ଦେଖୁ ଦେଖୁ ଏହି ପିଲା ର ଶରୀର ପାଲଟିଗଲା ପଥର

ଆପଣ ସମସ୍ତେ ସୋସିଆଲ ମିଡିଆରେ ଭିଡ଼ିଓ ଦେଖିବାକୁ ବହୁତ ଭଲ ପାଉଥିବେ କାହିଁକି ନା ଏଥିରେ ଅନେକ ମଜାଳିଆ ଭିଡ଼ିଓ ଆସିଥାଏ । ଏହାବ୍ୟତୀତ ଏଥିରେ ଅନେକ ପ୍ରକାରର ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ସେହି ଭିଡ଼ିଓ ଗୁଡିକ ମଧ୍ୟରୁ କେତେକ ଭାଇରାଲ ମଧ୍ୟ ହୋଇଯାଏ । ତେବେ ନିକଟରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି , ଜଣେ ପିଲା ବାହାରୁ ଆସିଲା ଆଉ ଆସି ଗୋଟିଏ ଘରେ ଛିଡା ହୋଇଗଲା । ଯେମିତି ସେ କାହାର ଅପେକ୍ଷା କରୁଛି ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ , ହଠାତ ଯୁବକ ଜଣକ ତା ପଛ ପଟେ କିଛି ଯେମିତି ଦେଖିଲା ଆଉ ତାକୁ ହାତରେ ଘୋଡ଼ଡାଇବାକୁ ଚେଷ୍ଟା କଲା । କ୍ୟାମେରାରେ କଏଦ ହୋଇଥିବା ଏହି ଭିଡ଼ିଓକୁ ଦେଖି ଲାଗୁଥିଲା ଯେପରି ସେ ବିରୁଡ଼ି କିମ୍ବା ମହୁମାଛି କି ଘୋଉଡାଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ , ସେହି ସ୍ଥାନରେ କୌଣସି ବିରୁଡ଼ି ନଥିଲା । ଯେମିତି ଅନୁଭବ ହେଉଥିଲା କୌଣସି ଅଦୃଶ୍ୟ ଶକ୍ତି ରହିଛି । ଏହାପରେ ପିଲାଟି ଭୟରେ ତଳେ ପଡ଼ିଗଲା ଆଉ ଥରିବାକୁ ଲାଗିଲା । ଅନ୍ୟ ଏକ ଭିଡ଼ିଓରେ ଆପଣ ଦେଖିପାରିବେ , କ୍ୟାମେରାରେ କିଛି ପଶୁପକ୍ଷୀ ମଧ୍ୟ କଏଦ ହୋଇଯାଆନ୍ତି ।

ତେବେ କ୍ୟାମେରାରେ କଏଦ ହୋଇଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ କୌଣସି ଏକ ଅଜବ ପଶୁ ରାସ୍ତା ପାର୍ ହେଉଛି ଆଉ କୁକୁର ମାନେ ଭୁକୁଛନ୍ତି । ଅନ୍ୟପକ୍ଷରେ ଆଉ ଏକ ଭିଡ଼ିଓ ଦେଖି ଆପଣ ଭୟଭୀତ ହୋଇଯିବେ । କାରଣ ୨୦୨୧ ମସିହାରେ ଘଟିଥିବା ଏହି ଘଟଣାରେ ଜଣେ ବ୍ୟକ୍ତି କାରରେ ବିଳମ୍ବିତ ରାତିରେ ଯାତ୍ରା କରୁଥିଲେ ଆଉ ସେହି ସମୟରେ ସେ ରାସ୍ତାରେ ଗୋଟିଏ ଛୋଟ ପିଲା ବଡ଼ ଲୋକଙ୍କର ଜ୍ୟାକେଟ ଘୋଡାଇ ହୋଇ ଯାଉଥିବାର ଦେଖି ପୋଲିସକୁ ଜଣାଇଥିଲେ କିନ୍ତୁ ପୋଲିସ ଆସି ସେହି ସ୍ଥାନରେ କୌଣସି ପିଲାକୁ ପାଇନଥିଲେ ।

ଅନ୍ୟପକ୍ଷରେ ଆଉ ଏକ ଭାଇରାଲ ଭିଡ଼ିଓରେ ହଠାତ ରାସ୍ତା ଉପରେ ଶହ ଶହ ସଂଖ୍ୟାର ପକ୍ଷୀ ଆସି ପଡିଗଲେ ଆଉ ସେମାନଙ୍କ ମଧ୍ୟରୁ କେତେ ପକ୍ଷୀ ମୃତ୍ୟୁବରଣ କରିଲେ ମଧ୍ୟ । କିନ୍ତୁ ଏହି ଭିଡ଼ିଓ ଆଜି ଯାଏ ରହସ୍ୟ ହୋଇ ରହିଗଲା । ହଠାତ ଏତେ ସଂଖ୍ୟାର ପକ୍ଷୀ କେଉଁଠି ଆସିଲା , ତାହା କେହି ଜାଣିପାରିଲେ ନାହିଁ । ସବୁଠାରୁ ରହସ୍ୟମୟ ଭିଡ଼ିଓ ଆଜି ଯାଏଁ ଏହି ଭିଡ଼ିଓ ହୋଇ ଯାଇଅଛି । କାରଣ ଏହି ଭିଡ଼ିଓରେ ଗୋଟିଏ କାର ରାସ୍ତା ଅତିକ୍ରମ କରୁଥିଲା ଆଉ ତା ପାର୍ଶ୍ଵରେ କୌଣସି କାର ଆସୁନଥିଲା । କିନ୍ତୁ ହଠାତ ଗୋଟିଏ କାର କେଉଁଠାରୁ ଆସି ଧକ୍କା ହୋଇଗଲା , ସେ କଥା କେହି ଜାଣିପାରିଲେ ନାହିଁ ।

Leave a Reply

Your email address will not be published. Required fields are marked *