ଦେଖନ୍ତୁ ଭିଡ଼ିଓ:- ରାସ୍ତା ମଝିରେ ବସ ଉଠ ହେଲେ ୩ ଯୁବକ, ନବମଶ୍ରେଣୀ ଛାତ୍ରୀଙ୍କୁ କମେଣ୍ଟ ମାରିବା ପଡିଲା ଭାରି…

ସୋସିଆଲ ମିଡ଼ିଆ ଅନେକ ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସେହିଭଳି ଆଉ କିଛି ମଜାଦାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖିବା ପରେ ଲୋକମାନେ ନିଜ ହସକୁ ରୋକି ପାରନ୍ତି ନାହିଁ। ବର୍ତ୍ତମାନ ଯେଉଁ ଭିଡ଼ିଓ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହସି ହସି ଗଡି ଯିବେ। ତେବେ ୩ ଯୁବକ ରାସ୍ତା ମଝିରେ ବସଉଠୁ ହେଉଥିବାର ଦେଖିବାକୁ ପାଇବେ।

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବଳତ୍କାରର ଶିକାର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌ-ତୁକ ନିର୍ଯ୍ୟା-ତନାକୁ ସହ୍ୟ ନ କରି ପାରି ଆତ୍ମ-ହତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲଜ୍ୟାଜନକ ହେବାରେ ଲାଗିଛି। ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ନାରୀ ମାନଙ୍କ ପ୍ରତି ନିର୍ଯ୍ୟାତନା ଏବଂ ଅତ୍ୟା-ଚାର ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି। ଏହା ସହ ଜଡିତ ଏକ ଭିଡ଼ିଓ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ତିନି ଜଣ ଯୁବକ ରାସ୍ତା ମଝିରେ କାନ ଧରି ବସଉଠୁ ହେଉଥିବାର ଦେଖିବାକୁ ପାଇବେ। ତେବେ ସେମାନଙ୍କ ଏପରି ଅବସ୍ଥା ଦେଖି ନିଶ୍ଚିତ ଭାବନାରେ ପଡି ଯାଇଥିବେ ଯେ ଏମାନେ କଣ ଏପରି କାମ କରିଛନ୍ତି ଯାହାଫଳରେ ରାସ୍ତା ମଝିରେ ଦଣ୍ଡ ଦିଆ ଯାଉଛି। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ତିନି ଜଣଙ୍କ ଯୁବକ ହେଉଛନ୍ତି ରୋଡ଼ ରୋମିଓ। ରାସ୍ତାରେ ସ୍କୁଲ ଓ କଲେଜ ଯାଉଥିବା ଯୁବତୀଙ୍କୁ କମେଣ୍ଟ ମାରିଥାନ୍ତି। ତେବେ ନବମ ଶ୍ରେଣୀର ଛାତ୍ରୀଙ୍କୁ କମେଣ୍ଟ ମା-ରି ହଟହଟା ରେ ପଡିଲେ।

ତେବେ ଘଟଣାଟି ଗୋପ ବଜାର ଉପରେ ଘଟିଛି। ନିମାପଡାର ହରିଷଣ୍ଢ ଥାନା ଅଞ୍ଚଳର ଏହି ତିନି ଯୁବକ ବୋଲି ଜଣାପଡିଛି। ଗୋପ ବଜାର ଦେଇ ନବମ ଶ୍ରେଣୀ ଛାତ୍ରୀ ଜଣକ ପ୍ରତିଦିନ ସ୍କୁଲ ଯାଆନ୍ତି। ତେବେ ଏହି ତିନି ଜଣ ଯୁବକ ଯୁବତୀଙ୍କୁ କମେଣ୍ଟ ମାରନ୍ତି। ଏହା ଯେତେବେଳେ ସମସ୍ତ ସୀମା ପାର ହେଲା ସେତେବେଳେ ଯୁବତୀ ଜଣକ ନିଜ ବାପାଙ୍କୁ ସମସ୍ତ ଘଟଣା ବିଷୟରେ କହିଥିଲେ। ଏହାପରେ ଯୁବତୀଙ୍କ ବାପା ସାଥିରେ ଏକ ସାଙ୍ଗକୁ ନେଇ ଯୁବକଙ୍କୁ ସବକ୍ ଶିକ୍ଷେଇବାକୁ ଯାଇ ପହଞ୍ଚି ଥିଲେ।

ଏହାପରେ ଯୁବକ ମାନଙ୍କୁ ଉଚିତ ଶିକ୍ଷା ଦେଉଥିବାର ଆପଣ ଦେଖିବାକୁ ପାଇବେ। ତିନି ଜଣ ଯୁବକଙ୍କୁ ରାସ୍ତା ଉପରେ ଛିଡା କରାଇ ଯୁବତୀଙ୍କ ବାପା କାନ ଧରେଇ ବସଉଠୁ କରାଇଥିଲେ। କେବଳ ସେତିକି ନୁହେଁ ସେମାନଙ୍କୁ ଆଗକୁ ଯେପରି ଏଭଳି ଭୁଲ କରିବେ ନାହିଁ ସେଥିପାଇଁ ମଧ୍ୟ କହିଥିଲେ। ଯୁବକ ମାନେ ମଧ୍ୟ କାନ ଧରି କହିଥିଲେ କି ଆଗକୁ ଯଦି ଏଭଳି ଭୁଲ କରିବୁ ତେବେ ଆଇନ ଦ୍ୱାରା ଦଣ୍ଡିତ ହେବୁ। ତେବେ ଏହା ଅନ୍ୟ ରୋଡ଼ ରୋମିଓ ମାନଙ୍କ ପାଇଁ ମଧ୍ୟ ଉଚିତ ଶିକ୍ଷା କହିଲେ ଅତ୍ୟୁକ୍ତି ହେବ ନାହିଁ।

ତେବେ ଏହି ସମସ୍ତ ଦୃଶ୍ୟକୁ ଅନେକ ଲୋକ ସେଠାରେ ନିଜ ଫୋନରେ ରେକର୍ଡ଼ କରୁଥିବାର ଆପଣ ଦେଖିବାକୁ ପାଇବେ। ତେବେ ଏହି ଭିଡ଼ିଓକୁ କେହି ଜଣେ ସୋସିଆଲ ମିଡ଼ିଆର ପୋଷ୍ଟ କରିଥିଲେ। ଯାହାଫଳରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି। ଏହାକୁ ନେଇ ୟୁଜର ମାନେ ନିଜ ନଜିର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *