱେଟର ମଧ୍ୟ ପିନ୍ଧାଇ ଦେଇଛନ୍ତି ।

ଯେଉଁ ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି । ଏମାନେ ମଣିଷ ନୁହଁନ୍ତି ସତ କିନ୍ତୁ ଏମାନଙ୍କ ମୁହଁରୁ ମଣିଷଙ୍କ ଭଳି ଜୟ ଜଗନ୍ନାଥ ଧ୍ୱନି ଶୁଣିବାକୁ ମିଳୁଛି । ମହିଳା ଜଣକ ସେହି ମୂଷା ଦୁଇଟିକୁ ନିଜ ପିଲାଙ୍କ ଭଳି କୋଳେଇ ଧରିଛନ୍ତି । ନିଜର ସ୍ନେହ ମମତା ଏହି ମୂଷା ଦୁଇଟି ଉପରେ ଅଜାଡ଼ି ଦେଇଛନ୍ତି । ସେମାନେ ମଧ୍ୟ ଏତେ ସ୍ନେହ ମମତା ପାଇ ଏହି ମହିଳା ଜଣଙ୍କୁ ନିଜର ମା’ ବୋଲି ମାନି ନେଇଛନ୍ତି ।

ମହିଳା ଜଣକ ଯାହାବି କହୁଛନ୍ତି ଏହି ମୂଷା ଦୁଇଟି ତାଙ୍କର ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଉଛନ୍ତି । ମହିଳା ଜଣକ ଯାହା ଉଚ୍ଚାରଣ କରୁଛନ୍ତି ମୂଷା ଦୁଇଟି ଶୁଣିବା ପରେ ତାହାହିଁ ଉଚ୍ଚାରଣ କରୁଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ନାମ ଅବିକଳ କହିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ , ସିଂହଦ୍ୱାର ସାମ୍ନାରେ ମା’ ସହିତ ମୂଷା ଦୁଇଟି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ମହାବାହୁଙ୍କ ସାନିଧ୍ୟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *