ମୂଷା ଯଦି କଥା କହୁଛି ,ତାକୁ ହାତରେ ନଧରି ତଳେ ବସେଇ ପଚାରନ୍ତୁ ..ତାହେଲେ ମୁଁ ମାନିବି ଯେ ମୂଷା କଥା କହୁଛି

ଅନେକ ଟୋପିକ୍ ଉପରେ ଆପଣ ରୋଷ୍ଟିଂ କରନ୍ତି। ଆପଣ ରିସେଣ୍ଟଲି ଗୋଟେ ଟୋପିକ୍ ଦେଖିଥିବେ ଯେ ମୂଷା ଜୟ ଜଗନ୍ନାଥ କହୁଛନ୍ତି। ଏହା ଉପରେ ଆପଣ କିଛି ମତ ବା ଓପିନିଅନ୍ ଦେବାକୁ ଚାହିଁବେ। ମୁଁ ତ ଚାହୁଁଥିଲି ମୂଷା ଉପରେ ଗୋଟେ ଇଣ୍ଟର୍ଭ୍ୟୁ କରିବି ବୋଲି। ମୁଁ ଯେତିକି ସେ ଭିଡ଼ିଓ ଦେଖିଲି, ବହୁତ୍ ଚାନେଲରେ ସେ ଭିଡ଼ିଓ ଦେଖିଲି ମୂଷା ଜୟ ଜଗନ୍ନାଥ କହୁଛି। କଉଁଠି କହୁଛି ଜୟ ଜଗନ୍ନାଥ। କାଇଁ ମୁଁ ତ ଶୁଣି ପାରିଲିନି। ମୂଷା ଚିଁ ଚିଁ ହେଉଛି । ମୂଷା ଯେମିତି ଚିଁ ଚିଁ ହୁଏ ସେମିତି ହେଉଛି। ଆଉ ମୁଁ ତା ଦେହରେ ଗୋଟେ କଥା ମାର୍କିଂ କଲି ଯେ ସେ ଚିଁ ଚିଁ ହଉ ନାହିଁ।

ତାକୁ ଯେତେବେଳେ ଗୋଟେ କଥା ପଚରା ଯାଉଛି , ତା ଦେହରେ ହାତ ମରା ଯାଉଛି। ତାକୁ କଣ ନା ଆଙ୍ଗୁଠିରେ ଖେଞ୍ଚୁଛନ୍ତି। ଖେଞ୍ଚିଲା ବେଳକୁ କଣ ହେଉଛି ନା ତାକୁ କଷ୍ଟ ହେଉଛି ଆଉ ସେ ଚିଁ ଚିଁହେଉଛି। କି ତାକୁ ଟ୍ରେନିଂ ଦିଆଯାଇଛି କି ତୁ ହାତ ମରା ହେଲା ବେଳେ ତୁ ଚିଁ ଚିଁ ହବୁ। ତ ସିଏ ଚିଁ ଚିଁ ହେଉଛି। ଆଉ ଏକରେ ତ ମିଛ କଥା କହିବା ବନ୍ଦ କରନ୍ତୁ। ଯେ ସିଏ କଥା କହୁଛି। ହେଲେ ସିଏ କଥା କହୁ ନାହିଁ। ଶୁଆ କଥା କୁହେ। ହଁ ମୁଁ ମାନି ନେଇ ପାରିବି ଯେ ଶୁଆ କଥା କହୁଛି ମୁଁ ବି କଥା କହିବି। ମୂଷା କେମିତି କଥା କହିବ।

ମୂଷା ତ ଚିଁ ଚିଁ ହଉଛି। ଆଉ ଯଦି ମୂଷା କଥା କହୁଛି ତାହେଲେ ତାକୁ ନ ଧରିକି ତାକୁ ତଳେ ଛାଡ଼ି ଦେଖାନ୍ତୁ। ଯେ ସେ ଚୁଁ ଚୁଁ ହଉଛି କି କଥା କହୁଛି। ଥରେ ତଳେ ବସାନ୍ତୁ ଚେୟାର ହଉ କି ଟେବୁଲ୍ ଉପରେ ବସେଇ କି ତାକୁ ପଚାରନ୍ତୁ। ଦେଖିବା ସେ ଚୁଁ ଚୁଁ ହଉଛି କି ନାହିଁ। ମୁଁ ଯେତିକି ମାର୍କ କଲି ସେ ଭିଡ଼ିଓରେ ମୁଁ ଭାବୁଥିଲି ତାକୁ ରୋଷ୍ଟ କରିବି ବୋଲି। ମ୍ୟାଡାମ୍ ତାକୁ ଧରିଛନ୍ତି। ହାତ ମାରୁଛନ୍ତି କି ଖେଞ୍ଚନ୍ତୁ କି ହାତ ମାରନ୍ତୁ। ହାତ ମାରିଲା ବେଳେ ସେ ଚୁଁ ଚୁଁ ହଉଛି।

ସେ ଯେ ଧରିଛନ୍ତି ସେ ମୂଷାକୁ ପଚାରୁଛନ୍ତି ଯେ ମ୍ୟାଡାମଙ୍କ ନାଁ କଣ ଆଉ ତାଙ୍କ ପରିବାରରେ କିଏ କିଏ ଅଛନ୍ତି ନା ଛଅ ଜଣ ଅଛନ୍ତି। ସେ କଣ କରୁଛନ୍ତି ନା ତାକୁ ଖେଞ୍ଚୁଛନ୍ତି। ଖେଞ୍ଚିଲା ବେଳେ ସେ ଚୁଁ ଚୁଁ ହଉଛି। ଇଏ କହୁଛନ୍ତି କଣ ନା ମୂଷା କଥାବାର୍ତ୍ତା କରୁଛି। ତ ମୁଁ ଏଇଟାକୁ ଅନ୍ଧ ବିଶ୍ବାସ ଭାବୁଛି। ଏଇ ଭଳିଆ ଆପଣଙ୍କୁ ଏମିତି ଟପିକ୍ ଓଡ଼ିଶାରେ ମିଳିଯାଏ କି? ଏମିତି ଅନେକ ନ୍ୟୁଜ ଆସେ ଯେମିତି କି ଅବିଶ୍ୱସନୀୟ ହେଇଥାଏ ଯେଉଁଟା ଲୋକ ଶୁଣିଲେ ବିଶ୍ୱାସ କରିନ୍ତିନି। ଏହିଥିରେ ଆପଣ କଣ ରୋଷ୍ଟିଂ କରିବେ। ହଁ ଏମିତିଆ ଟପିକ ଉପରେ ରୋଷ୍ଟ୍ କରିବାକୁ ମୋତେ ବହୁତ୍ ଭଲ ଲାଗେ। ଏହା ବହୁତ୍ ଫନି ଟାଇପର ହେଇଥାଏ। ମୋତେ ରୋଷ୍ଟ୍ କାରିବାକୁ ବହୁତ୍ ଭଲ ଲାଗେ।

Leave a Reply

Your email address will not be published. Required fields are marked *