ଶ୍ରାବଣ ମାସ ସୋମବାରରେ ଭଗବାନ ଶିବଙ୍କର ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏହି ୮ଟି ଜିନିଷ , ମନସ୍କାମନା ହୋଇଯିବ ପୂର୍ଣ୍ଣ

ଆମେ ସମସ୍ତେ ଜାଣିଛେ କି ସୋମବାରକୁ ଭଗବାନ ଶିବଙ୍କର ବାର ଭାବରେ ବିବେଚନା କରାଯାଏ । ଆଉ ଏହି ଦିନ ଭଗବାନଙ୍କୁ ପୂଜାର୍ଚ୍ଚନା କଲେ ଭଗବାନ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଅନ୍ୟପକ୍ଷରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର ମାସ ଭାବରେ ହିନ୍ଦୁ ଧର୍ମରେ ବିବେଚନା କରାଯାଏ । ଏହିଦିନ ଶିବଲିଙ୍ଗରେ ପାଣି ଢାଳିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାହାରି ଯାଇଥାନ୍ତି ଆଉ ଭଗବାନଙ୍କ ପାଖରେ ନିଜର ସମସ୍ତ ସମସ୍ୟା ଜଣାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଆଠଟି ଜିନିଷ ବିଷୟରେ କହିବାକୁ ଯାଉଛୁ , ଯାହା ସାହାଯ୍ୟରେ ଆପଣ ବହୁତ ଶୀଘ୍ର ଶିବଙ୍କର ଆଶୀର୍ବାଦ ପାଇପାରିବେ ।

ତେବେ ପ୍ରଥମଟି ହେଉଛି ଜଳ , ଜଳ ଏଭଳି ଏକ ଜିନିଷ ଯାହାକୁ ଆପଣ ଶିବଲିଙ୍ଗରେ ଅର୍ପଣ କରି ନିଜର ମନସ୍କାମନା ପୂରଣ କରିପାରିବେ । ଆପଣଙ୍କୁ କହିରଖୁଛୁ କି , ଯଦି ଆପଣ ଶ୍ରାବଣ ମାସ ସୋମବାର ଦିନ ଓଁ ନମଃ ଶିବାୟଃ ଜପ କରି ଭଗବାନ ଶିବଲିଙ୍ଗ ଉପରେ ୧୦୮ ଥର ଜଳ ଅର୍ପଣ କରିବେ ତେବେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହୋଇଯିବ ।

ଦ୍ଵିତୀୟତଃ ହେଉଛି କ୍ଷୀର , ଭଗବାନ ଶିବଙ୍କ ଅଭିଷେକ କ୍ଷୀରରେ ଯଦି ଆପଣ ସୋମବାର ଦିନ କରିବେ , ତେବେ ଏହାଦ୍ବାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇପାରିବେ ।

ତୃତୀୟରେ ଚିନି , ଶ୍ରାବଣ ମାସ ସୋମବାର ଦିନ ନିଜ ଘରର ଉନ୍ନତି କରିବା ପାଇଁ ଶିବଲିଙ୍ଗ ଉପରେ ଚିନି ଅର୍ପଣ କରନ୍ତୁ ।

ଚତୁର୍ଥରେ ହେଉଛି ଭାଙ୍ଗ , ଆପଣ ସମସ୍ତେ ଜାଣିଥିବେ ଭଗବାନ ଶିବଙ୍କ ନିକଟରେ ଭାଙ୍ଗ ଅର୍ପଣ କରାଯାଏ । ଯଦି ଆପଣ ସୋମବାର ଦିନ ଶିବଲିଙ୍ଗ ଉପରେ ଭାଙ୍ଗ ଅର୍ପଣ କରିବେ , ତେବେ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଯିବ ।

ପଞ୍ଚମରେ ଘିଅ , ଘିଅ ଦ୍ୱାରା ଭଗବାନ ଶିବଙ୍କର ଅଭିଷେକ କରାଇଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ।

ଷଷ୍ଠରେ ମହୁ , ମହୁ ସାହାଯ୍ୟରେ ଭଗବାନଙ୍କର ଅଭିଷେକ କରାଇଲେ , ସବୁ ଇଚ୍ଛା ପୂରଣ ହୋଇଯିବ ।

ସପ୍ତମରେ ଚନ୍ଦନ , ଯଦି ଆପଣ ଭଗବାନ ଶିବଲିଙ୍ଗ ଉପରେ ଚନ୍ଦନ ଲଗାଇବେ ତେବେ ଆପଣଙ୍କ ମନସ୍କାମନା ବହୁତ ଶୀଘ୍ର ପୂରଣ ହେବ ।

ଅଷ୍ଟମରେ ତଥା ଶେଷରେ ଯଦି ଶିବଲିଙ୍ଗ ଉପରେ କେଶର ଅର୍ପଣ କରିବେ , ତେବେ ମନସ୍କାମନା ପୂରଣ ହୋଇଯିବ ।

Leave a Reply

Your email address will not be published. Required fields are marked *